ସଲମା ବେଗମ ସୁଜାତା
ସଲମା ବେଗମ ସୁଜାତା | |
---|---|
সুজাতা | |
ଜନ୍ମ | ତନ୍ଦ୍ରା ମଜୁମଦାର କୁଷ୍ଟିଆ ଜିଲ୍ଲା, ପୂର୍ବ ପାକିସ୍ତାନ, ପାକିସ୍ତାନ |
ବୃତ୍ତି | ଅଭିନେତ୍ରୀ |
ବୈବାହିକ-ସାଥୀ |
ଆଜିମେର
(m. ୧୯୬୭; died ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।) |
ସଲମା ବେଗମ ସୁଜାତା (ଜନ୍ମ ସମୟରେ ନାମ ତନ୍ଦ୍ରା ମଜୁମଦାର[୧]) ଜଣେ ବାଂଲାଦେଶୀ ଅଭିନେତ୍ରୀ, ଯିଏକି ବଙ୍ଗଳାଦେଶ କଥାଚିତ୍ର ଜଗତରେ ମୁଖ୍ୟତଃ ସୁଜାତା ନାମରେ ପରିଚିତା ।[୨] ୧୯୬୩ ମସିହାରୁ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିବା ଆଗରୁ ସୁଜାତା ପ୍ରଥମେ ଜଣେ ମଞ୍ଚ ଅଭିନେତ୍ରୀ ଭାବରେ କାର୍ଯ୍ୟ କରୁଥିଲେ । ୧୯୬୫ ମସିହାରେ ମୁକ୍ତିଲାଭ କରିଥିବା ବଙ୍ଗଳାଦେଶୀ କଥାଚିତ୍ର ରୂପବାନରେ ତାଙ୍କ ଚରିତ୍ର ରୂପବାନ କନ୍ନା ତାଙ୍କର ଅଭିନୟ ଜୀବନର ସର୍ବୋତ୍ତମ କୃତ୍ତି ବୋଲି ଗଣାଯାଏ ।[୩][୪]୨୦୧୭ ମସିହାରେ ତାଙ୍କୁ ବଙ୍ଗଳାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଲାଇଫ୍ ଟାଇମ୍ ଆଚିଭ୍ମେଣ୍ଟ ପୁରସ୍କାର (ଜୀବନବ୍ୟାପି ସଫଳତା ପୁରସ୍କାର) ପ୍ରଦାନ କରାଯାଇଥିଲା ।[୫] ସେ ଶିମୁଲିର ୭୧ ଏବଂ ସୁଜାତାର ଆତ୍ମଜୀବନୀ ନାମକ ଦୁଇଟି ପୁସ୍ତକ ମଧ୍ୟ ରଚନା କରିଛନ୍ତି ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ସୁଜାତା କୁଷ୍ଟିଆ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ବାପାଙ୍କ ନାମ ଗିରିଜାନାଥ ମଜୁମଦାର ଓ ମାତାଙ୍କ ନାମ ବୀଣାପାଣି ମୁଜମଦାର । ଅଭିନେତା ଆଜିମେରଙ୍କୁ ସେ ୧୯୬୭ ମସିହାର ଜୁନ ୩୦ରେ ବିବାହ କରିଥିଲେ ।[୬][୭]
ଅଭିନୟ ଜୀବନ
[ସମ୍ପାଦନା]ସଲମା ସୁଜାତା ପ୍ରଥମେ ଜଣେ ମଞ୍ଚ କଳାକାର ଭାବରେ କାମ କରିବା ଆରମ୍ଭ କରିଥିଲେ । ୧୯୬୩ ମସିହାରେ ସେ ରୂପେଲି ପରଦାରେ କାମ କରିବା ଆରମ୍ଭ କରିଥିଲେ । ପ୍ରଥମେ ସେ ଜଣେ ଚରିତ୍ର ଅଭିନେତ୍ରୀ ଭାବରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ଧାରାପାତ, ଯାହାର ନିର୍ଦ୍ଦେଶନା ଦେଇଥିଲେ ସାଲାହ୍ଉଦ୍ଦିନ ।
ସେ ୧୯୬୪ ମସିହାରେ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ନାୟିକା ଭାବରେ କାମ କରିବା ଆରମ୍ଭ କରିଥିଲେ । ନାୟିକା ଭାବରେ ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ମେଘ ଭାଙ୍ଗା ରୋଦ, ଯାହାର ନିର୍ଦ୍ଦେଶନା ଦେଇଥିଲେ କାଜୀ ଖାଲେକ ।
ଏହାର ପରବର୍ଷ, ୧୯୬୫ ମସିହାରେ ସେ ବଙ୍ଗଳାଦେଶୀ କଥାଚିତ୍ର ରୂପବାନରେ ଅଭିନୟ କରିଥିଲେ । ସାଲାହ୍ଉଦ୍ଦିନଙ୍କ ନିର୍ଦ୍ଦେଶିତ ଏହି କଥାଚିତ୍ରରେ ସେ ରୂପବନ କନ୍ନା ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ତାଙ୍କୁ ସମ୍ପୂର୍ଣ୍ଣ ବଙ୍ଗଳାଦେଶରେ ଲୋକପ୍ରିୟ କରାଇଥିଲା ।[୮]
ରୂପବାନ କଥାଚିତ୍ରଟିର ବଡ଼ ସଫଳତା ପରେ ଏହାର ଶୀର୍ଷକକୁ ମିଶାଇ ସଫଦାର ଆଲୀ ଭୂୟାଁଙ୍କ ନିର୍ଦ୍ଦେଶନାରେ ଅନ୍ୟ ଏକ ଚଳଚ୍ଚିତ୍ର ରହିମ ବାଦଶାହ ଓ ରୂପବାନ ୧୯୬୬ ମସିହାରେ ମୁକ୍ତିଲାଭ କରିଥିଲା, ଯେଉଁଥିରେ ସୁଜାତା ପୁଣିଥରେ ରୂପବାନ ଭୂମିକାରେ ଅଭିନୟ କରିଥିଲେ । ଏହାପରେ ସେ ରାଜା ସନ୍ନ୍ୟାସୀ, ୧୩ ନମ୍ବର ଫେକୁ ଓସ୍ତାଗାର ଲେନ, ଡାକ ବାବୁ, ଜରିନା ସୁନ୍ଦରୀ, ଅପରାଜେୟ[୯], ଆୟନା ଓ ଅବଶିଷ୍ଟ, ଆଗୁନ ନିୟେ ଖେଲା, କାଞ୍ଚନମାଲା, ସାଇଫୁଲ ମୁଲ୍କ୍ ବଦିଉଜ୍ଜାମାଲ, ଆଲିବାବା, ମଧୁମାଲା, ରାଖାଲ ବନ୍ଧୁ, ଅବନ ଛିଟା[୧୦], ଚେନା ଅଚେନା, ଏତଟୁକୁ ଆଶା[୧୧], ଶହୀଦ ତିତୁମୀର, କୁଲି[୧୨], ରୂପବାନେର ରୂପକଥା, ମୋମେର ଆଲୋ, ଗାଜୀ କାଲୁ ଚମ୍ପାବତୀ, ପାତାଲପୁରୀର ରାଜକନ୍ୟା, ବେଦେର ମେୟେ, ଅବାଞ୍ଛିତ, ମାୟାର ସଂସାର, ସ୍ୱର୍ଣ୍ଣ କମଲ, ନାଗିନୀର ପ୍ରେମ, ସୂର୍ଯ୍ୟ ଉଠାର ଆଗେ, ଅବୁଝ ମନ, ଅଶ୍ରୁ ଦିୟେ ଲେଖା, ଲାଲନ ଫକିର, ସ୍ୱର୍ଣ୍ଣ କମଲ୍[୧୩], ଆଲୋର ମିଛିଲ, ଛୁଟିର ଘଣ୍ଟା, ସୁଭା ଭଳି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।
