ସିତାରା (ଗାୟିକା)
ସିତାରା | |
---|---|
Background information | |
ଜନ୍ମ ସମୟରେ ନାମ | ସିତାରା କୃଷ୍ଣକୁମାର |
ଜନ୍ମ | ଚେଲାରି (Thennhippalam), ମଲାପୁରମ (Malappuram), କେରଳ, ଭାରତ | ୧ ଜୁଲାଇ ୧୯୮୬
ଶୈଳୀ | ଲୋକ ସଙ୍ଗୀତFolk, ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ (Indian classical), ପାର୍ଶ ଗାୟିକା, ଗଜଲ (Ghazal) |
ପେଷା | ପାର୍ଶ୍ୱ ଗାୟିକା, ସଙ୍ଗୀତ ନିର୍ଦ୍ଦେଶିକା |
କାର୍ଯ୍ୟକାଳ | ୨୦୦୭ – ବର୍ତ୍ତମାନ ପର୍ଯ୍ୟନ୍ତ |
ୱେବସାଇଟ | sithara |
ସିତାରା କୃଷ୍ଣକୁମାର (ଇଂରାଜୀ ଭାଷାରେ Sithara Krishnakumar (ଜନ୍ମ ୧ ଜୁଲାଇ ୧୯୮୬) ଜଣେ ଭାରତୀୟ ପାର୍ଶ୍ୱ ଗାୟିକା, ସ୍ୱର ସଂଯୋଜିକା ଓ ସାମୟିକ ଅଭିନେତ୍ରୀ । [୧] ମୁଖ୍ୟତଃ ସେ ମଲୟାଲମ, ତେଲୁଗୁ ଓ କନ୍ନଡ଼ ଚଳଚ୍ଚିତ୍ରରେ କାମ କରନ୍ତି । ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ (Hindustani) ଓ କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତରେ (Carnatic classical music) ସେ ପ୍ରଶିକ୍ଷଣ ପାଇଛନ୍ତି ଓ ଆଉ ମଧ୍ୟ ସେ ଜଣେ ଗଜଲ ଗାୟିକା ଭାବରେ ଜଣାଶୁଣା । [୨][୩] ସେ ପାଇଥିବା ଅନେକ ପୁରସ୍କାର ମଧ୍ୟରେ ସର୍ବୋତ୍ତମ ଗାୟିକା ଭାବରେ ଦୁଇଟି କେରଳ ପ୍ରଦେଶ ଚଳଚ୍ଚିତ୍ର ପୁରସ୍କାର (Kerala State Film Award for Best Singer) ପାଇଛନ୍ତି ।
ପୃଥିବୀର ବିଭିନ୍ନ ସ୍ଥାନକୁ ଯାତ୍ରା କରି ସେ ମଞ୍ଚ ଅଭିନୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଛନ୍ତି । ଲୋକ ସଙ୍ଗୀତ ଓ ଫ୍ୟୁଜନ ସଙ୍ଗୀତ (fusion) ନିମନ୍ତେ ତାଙ୍କର ବିଶେଷ ଅଭିରୁଚି ଥାଏ ।[୪] ବିଭିନ୍ନ ଜନପ୍ରିୟ ସଙ୍ଗୀତ ମଣ୍ଡଳୀ ସାଥିରେ ସେ ସହଯୋଗ କରିଛନ୍ତି । ସନ ୨୦୧୪ରେ ସେ କେବଳ ମହିଳା ସମ୍ପର୍କୀୟ ଗୀତ ଗାଇବାକୁ ଏକ ଖ୍ୟାତନାମା ସଙ୍ଗୀତ ଦଳର ପ୍ରୋତ୍ସାହନରେ ଏକ ସଙ୍ଗୀତ ବ୍ୟାଣ୍ଡ ଗଢ଼ିଥିଲେ ।[୫] ସମସାମୟିକ ଓ ଶାସ୍ତ୍ରୀୟ ସଙ୍ଗୀତର ଏକ ଦଶ ଜଣ ସଭ୍ୟ ବିଶିଷ୍ଟ ମାଲାବାରିକସ ଦଳରେ ସେ ଯୋଗ ଦେଇଛନ୍ତି । [୬]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ମାଲାପ୍ପୁରମ ଅଧିବାସୀ କେ.ଏମ. କୃଷ୍ଣକୁମାର ଓ ସାଲି କୃଷ୍ଣକୁମାରଙ୍କ ଔରସରୁ ସିତାରା ଜନ୍ମ ଗ୍ରହଣ କରିଥିଲେ । ଏକ ଶାସ୍ତ୍ରୀୟ କଳା ବିଶିଷ୍ଟ ପରିବାରରେ ଜନ୍ମ ଗ୍ରହଣ କରିଥିବାରୁ ମାତ୍ର ୪ ବର୍ଷ ବୟସରୁ ସେ ଗାଇବାକୁ ଆରମ୍ଭ କରିଥିଲେ । ସେ ତେନହିପଲମ ହାୟର ସେକେଣ୍ଡାରୀ ସ୍କୁଲ ଓ ଏନଏନଏମ ହାୟର ସେକେଣ୍ଡାରୀ ସ୍କୁଲରେ ଶିକ୍ଷା ଲାଭ କରିଥିଲେ । ଇଂରାଜୀ ଭାଷାରେ ସେ ଫେରୋକର (Feroke) ଫାରୁକ କଲେଜରୁ ସ୍ନାତକ ଶିକ୍ଷା ଲାଭ କରିଥିଲେ[୭] ଓ କେରଳର କାଲିକଟ ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ହୃଦ୍ରୋଗ ବିଶେଷଜ୍ଞ 'ଡ: ସାଜିଶ ଏମ'ଙ୍କ ସହିତ ଅଗଷ୍ଟ ୩୧ ତାରିଖ ୨୦୦୭ରେ ସେ ବିବାହ କରିଥିଲେ[୮] ଓ ଜୁନ ୯ ତାରିଖ, ୨୦୧୩ରେ ତାଙ୍କର ଗୋଟିଏ କନ୍ୟା ଜାତ ହୋଇଥିଲେ ଯାହାର ନାମ ସାୱନ ରିତୁ ରଖାଯାଇଥିଲା । ତାଙ୍କ ପରିବାର ସହିତ ସେ କେରଳର ଆଲୁଭାରେ (Aluva) ବାସ କରୁଛନ୍ତି ।
