ସଲମା ବେଗମ ସୁଜାତା

ଉଇକିପିଡ଼ିଆ‌ରୁ
ସଲମା ବେଗମ ସୁଜାତା
সুজাতা
୧୯୬୭ ମସିହାର କଥାଚିତ୍ର ଆୟନା ଓ ଅବଶିଷ୍ଟରେ ସୁଜାତା
ଜନ୍ମ
ତନ୍ଦ୍ରା ମଜୁମଦାର

କୁଷ୍ଟିଆ ଜିଲ୍ଲା, ପୂର୍ବ ପାକିସ୍ତାନ, ପାକିସ୍ତାନ
ବୃତ୍ତିଅଭିନେତ୍ରୀ
ବୈବାହିକ-ସାଥୀ
ଆଜିମେର
(m. ୧୯୬୭; died ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)

ସଲମା ବେଗମ ସୁଜାତା (ଜନ୍ମ ସମୟରେ ନାମ ତନ୍ଦ୍ରା ମଜୁମଦାର[୧]) ଜଣେ ବାଂଲାଦେଶୀ ଅଭିନେତ୍ରୀ, ଯିଏକି ବଙ୍ଗଳାଦେଶ କଥାଚିତ୍ର ଜଗତରେ ମୁଖ୍ୟତଃ ସୁଜାତା ନାମରେ ପରିଚିତା ।[୨] ୧୯୬୩ ମସିହାରୁ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିବା ଆଗରୁ ସୁଜାତା ପ୍ରଥମେ ଜଣେ ମଞ୍ଚ ଅଭିନେତ୍ରୀ ଭାବରେ କାର୍ଯ୍ୟ କରୁଥିଲେ । ୧୯୬୫ ମସିହାରେ ମୁକ୍ତିଲାଭ କରିଥିବା ବଙ୍ଗଳାଦେଶୀ କଥାଚିତ୍ର ରୂପବାନରେ ତାଙ୍କ ଚରିତ୍ର ରୂପବାନ କନ୍ନା ତାଙ୍କର ଅଭିନୟ ଜୀବନର ସର୍ବୋତ୍ତମ କୃତ୍ତି ବୋଲି ଗଣାଯାଏ ।[୩][୪]୨୦୧୭ ମସିହାରେ ତାଙ୍କୁ ବଙ୍ଗଳାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଲାଇଫ୍ ଟାଇମ୍ ଆଚିଭ୍‌ମେଣ୍ଟ ପୁରସ୍କାର (ଜୀବନବ୍ୟାପି ସଫଳତା ପୁରସ୍କାର) ପ୍ରଦାନ କରାଯାଇଥିଲା ।[୫] ସେ ଶିମୁଲିର ୭୧ ଏବଂ ସୁଜାତାର ଆତ୍ମଜୀବନୀ ନାମକ ଦୁଇଟି ପୁସ୍ତକ ମଧ୍ୟ ରଚନା କରିଛନ୍ତି ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ସୁଜାତା କୁଷ୍ଟିଆ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ବାପାଙ୍କ ନାମ ଗିରିଜାନାଥ ମଜୁମଦାର ଓ ମାତାଙ୍କ ନାମ ବୀଣାପାଣି ମୁଜମଦାର । ଅଭିନେତା ଆଜିମେରଙ୍କୁ ସେ ୧୯୬୭ ମସିହାର ଜୁନ ୩୦ରେ ବିବାହ କରିଥିଲେ ।[୬][୭]

ଅଭିନୟ ଜୀବନ[ସମ୍ପାଦନା]

