ସିତାରା (ଗାୟିକା)

ଉଇକିପିଡ଼ିଆ‌ରୁ
ସିତାରା
ବ‌ହରୀନ କେରଳୀୟ ସମାଜମ ଓଣମ ପ୍ରୋଗ୍ରାମରେ ସିତାରା
Background information
ଜନ୍ମ ସମୟରେ ନାମସିତାରା କୃଷ୍ଣକୁମାର
ଜନ୍ମ (1986-07-01) ୧ ଜୁଲାଇ ୧୯୮୬ (ବୟସ ୩୭)
ଚେଲାରି (Thennhippalam), ମଲାପୁରମ (Malappuram), କେରଳ, ଭାରତ
ଶୈଳୀଲୋକ ସଙ୍ଗୀତFolk, ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ (Indian classical), ପାର୍ଶ ଗାୟିକା, ଗଜଲ (Ghazal)
ପେଷାପାର୍ଶ୍ୱ ଗାୟିକା, ସଙ୍ଗୀତ ନିର୍ଦ୍ଦେଶିକା
କାର୍ଯ୍ୟକାଳ୨୦୦୭ – ବର୍ତ୍ତମାନ ପର୍ଯ୍ୟନ୍ତ
ୱେବସାଇଟsithara.in

ସିତାରା କୃଷ୍ଣକୁମାର (ଇଂରାଜୀ ଭାଷାରେ Sithara Krishnakumar (ଜନ୍ମ ୧ ଜୁଲାଇ ୧୯୮୬) ଜଣେ ଭାରତୀୟ ପାର୍ଶ୍ୱ ଗାୟିକା, ସ୍ୱର ସଂଯୋଜିକା ଓ ସାମୟିକ ଅଭିନେତ୍ରୀ । [୧] ମୁଖ୍ୟତଃ ସେ ମଲୟାଲମ, ତେଲୁଗୁ ଓ କନ୍ନଡ଼ ଚଳଚ୍ଚିତ୍ରରେ କାମ କରନ୍ତି । ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ (Hindustani) ଓ କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତରେ (Carnatic classical music) ସେ ପ୍ରଶିକ୍ଷଣ ପାଇଛନ୍ତି ଓ ଆଉ ମଧ୍ୟ ସେ ଜଣେ ଗଜଲ ଗାୟିକା ଭାବରେ ଜଣାଶୁଣା । [୨][୩] ସେ ପାଇଥିବା ଅନେକ ପୁରସ୍କାର ମଧ୍ୟରେ ସର୍ବୋତ୍ତମ ଗାୟିକା ଭାବରେ ଦୁଇଟି କେରଳ ପ୍ରଦେଶ ଚଳଚ୍ଚିତ୍ର ପୁରସ୍କାର (Kerala State Film Award for Best Singer) ପାଇଛନ୍ତି ।