ପେଷା
[ସମ୍ପାଦନା]ପ୍ରଥମେ ସେ ନର୍ତ୍ତକୀ ଭାବରେ କଳା ଜୀବନ ଆରମ୍ଭ କରି ପରେ ପାର୍ଶ୍ୱ ଗାୟିକା କାମ କରିଥିଲେ । ଶ୍ରୀ ରମନାଟ୍ଟୁକାର ସଥୀସନ ମାଷ୍ଟର ଓ ପଲାଇ ସିକେ ରାମଚନ୍ଦ୍ରନ ପାଖରେ କର୍ଣ୍ଣାଟକୀ ସଙ୍ଗୀତ ଶିକ୍ଷା କରିଥିଲେ । ଉସ୍ତାଦ ଫିଆଜ ଖାନ ପାଖରୁ ସେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରିଥିଲେ । କଳାମଣ୍ଡଳମ ବିନୋଦିନୀ ତାଙ୍କୁ ଶାସ୍ତ୍ରୀୟ ନୃତ୍ୟ ଶିକ୍ଷା ଦେଇଥିଲେ । ତାଙ୍କର ବହୁମୁଖୀ ପ୍ରତିଭାକୁ ଦେଖି କାଲିକଟ ବିଶ୍ୱବିଦ୍ୟାଳୟ ତାଙ୍କୁ ଲଗାତାର ଦୁଇ ଥର (୨୦୦୫,୨୦୦୬) କଳାତିଳକମ ଉପାଧୀରେ ସମ୍ମାନିତ କରିଥିଲେ । [୯] କୋଲକାତା ରବୀନ୍ଦ୍ର ଭାରତୀ ବିଶ୍ୱବିଦ୍ୟାଳୟରୁ କଂଠ ସଙ୍ଗୀତ ଓ ହିନ୍ଦୁସ୍ଥାନୀ ଖୟାଲ ସଙ୍ଗୀତରେ ମାଷ୍ଟର ଡିଗ୍ରୀ ପାଇଥିଲେ । [୧୦]
ସନ ୨୦୦୭ରେ ମଲୟାଲମ ଚଳଚ୍ଚିତ୍ର 'ଅଥିଶୟନ'ରେ (Athishayan) ପମ୍ମି ପମ୍ମି ଗୀତ ଗାଇ ପାର୍ଶ୍ୱ ଗାୟିକା ଭାବରେ ସିତାରା ତାଙ୍କର କର୍ମମୟ ଜୀବନ ଆରମ୍ଭ କରିଥିଲେ । ଏହା ପୂର୍ବରୁ ସେ ଅନେକ ଗୁଡ଼ିଏ ସର୍ବସାଧାରଣ କାର୍ଯ୍ୟକ୍ରମରେ ଭାଗ ନେଇ ପ୍ରଶଂସିତ ହୋଇଥିଲେ ।
ସନ ୨୦୧୭ର ସେ ନିଜେ ଲେଖିଥିବା ଏଣ୍ଟେ ଅକଶମ ଗୀତର ସ୍ୱର ପ୍ରଦାନ କରିଥିଲେ । ଏହା ପରେ ସେ ମିଥୁନ ଜୟରାଜ ସହିତ ମିଶି ସଙ୍ଗୀତ ସ୍ୱର ପ୍ରଦାନ କଲେ । ରମେଶ ପିଶାରୋଦି ନିର୍ଦ୍ଦେଶିତ ଗାନାଗନ୍ଧର୍ବନ ଚଳଚ୍ଚିତ୍ରରେ ଏକ କ୍ଷୁଦ୍ର ଭୂମିକାରେ ଅଭିନୟ କରିଥିଲେ ।
ଆଧାର
[ସମ୍ପାଦନା]- ↑ "Sithara goes to Kollywood". Times of India. 2 March 2012. Archived from the original on 2013-02-16. Retrieved 2020-02-20.
- ↑ "Yesudas to honour Pappukkutty". CNN-IBN. Archived from the original on 19 April 2014. Retrieved 2 April 2012.
- ↑ "Beyond textbooks and classrooms". The Hindu. 20 June 2006.
- ↑ "Sithara Sings a Folk Song". istream.com. Retrieved 7 January 2013.[permanent dead link]
- ↑ "Sithara & Eastraga". The Hindu. 4 April 2014.
- ↑ M, Athira (2017-10-20). "Sound experiments". The Hindu (in Indian English). ISSN 0971-751X. Retrieved 2018-03-27.
- ↑ "Providence college leading in arts festival". The Hindu. 5 March 2006. Archived from the original on 22 April 2005. Retrieved 20 February 2020.
- ↑ "Dr. Sajish M". Aster Medcity.
- ↑ "A platform for interaction". The Hindu. 24 February 2007. Archived from the original on 16 February 2013. Retrieved 21 February 2020.
- ↑ "Musical Star Sithara". Thiraseela.com. 14 February 2013.