ସଲମା ସୁଜାତା ପ୍ରଥମେ ଜଣେ ମଞ୍ଚ କଳାକାର ଭାବରେ କାମ କରିବା ଆରମ୍ଭ କରିଥିଲେ । ୧୯୬୩ ମସିହାରେ ସେ ରୂପେଲି ପରଦାରେ କାମ କରିବା ଆରମ୍ଭ କରିଥିଲେ । ପ୍ରଥମେ ସେ ଜଣେ ଚରିତ୍ର ଅଭିନେତ୍ରୀ ଭାବରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ଧାରାପାତ, ଯାହାର ନିର୍ଦ୍ଦେଶନା ଦେଇଥିଲେ ସାଲାହ୍‌ଉଦ୍ଦିନ ।

ସେ ୧୯୬୪ ମସିହାରେ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ନାୟିକା ଭାବରେ କାମ କରିବା ଆରମ୍ଭ କରିଥିଲେ । ନାୟିକା ଭାବରେ ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ମେଘ ଭାଙ୍ଗା ରୋଦ, ଯାହାର ନିର୍ଦ୍ଦେଶନା ଦେଇଥିଲେ କାଜୀ ଖାଲେକ ।

ଏହାର ପରବର୍ଷ, ୧୯୬୫ ମସିହାରେ ସେ ବଙ୍ଗଳାଦେଶୀ କଥାଚିତ୍ର ରୂପବାନରେ ଅଭିନୟ କରିଥିଲେ । ସାଲାହ୍‌ଉଦ୍ଦିନଙ୍କ ନିର୍ଦ୍ଦେଶିତ ଏହି କଥାଚିତ୍ରରେ ସେ ରୂପବନ କନ୍ନା ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ତାଙ୍କୁ ସମ୍ପୂର୍ଣ୍ଣ ବଙ୍ଗଳାଦେଶରେ ଲୋକପ୍ରିୟ କରାଇଥିଲା ।[୮]

ରୂପବାନ କଥାଚିତ୍ରଟିର ବଡ଼ ସଫଳତା ପରେ ଏହାର ଶୀର୍ଷକକୁ ମିଶାଇ ସଫଦାର ଆଲୀ ଭୂୟାଁଙ୍କ ନିର୍ଦ୍ଦେଶନାରେ ଅନ୍ୟ ଏକ ଚଳଚ୍ଚିତ୍ର ରହିମ ବାଦଶାହ ଓ ରୂପବାନ ୧୯୬୬ ମସିହାରେ ମୁକ୍ତିଲାଭ କରିଥିଲା, ଯେଉଁଥିରେ ସୁଜାତା ପୁଣିଥରେ ରୂପବାନ ଭୂମିକାରେ ଅଭିନୟ କରିଥିଲେ । ଏହାପରେ ସେ ରାଜା ସନ୍ନ୍ୟାସୀ, ୧୩ ନମ୍ବର ଫେକୁ ଓସ୍ତାଗାର ଲେନ, ଡାକ ବାବୁ, ଜରିନା ସୁନ୍ଦରୀ, ଅପରାଜେୟ[୯], ଆୟନା ଓ ଅବଶିଷ୍ଟ, ଆଗୁନ ନିୟେ ଖେଲା, କାଞ୍ଚନମାଲା, ସାଇଫୁଲ ମୁଲ୍‌କ୍‌ ବଦିଉଜ୍ଜାମାଲ, ଆଲିବାବା, ମଧୁମାଲା, ରାଖାଲ ବନ୍ଧୁ, ଅବନ ଛିଟା[୧୦], ଚେନା ଅଚେନା, ଏତଟୁକୁ ଆଶା[୧୧], ଶହୀଦ ତିତୁମୀର, କୁଲି[୧୨], ରୂପବାନେର ରୂପକଥା, ମୋମେର ଆଲୋ, ଗାଜୀ କାଲୁ ଚମ୍ପାବତୀ, ପାତାଲପୁରୀର ରାଜକନ୍ୟା, ବେଦେର ମେୟେ, ଅବାଞ୍ଛିତ, ମାୟାର ସଂସାର, ସ୍ୱର୍ଣ୍ଣ କମଲ, ନାଗିନୀର ପ୍ରେମ, ସୂର୍ଯ୍ୟ ଉଠାର ଆଗେ, ଅବୁଝ ମନ, ଅଶ୍ରୁ ଦିୟେ ଲେଖା, ଲାଲନ ଫକିର, ସ୍ୱର୍ଣ୍ଣ କମଲ୍[୧୩], ଆଲୋର ମିଛିଲ, ଛୁଟିର ଘଣ୍ଟା, ସୁଭା ଭଳି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