ପୃଥିବୀର ବିଭିନ୍ନ ସ୍ଥାନ‌କୁ ଯାତ୍ରା କରି ସେ ମଞ୍ଚ ଅଭିନୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଛନ୍ତି । ଲୋକ ସଙ୍ଗୀତ ଓ ଫ୍ୟୁଜନ ସଙ୍ଗୀତ (fusion) ନିମନ୍ତେ ତାଙ୍କର ବିଶେଷ ଅଭିରୁଚି ଥାଏ ।[୪] ବିଭିନ୍ନ ଜନପ୍ରିୟ ସଙ୍ଗୀତ ମଣ୍ଡଳୀ ସାଥିରେ ସେ ସ‌ହ‌ଯୋଗ କରିଛନ୍ତି । ସନ ୨୦୧୪ରେ ସେ କେବଳ ମହିଳା ସମ୍ପର୍କୀୟ ଗୀତ ଗାଇବାକୁ ଏକ ଖ୍ୟାତନାମା ସଙ୍ଗୀତ ଦଳର ପ୍ରୋତ୍ସାହନରେ ଏକ ସଙ୍ଗୀତ ବ୍ୟାଣ୍ଡ ଗଢ଼ିଥିଲେ ।[୫] ସମସାମୟିକ ଓ ଶାସ୍ତ୍ରୀୟ ସଙ୍ଗୀତର ଏକ ଦଶ ଜଣ ସଭ୍ୟ ବିଶିଷ୍ଟ ମାଲାବାରିକସ ଦଳରେ ସେ ଯୋଗ ଦେଇଛନ୍ତି । [୬]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ମାଲାପ୍ପୁରମ ଅଧିବାସୀ କେ.ଏମ. କୃଷ୍ଣକୁମାର ଓ ସାଲି କୃଷ୍ଣକୁମାରଙ୍କ ଔରସରୁ ସିତାରା ଜନ୍ମ ଗ୍ରହଣ କରିଥିଲେ । ଏକ ଶାସ୍ତ୍ରୀୟ କଳା ବିଶିଷ୍ଟ ପରିବାରରେ ଜନ୍ମ ଗ୍ରହଣ କରିଥିବାରୁ ମାତ୍ର ୪ ବର୍ଷ ବୟସରୁ ସେ ଗାଇବାକୁ ଆରମ୍ଭ କରିଥିଲେ । ସେ ତେନହିପଲମ ହାୟର ସେକେଣ୍ଡାରୀ ସ୍କୁଲ ଓ ଏନଏନଏମ ହାୟର ସେକେଣ୍ଡାରୀ ସ୍କୁଲରେ ଶିକ୍ଷା ଲାଭ କରିଥିଲେ । ଇଂରାଜୀ ଭାଷାରେ ସେ ଫେରୋକର (Feroke) ଫାରୁକ କଲେଜରୁ ସ୍ନାତକ ଶିକ୍ଷା ଲାଭ କରିଥିଲେ[୭] ଓ କେରଳର କାଲିକଟ ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ହୃଦ୍‌ରୋଗ ବିଶେଷଜ୍ଞ 'ଡ: ସାଜିଶ ଏମ'ଙ୍କ ସ‌ହିତ ଅଗଷ୍ଟ ୩୧ ତାରିଖ ୨୦୦୭ରେ ସେ ବିବାହ କରିଥିଲେ[୮] ଓ ଜୁନ ୯ ତାରିଖ, ୨୦୧୩ରେ ତାଙ୍କର ଗୋଟିଏ କନ୍ୟା ଜାତ ହୋଇଥିଲେ ଯାହାର ନାମ ସାୱନ ରିତୁ ରଖାଯାଇଥିଲା । ତାଙ୍କ ପରିବାର ସ‌ହିତ ସେ କେରଳର ଆଲୁଭାରେ (Aluva) ବାସ କରୁଛନ୍ତି ।

ପେଷା[ସମ୍ପାଦନା]

ପ୍ରଥମେ ସେ ନର୍ତ୍ତକୀ ଭାବରେ କଳା ଜୀବନ ଆରମ୍ଭ କରି ପରେ ପାର୍ଶ୍ୱ ଗାୟିକା କାମ କରିଥିଲେ । ଶ୍ରୀ ରମନାଟ୍ଟୁକାର ସଥୀସନ ମାଷ୍ଟର ଓ ପଲାଇ ସିକେ ରାମଚନ୍ଦ୍ରନ ପାଖରେ କର୍ଣ୍ଣାଟକୀ ସଙ୍ଗୀତ ଶିକ୍ଷା କରିଥିଲେ । ଉସ୍ତାଦ ଫିଆଜ ଖାନ ପାଖରୁ ସେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରିଥିଲେ । କଳାମଣ୍ଡଳମ ବିନୋଦିନୀ ତାଙ୍କୁ ଶାସ୍ତ୍ରୀୟ ନୃତ୍ୟ ଶିକ୍ଷା ଦେଇଥିଲେ । ତାଙ୍କର ବ‌ହୁମୁଖୀ ପ୍ରତିଭାକୁ ଦେଖି କାଲିକଟ ବିଶ୍ୱବିଦ୍ୟାଳୟ ତାଙ୍କୁ ଲଗାତାର ଦୁଇ ଥର (୨୦୦୫,୨୦୦୬) କଳାତିଳକମ ଉପାଧୀରେ ସମ୍ମାନିତ କରିଥିଲେ । [୯] କୋଲକାତା ରବୀନ୍ଦ୍ର ଭାରତୀ ବିଶ୍ୱବିଦ୍ୟାଳୟରୁ କଂଠ ସଙ୍ଗୀତ ଓ ହିନ୍ଦୁସ୍ଥାନୀ ଖୟାଲ ସଙ୍ଗୀତରେ ମାଷ୍ଟର ଡିଗ୍ରୀ ପାଇଥିଲେ । [୧୦]

