ଶ୍ରଦ୍ଧାଞ୍ଜଳି ସାମନ୍ତରାୟ

ଉଇକିପିଡ଼ିଆ‌ରୁ
(Shradhanjali Samantarayରୁ ଲେଉଟି ଆସିଛି)
ଶ୍ରଦ୍ଧାଞ୍ଜଳି ସାମନ୍ତରାୟ
Born
ଶ୍ରଦ୍ଧାଞ୍ଜଳି ସାମନ୍ତରାୟ

୭ େମ, ୧୯୭୮
Nationalityଭାରତୀୟ
Employerନେସନାଲ ଆଲୁମିନିୟମ କମ୍ପାନୀ[୧]
Known forଫୁଟବଲ ଖେଳାଳି
Parent(s)ନେତ୍ରାନନ୍ଦ, ରଶ୍ମି
Relativesଗୀତାଞ୍ଜଳି, ପୁଷ୍ପାଞ୍ଜଳି(ଭଉଣୀ), ଦେବଦତ୍ତ(ଭାଇ)[୨]
Awardsବିଜୁ ପଟ୍ଟନାୟକ ଖେଳ ଓ ସାହସିକତା ପୁରସ୍କାର

ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ଭାରତୀୟ ମହିଳା ଫୁଟବଲ ଦଳର ପୂର୍ବତନ ଅଧିନାୟିକା ।[୩] ସେ ଓଡ଼ିଶା ଓ ଭାରତୀୟ ଦଳକୁ ୨୦ବର୍ଷ ଧରି ପ୍ରତିନିଧିତ୍ୱ କରିଛନ୍ତି । ଶ୍ରଦ୍ଧାଞ୍ଜଳି ପ୍ରଥମ ଓଡ଼ିଆ ଝିଅ ଭାବରେ, ଭାରତୀୟ ମହିଳା ଫୁଟବଲ ଦଳର ଅଧିନାୟକତ୍ୱ କରିଥିଲେ । ସେ '୧୬ବର୍ଷରୁ କମ ଭାରତୀୟ ମହିଳା ଦଳ'ର ପ୍ରଶିକ୍ଷକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । [୪]

ଖେଳ ଜୀବନ[ସମ୍ପାଦନା]