୨୦୧୬ ମସିହାରେ ତାଙ୍କ ଅଭିନୀତ କଥାଚିତ୍ର ଅସ୍ତିତ୍ୱ ମୁକ୍ତିଲାଭ କରିଥିଲା, ଯେଉଁଥିରେ ସେ ନାୟିକା ପରୀର ଜେଜେମା ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ପରେ ସେ କୌଣସି କଥାଚିତ୍ରରେ ଅଭିନୟ କରିନାହାନ୍ତି ।

୨୦୧୭ ମସିହାରେ ତାଙ୍କୁ ବଙ୍ଗଳାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଲାଇଫ୍ ଟାଇମ୍ ଆଚିଭେମେଣ୍ଟ ପୁରସ୍କାର ମିଳିଥିଲା ।

ପୁସ୍ତକ ରଚନା[ସମ୍ପାଦନା]

ସୁଜାତା ଶିମୁଲିର ୭୧ ନାମକ ଏକ ପୁସ୍ତକ ରଚନା କରିଛନ୍ତି, ଯାହାକି ୨୦୧୯ ମସିହାରେ ପ୍ରକାଶ ପାଇଥିଲା । ୨୦୨୦ ମସିହାରେ ତାଙ୍କର ଆତ୍ମକଥା ସୁଜାତାର ଆତ୍ମଜୀବନୀ ପ୍ରକାଶ ପାଇଥିଲା ।[୧୪]

ଆଧାର[ସମ୍ପାଦନା]

  1. "National Film Award-2017 and 2018". Ministry of Information. Retrieved 2019-11-07.
  2. "Sujata wants to be regular in acting". The Independent. Dhaka. Retrieved 2018-08-21.
  3. Afsar Ahmed (May 6, 2005). "Tit Bits - The celebrity name game". The Daily Star. Archived from the original on March 4, 2016. Retrieved December 28, 2015.
  4. সুচরিতার বদলে সুজাতা. Ittefaq (in Bengali). May 1, 2013. Retrieved January 14, 2016.
  5. "National Film Awards for 2017 and 2018 announced". The Daily Star (in ଇଂରାଜୀ). 2019-11-08. Retrieved 2019-11-19.
  6. Syed Badrul Ahsan (2013-09-13). "Star Marriages". The Daily Star. Retrieved 2018-08-21.
  7. আজিম. The Report24.com (in Bengali). Retrieved 2018-08-21.
  8. "Sujata to receive the Lifetime Achievement award". The Daily Star (in ଇଂରାଜୀ). 2019-11-15. Retrieved 2019-11-19.
  9. Gazdar, Mushtaq (1997). Pakistan Cinema, 1947-1997. Oxford University Press. p. 268. ISBN 0-19-577817-0.
  10. Gazdar, Mushtaq (1997). Pakistan Cinema, 1947-1997. Oxford University Press. p. 263. ISBN 0-19-577817-0.
  11. Gazdar, Mushtaq (1997). Pakistan Cinema, 1947-1997. Oxford University Press. p. 262. ISBN 0-19-577817-0.
  12. Gazdar, Mushtaq (1997). Pakistan Cinema, 1947-1997. Oxford University Press. p. 261. ISBN 0-19-577817-0.
  13. Gazdar, Mushtaq (1997). Pakistan Cinema, 1947-1997. Oxford University Press. p. 266. ISBN 0-19-577817-0.
  14. Shihab, Karoby (2020). "In conversation with Sujata". New Age.

ବାହାର ଆଧାର[ସମ୍ପାଦନା]