ଶଙ୍କର ମହାଦେବନ (Shankar Mahadevan) ସ‌ହିତ ସିତାରା ଏକ ମହୋତ୍ସବରେ ପ୍ରଦର୍ଶନ କରୁଛନ୍ତି ।

ସନ ୨୦୦୭ରେ ମଲୟାଲମ ଚଳଚ୍ଚିତ୍ର 'ଅଥିଶୟନ'ରେ (Athishayan) ପମ୍ମି ପମ୍ମି ଗୀତ ଗାଇ ପାର୍ଶ୍ୱ ଗାୟିକା ଭାବରେ ସିତାରା ତାଙ୍କର କର୍ମମୟ ଜୀବନ ଆରମ୍ଭ କରିଥିଲେ । ଏହା ପୂର୍ବରୁ ସେ ଅନେକ ଗୁଡ଼ିଏ ସର୍ବସାଧାରଣ କାର୍ଯ୍ୟକ୍ରମରେ ଭାଗ ନେଇ ପ୍ରଶଂସିତ ହୋଇଥିଲେ ।

ସନ ୨୦୧୭ର ସେ ନିଜେ ଲେଖିଥିବା ଏଣ୍ଟେ ଅକଶମ ଗୀତର ସ୍ୱର ପ୍ରଦାନ କରିଥିଲେ । ଏହା ପରେ ସେ ମିଥୁନ ଜୟରାଜ ସ‌ହିତ ମିଶି ସଙ୍ଗୀତ ସ୍ୱର ପ୍ରଦାନ କଲେ । ରମେଶ ପିଶାରୋଦି ନିର୍ଦ୍ଦେଶିତ ଗାନାଗନ୍ଧର୍ବନ ଚଳଚ୍ଚିତ୍ରରେ ଏକ କ୍ଷୁଦ୍ର ଭୂମିକାରେ ଅଭିନୟ କରିଥିଲେ ।

ଆଧାର[ସମ୍ପାଦନା]

  1. "Sithara goes to Kollywood". Times of India. 2 March 2012. Archived from the original on 2013-02-16. Retrieved 2020-02-20.
  2. "Yesudas to honour Pappukkutty". CNN-IBN. Archived from the original on 19 April 2014. Retrieved 2 April 2012.
  3. "Beyond textbooks and classrooms". The Hindu. 20 June 2006.
  4. "Sithara Sings a Folk Song". istream.com. Retrieved 7 January 2013.[permanent dead link]
  5. "Sithara & Eastraga". The Hindu. 4 April 2014.
  6. M, Athira (2017-10-20). "Sound experiments". The Hindu (in Indian English). ISSN 0971-751X. Retrieved 2018-03-27.
  7. "Providence college leading in arts festival". The Hindu. 5 March 2006. Archived from the original on 22 April 2005. Retrieved 20 February 2020.
  8. "Dr. Sajish M". Aster Medcity.
  9. "A platform for interaction". The Hindu. 24 February 2007. Archived from the original on 16 February 2013. Retrieved 21 February 2020.
  10. "Musical Star Sithara". Thiraseela.com. 14 February 2013.