ଶ୍ରଦ୍ଧାଞ୍ଜଳିଙ୍କ ଫୁଟବଲ ଖେଳ ଏକ ଆକସ୍ମିକତାରୁ ଆରମ୍ଭ ହୋଇଥିଲା । ସେ ଭୁବନେଶ୍ୱରରେ ନିଜ ଘରପାଖ ପଡ଼ିଆକୁ ବଡ଼ଭଉଣୀ ଗୀତାଞ୍ଜଳିଙ୍କ ସହ ଖୋ-ଖୋ ଖେଳିବାକୁ ଯାଉଥିଲେ । ସେହି ପଡ଼ିଆକୁ କିଛି ପୁଅପିଲା ଫୁଟବଲ ଖେଳିବାକୁ ଆସୁଥିଲେ । ଥରେ ସେହି ପୁଅମାନଙ୍କ ଫୁଟବଲ ପ୍ରଶିକ୍ଷକ "ଚନ୍ଦନ ଚାନ୍ଦ" ଶ୍ରଦ୍ଧାଞ୍ଜଳି ଓ ତାଙ୍କ ବନ୍ଧୁମାନଙ୍କୁ ମହିଳା ଫୁଟବଲ ବିଷୟରେ କହିଲେ ଓ ଆଗାମୀ ୪ଦିନ ପରେ ଆସାମର ହାଫଲଙ୍ଗଠାରେ ଅନୁଷ୍ଠିତ ହେବାକୁ ଥିବା ପ୍ରତିଯୋଗିତା ଓଡ଼ିଶା ତରଫରୁ ଅଂଶଗ୍ରହଣ କରିବା ପାଇଁ ପ୍ରବର୍ତ୍ତାଇଥିଲେ । ଆସାମକୁ ଉଡାଜାହାଜରେ ଯିବାର ମୋହରେ ଶ୍ରଦ୍ଧାଞ୍ଜଳି ଓ ତାଙ୍କ ବାନ୍ଧବୀମାନେ ହଁ ଭରିଥିଲେ । ସ୍ୱଳ୍ପ ସମୟ ମଧ୍ୟରେ ସେମାନଙ୍କ ପାଇଁ ଫୁଟବଲ କିଟ୍ ଇତ୍ୟାଦି ଯୋଗାଡ଼ କରାଗଲା । କିନ୍ତୁ ସେସବୁ ପୁରୁଷମାନଙ୍କ କିଟ୍ ହୋଇଥିବାରୁ ମହିଳାମାନଙ୍କୁ ବଡ଼ ଅସୁବିଧା ସହ ସେଗୁଡିକୁ ପିନ୍ଧି ଖେଳିବାକୁ ପଡିଥିଲା । ଗୀତାଞ୍ଜଳି ଏହି ପ୍ରତିଯୋଗିତାର ଓଡ଼ିଶା ଦଳର ଅଧିନାୟକତ୍ୱ କରିଥିଲେ । ହାଫଲଙ୍ଗଠାରେ ଅନୁଷ୍ଠିତ ହୋଇଥିବା ସମସ୍ତ ମ୍ୟାଚରେ ଓଡ଼ିଶାଦଳ ଶୋଚନୀୟ ପରାଜୟ ବରଣ କରିଥିଲା । ଘରକୁ ଫେରି ଏହି ଦଳ ଅଧିକରୁ ଅଧିକ ପ୍ରଶିକ୍ଷଣ ଓ ଅଭ୍ୟାସ କରିଥିଲେ । ମାସେ ପରେ, ଏହି ଦଳ ଝାଡ଼ଖଣ୍ଡର ଡାଲଟନଗଞ୍ଜଠାରେ ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କ୍ୱାର୍ଟର ଫାଇନାଲ ପର୍ଯ୍ୟନ୍ତ ପହଞ୍ଚିଥିଲେ । ପରବର୍ଷ ଶ୍ରଦ୍ଧାଞ୍ଜଳି ଭଦ୍ରକଠାରେ ଫେଡ଼େରେସନ କପରେ ଖେଳିଥିଲେ । ୧୯୯୫ ମସିହାରେ, ଶ୍ରଦ୍ଧାଞ୍ଜଳି 'କଲିକତା ମହିଳା ଫୁଟବଲ ଲିଗ'ରେ ୧୬ଟି ଗୋଲ ଦେଇ, ସର୍ବାଧିକ ଗୋଲ କରିଥିବା ଖେଳାଳି ହୋଇଥିଲେ । ୧୯୯୯ ମସିହାରେ, ସେହି ଲିଗରେ ୨୨ଟି ଗୋଲ କରି ସେ ଇତିହାସର ପୁନରାବୃତ୍ତି କରିଥିଲେ । ୧୯୯୭ରେ ସେ ଜାତୀୟ ଦଳରେ ସ୍ଥାନ ପାଇଥିଲେ । ସେ ୫ମ ଓ ୬ଷ୍ଠ 'ଜାତୀୟ କ୍ରୀଡ଼ା' ଓ ୭ମ,୧୦ମ,୧୨ଶ,୧୩ଶ ଏବଂ ୧୪ଶ 'ବରିଷ୍ଠ ଜାତୀୟ ପ୍ରତିଯୋଗିତା'ରେ ମଧ୍ୟ ସର୍ବାଧିକ ଗୋଲ କରିଥିବା ମହିଳା ଖେଳାଳି ଥିଲେ । ତାଙ୍କରି ନେତୃତ୍ୱରେ 'ଓଡ଼ିଶା ମହିଳା ଫୁଟବଲ ଦଳ' ୧୦ମ 'ସିନିୟର ନେସନାଲ ଚାମ୍ପିଆନସିପ'ରେ ଉପବିଜେତା ହୋଇଥିଲା ଓ ୬ଷ୍ଠ 'ଜାତୀୟ କ୍ରୀଡା'ରେ କାଂସ୍ୟ ପଦକ ହାସଲ କରିପାରିଥିଲା । ସେ ୧୫ଶ ଓ ୧୭ଶ 'ସିନିୟର ନେସନାଲ ଚାମ୍ପିଆନସିପ'ରେ ମଧ୍ୟ ଓଡ଼ିଶା ମହିଳା ଫୁଟବଲ ଦଳର ଅଧିନାୟକ ଥିଲେ ।[୫] ୧୮ଶ 'ସିନିୟର ନେସନାଲ ଚାମ୍ପିଆନସିପ'ରେ ଓଡ଼ିଶା ପୁନର୍ବାର 'ପ୍ରଥମ ରନର୍ସ ଅପ' ହୋଇଥିଲା । ସେ ଝାଡ଼ଖଣ୍ଡ ରାଜ୍ୟକୁ ପ୍ରତିନିଧିତ୍ୱ କରି, ସେ ଦଳକୁ ମଧ୍ୟ 'ଜାତୀୟ କ୍ରୀଡା'ରେ ସ୍ୱର୍ଣ୍ଣ ପଦକ ଜିତାଇ ପାରିଥିଲେ । ୨୦୦୩ ମସିହାରେ ସେ ଭାରତୀୟ ଜାତୀୟ ଦଳରେ ଉପ-ଅଧିନାୟକ ଓ ୨୦୦୫ ମସିହାରେ ଅଧିନାୟକ ଭାବରେ ଖେଳିବା ଆରମ୍ଭ କରିଥିଲେ ।[୬]