୨୦୧୬ ମସିହାରେ ତାଙ୍କ ଅଭିନୀତ କଥାଚିତ୍ର ଅସ୍ତିତ୍ୱ ମୁକ୍ତିଲାଭ କରିଥିଲା, ଯେଉଁଥିରେ ସେ ନାୟିକା ପରୀର ଜେଜେମା ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ପରେ ସେ କୌଣସି କଥାଚିତ୍ରରେ ଅଭିନୟ କରିନାହାନ୍ତି ।
୨୦୧୭ ମସିହାରେ ତାଙ୍କୁ ବଙ୍ଗଳାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଲାଇଫ୍ ଟାଇମ୍ ଆଚିଭେମେଣ୍ଟ ପୁରସ୍କାର ମିଳିଥିଲା ।
ପୁସ୍ତକ ରଚନା
[ସମ୍ପାଦନା]ସୁଜାତା ଶିମୁଲିର ୭୧ ନାମକ ଏକ ପୁସ୍ତକ ରଚନା କରିଛନ୍ତି, ଯାହାକି ୨୦୧୯ ମସିହାରେ ପ୍ରକାଶ ପାଇଥିଲା । ୨୦୨୦ ମସିହାରେ ତାଙ୍କର ଆତ୍ମକଥା ସୁଜାତାର ଆତ୍ମଜୀବନୀ ପ୍ରକାଶ ପାଇଥିଲା ।[୧୪]
ଆଧାର
[ସମ୍ପାଦନା]- ↑ "National Film Award-2017 and 2018". Ministry of Information. Retrieved 2019-11-07.
- ↑ "Sujata wants to be regular in acting". The Independent. Dhaka. Retrieved 2018-08-21.
- ↑ Afsar Ahmed (May 6, 2005). "Tit Bits - The celebrity name game". The Daily Star. Archived from the original on March 4, 2016. Retrieved December 28, 2015.
- ↑ সুচরিতার বদলে সুজাতা. Ittefaq (in Bengali). May 1, 2013. Retrieved January 14, 2016.
- ↑ "National Film Awards for 2017 and 2018 announced". The Daily Star (in ଇଂରାଜୀ). 2019-11-08. Retrieved 2019-11-19.
- ↑ Syed Badrul Ahsan (2013-09-13). "Star Marriages". The Daily Star. Retrieved 2018-08-21.
- ↑ আজিম. The Report24.com (in Bengali). Retrieved 2018-08-21.
- ↑ "Sujata to receive the Lifetime Achievement award". The Daily Star (in ଇଂରାଜୀ). 2019-11-15. Retrieved 2019-11-19.
- ↑ Gazdar, Mushtaq (1997). Pakistan Cinema, 1947-1997. Oxford University Press. p. 268. ISBN 0-19-577817-0.
- ↑ Gazdar, Mushtaq (1997). Pakistan Cinema, 1947-1997. Oxford University Press. p. 263. ISBN 0-19-577817-0.
- ↑ Gazdar, Mushtaq (1997). Pakistan Cinema, 1947-1997. Oxford University Press. p. 262. ISBN 0-19-577817-0.
- ↑ Gazdar, Mushtaq (1997). Pakistan Cinema, 1947-1997. Oxford University Press. p. 261. ISBN 0-19-577817-0.
- ↑ Gazdar, Mushtaq (1997). Pakistan Cinema, 1947-1997. Oxford University Press. p. 266. ISBN 0-19-577817-0.
- ↑ Shihab, Karoby (2020). "In conversation with Sujata". New Age.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସଲମା ବେଗମ ସୁଜାତା