ସୋଡ଼ିଅମ କ୍ୟାଲସିଅମ ଏଡେଟେଟ

ଉଇକିପିଡ଼ିଆ‌ରୁ
(Sodium calcium edetateରୁ ଲେଉଟି ଆସିଛି)
ସୋଡ଼ିଅମ କ୍ୟାଲସିଅମ ଏଡେଟେଟ
Clinical data
Trade namesCalcium disodium versenate, others
Synonymsedetate calcium disodium, sodium calcium edetate
AHFS/Drugs.commonograph
Pregnancy
category
  • US: B (No risk in non-human studies)
Routes of
administration
IV, IM
Drug classchelating agent
ATC code
Identifiers
  • Calcium disodium 2-[2-[bis(carboxylatomethyl)amino]ethyl-(carboxylatomethyl)amino]acetate
CAS Number
PubChem CID
DrugBank
ChemSpider
E numberE385 (antioxidants, ...) Edit this at Wikidata
ECHA InfoCard100.000.482 Edit this at Wikidata
Chemical and physical data
FormulaC10H12CaN2Na2O8
Molar mass୩୭୪.୨୭ g·mol−1
3D model (JSmol)
  • C(CN(CC(=O)[O-])CC(=O)[O-])N(CC(=O)[O-])CC(=O)[O-].[Na+].[Na+].[Ca+2]
  • InChI=1S/C10H16N2O8.Ca.2Na/c13-7(14)3-11(4-8(15)16)1-2-12(5-9(17)18)6-10(19)20;;;/h1-6H2,(H,13,14)(H,15,16)(H,17,18)(H,19,20);;;/q;+2;2*+1/p-4
  • Key:SHWNNYZBHZIQQV-UHFFFAOYSA-J

ସୋଡ଼ିଅମ କ୍ୟାଲସିଅମ ଏଡେଟେଟ (ଇଂରାଜୀ ଭାଷାରେ Sodium calcium edetate ବା sodium calcium EDTA), ଅନ୍ୟ ନାମ ଏଡେଟେଟ କ୍ୟାଲସିଅମ ଡାଇସୋଡ଼ିଅମ/ edetate calcium disodium) ଏକ ଔଷଧ ଯାହା ସୀସା ବିଷକ୍ରିୟାର ଚିକିତ୍ସା ନିମନ୍ତେ ବ୍ୟବ‌ହାର କରାଯାଏ ।[୧] ଉଭୟ ସ୍ୱଳ୍ପ କାଳୀନ ଓ ଦୀର୍ଘକାଳୀନ ବିଷକ୍ରିୟା ନିମନ୍ତେ ଦିଆଯାଇପାରେ । ସୀସା ଏନସେଫାଲୋପାଥି (lead encephalopathy) ରୋଗରେ ଏହା ସ‌ହିତ ଡାଇମରକାପ୍ରୋଲ ଦିଆଯାଏ । ଟେଟ୍ରାଇଥାଇଲ‌ଲେଡ (tetraethyllead) ବିଷକ୍ରିୟା ନିମନ୍ତେ ଏହା କାର୍ଯ୍ୟକ୍ଷମ ହୁଏନାହିଁ ।[୨] ଏହା ମାଂସପେଶୀ ଇଞ୍ଜେକସନ (into a muscle) ବା ଶିରାଭ୍ୟନ୍ତର ଇଫ୍ୟୁଜନ (slow injection into a vein) ଆକାରରେ ଦିଆଯାଏ ।[୧]

ସାଧାରଣତଃ ଇଞ୍ଜେକସନ ନେବା ଯାଗାରେ ଯନ୍ତ୍ରଣା ହୁଏ ।[୨] ଅନ୍ୟାନ୍ୟ ପ୍ରତିକ୍ରିୟା ମଧ୍ୟରେ ବୃକ୍‌କ ସମସ୍ୟା (kidney problems), ତରଳ ଝାଡ଼ା, ଜ୍ୱର, ମାଂସପେଶୀ ଯନ୍ତ୍ରଣା ଓ ନିମ୍ନ ରକ୍ତଚାପ (low blood pressure) ହୋଇପାରେ ।[୧] ଗର୍ଭାବସ୍ଥା ଥିଲେ ସଙ୍କଟ ଅପେକ୍ଷା ଉପକାର ଅଧିକ ମିଳେ । ସୋଡ଼ିଅମ କ୍ୟାଲସିଅମ ଏଡେଟେଟ ଏକ ଚିଲେଟିଙ୍ଗ ଏଜେଣ୍ଟ (chelating agent) ଶ୍ରେଣୀର ଔଷଧ ।[୨] ଏହା ଇଡେଟେଟର (edetate) ଏକ ସଲ୍ଟ ଯେଉଁଥିରେ ଦୁଇଟି ସୋଡ଼ିଅମ ଓ ଗୋଟିଏ କ୍ୟାଲସିଅମ ଆଟମ ଥାଏ ।[୩] ଅନେକ ଓଜନିଆ ଧାତୁମାନଙ୍କ ସ‌ହିତ ଅନୁବନ୍ଧିତ ହୋଇ ଏହା ଶରୀରରୁ ପରିସ୍ରାରେ ନିଷ୍କାସିତ ହୋଇ ବାହାରିଯାଏ ।[୨]

ସୋଡ଼ିଅମ କ୍ୟାଲସିଅମ ଏଡେଟେଟ ପ୍ରଥମେ ଡାକ୍ତରୀ ଚିକିତ୍ସା ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୫୩ରେ ବ୍ୟବ‌ହାର କରାଗଲା ।[୨] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧର ଏକ କୋର୍ଷ ଚିକିତ୍ସାରେ ପ୍ରାୟ ୫୦ରୁ ୧୦୦ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[୫] ଏଡେଟେଟ ଡାଇସୋଡ଼ିଅମ (Edetate disodium) ଏକ ଅନ୍ୟ ଫର୍ମୁଲା ଯାହାର ସମାନ ପ୍ରଭାବ ନଥାଏ ।[୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ WHO Model Formulary 2008 (PDF). World Health Organization. 2009. p. X. ISBN 9789241547659. Retrieved 8 January 2017.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Edetate Calcium Disodium". The American Society of Health-System Pharmacists. Retrieved 8 January 2017.
  3. Kasture, Dr A. V. (2008). Pharmaceutical Chemistry - I (in ଇଂରାଜୀ). Pragati Books Pvt. Ltd. p. 16.11. ISBN 9788185790121.
  4. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  5. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 471. ISBN 9781284057560.