ଶ୍ରଦ୍ଧାଞ୍ଜଳି, 'ଏସିଆ ମହିଳା ଫୁଟବଲ ପ୍ରତିଯୋଗିତା' ଓ 'ଏସୀୟ କ୍ରୀଡା'ରେ ଭାରତୀୟ ଦଳର ପ୍ରତିନିଧିତ୍ୱ କରିଛନ୍ତି । ବର୍ତ୍ତମାନ ଶ୍ରଦ୍ଧାଞ୍ଜଳି ଓଡ଼ିଶାର ୧୬ ବର୍ଷରୁ କମ ବାଳିକା ଫୁଟବଲ ଦଳର ପ୍ରଶିକ୍ଷକ ଭାବେ ପ୍ରଶିକ୍ଷଣ ଦେଉଛନ୍ତି।

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ଏକଲବ୍ୟ ପୁରସ୍କାର - ୨୦୦୫[୭]
  • ବିଜୁ ପଟ୍ଟନାୟକ ଖେଳ ଓ ସାହସିକତା ପୁରସ୍କାର - ୨୦୦୬[୮]
  • ସ୍ପୋର୍ଟ୍ସ ଓମେନ୍‌ ଅଫ୍‌ ଦି ୟିୟର ସମ୍ମାନ-୨୦୧୩[୯]

ଆଧାର[ସମ୍ପାଦନା]

  1. "ଆର୍କାଇଭ୍ କପି" (PDF). Archived from the original (PDF) on 2016-03-04. Retrieved 2015-03-13. {{cite web}}: Cite has empty unknown parameter: |1= (help)
  2. ସମ୍ବାଦ ୦୫/୦୫/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨୨ http://www.sambadepaper.com/Details.aspx?id=351914&boxid=35338527. Retrieved 5 May 2017. {{cite news}}: Missing or empty |title= (help)[permanent dead link]
  3. http://www.dsysodisha.gov.in/view_detail_eminent_personality.php?id=46
  4. http://www.wifa.in/?m=20140903
  5. http://www.orisports.com/NewsDetails.aspx?nId=MTQxMQ==
  6. https://www.telegraphindia.com/1110919/jsp/orissa/story_14525059.jsp
  7. Odisha Reference Year Book 2014. BK Publisher. p. 813. ISBN 9789380422541.
  8. http://orissa.gov.in/e-magazine/Orissareview/may2006/engpdf/80-92.pdf
  9. orisaports.com