ପୂର୍ବ ପାକିସ୍ତାନ

ଉଇକିପିଡ଼ିଆ ରୁ
Jump to navigation Jump to search

ପୂର୍ବ ପାକିସ୍ତାନ ତତ୍କାଳୀନ ପାକିସ୍ତାନର ପୂର୍ବ ଅଂଶ ଥିଲା । ଏହା ବର୍ତ୍ତମାନର ବଙ୍ଗଳାଦେଶରେ ୧୯୫୫ରୁ ୧୯୬୧ ପର୍ଯ୍ୟନ୍ତ ରହିଥିଲା । ଏହାର ରାଜଧାନୀ ଢାକା ଏବଂ ସରକାରୀ ଭାଷା ବଙ୍ଗଳା ଥିଲା । ପୂର୍ବ ପାକିସ୍ତାନର ମୋଟ କ୍ଷେତ୍ରଫଳ ୧,୫,୫୬୦ ବର୍ଗ ମିଟର ଥିଲା । ଏହା ପୂର୍ବ, ଉତ୍ତର ଏବଂ ପଶ୍ଚିମ ଦିଗରେ ଭାରତ ଘେରିରହିଥିବା ବେଳେ ଦକ୍ଷିଣ ପାର୍ଶ୍ୱରେ ବଙ୍ଗୋପସାଗର ଅବସ୍ଥିତ ଥିଲା । ପୂର୍ବରେ ଏହା ବର୍ମା ସହିତ ଏକ ଛୋଟ ସୀମା ରେଖା ଯୋଡ଼ିହୋଇଥିଲା । ଅର୍ଥନୀତି, ରାଜନୈତିକ ପ୍ରତିନିଧିତ୍ୱ ଏବଂ ଜନସଂଖ୍ୟା ଆଧାରରେ ଏହା ପାକିସ୍ତାନର ସର୍ବ ବୃହତ ରାଜ୍ୟ ଥିଲା । ନଅ ମାସ ଧରି ଚାଲିଥିବା ଯୁଦ୍ଧ ଶେଷରେ ୧୯୭୧ ମସିହା ଡିସେମ୍ବର ୧୪ ତାରିଖରେ ପୂର୍ବ ପାକିସ୍ଥାନ ବଙ୍ଗଳାଦେଶ ଭାବରେ ସ୍ୱାଧୀନତା ଘୋଷଣା କରିଥିଲା ।[୧]

ପୃଷ୍ଠଭୂମି[ସମ୍ପାଦନା]

ମହମ୍ମଦ ଅଲି ଜିନ୍ନାଙ୍କ ନେତୃତ୍ୱରେ ଆନ୍ଦୋଳନର ପ୍ରତ୍ୟକ୍ଷ ଫଳ ସ୍ୱରୂପ ପାକିସ୍ତାନ ନୂତନ ଦେଶର ମାନ୍ୟତା ଲାଭ କଲା । ୧୯୪୭ ମସିହାରେ ଭାରତୀୟ ସ୍ୱାଧୀନତା ଅଧିନିୟମ ଗୃହୀତ ହେବା ପରେ ଭାରତ ବିଭାଜନ ପରେ ପାକିସ୍ତାନ ପ୍ରତିଷ୍ଠା ହୋଇଥିଲା । ଏହି ବିଭାଜନର ସର୍ତ୍ତ ଆଧାରର ବ୍ରିଟିଶ ଭାରତର ପୂର୍ବ ଏବଂ ପଶ୍ଚିମ ପ୍ରାନ୍ତରେ ମୁସଲମାନ ପ୍ରାଧାନ୍ୟ କ୍ଷେତ୍ର ଦ୍ୱୟ ପାକିସ୍ତାନରେ ଅନ୍ତର୍ଭୁକ୍ତ ହୋଇଥିଲା । ଏହି ବିଭାଗ ଅଧୀନରେ ବ୍ରିଟିଶ ଭାରତର ପଞ୍ଜାବ ଏବଂ ବଙ୍ଗ ପ୍ରଦେଶ ମଧ୍ୟ ବିଭାଜିତ ହୋଇଥିଲା ଏବଂ ପୂର୍ବ ବଙ୍ଗଳା ଏବଂ ପଶ୍ଚିମ ପଞ୍ଜାବକୁ ପାକିସ୍ତାନରେ ମିଶ୍ରଣ କରାଯାଇଥିଲା । ପାକିସ୍ତାନର ଅଞ୍ଚଳ ବ୍ରିଟିଶ ଶାସିତ ଭାରତର ପାଞ୍ଚଟି ପ୍ରଦେଶକୁ ନେଇ ଗଠିତ ହୋଇଥିଲା: ପୂର୍ବ ବଙ୍ଗଳା, ପଶ୍ଚିମ ପଞ୍ଜାବ, ବାଲୁଚିସ୍ତାନ, ସିନ୍ଧ ଏବଂ ଉତ୍ତର-ପଶ୍ଚିମ ସୀମାନ୍ତ ପ୍ରଦେଶ । ଏଥି ସହିତ କିଛି ଗଡଜାତ ରାଜ୍ୟ ମଧ୍ୟ ପାକିସ୍ତାନୀ ଚୁକ୍ତିରେ ଯୋଗଦେବା ପ୍ରସ୍ତାବକୁ ଗ୍ରହଣ କରିଥିଲେ ।[୨]

ବିଭାଜନ ପରେ ଲକ୍ଷ ଲକ୍ଷ ଲୋକ ଧର୍ମ ଆଧାରରେ ପାକିସ୍ତାନ ତଥା ପୂର୍ବ ପାକିସ୍ତାନ ଚାଲିଯାଇଥିଲେ । ପରବର୍ତ୍ତୀ ସମୟରେ, ସେହି ଦେଶରେ କୌଣସି ସମ୍ବିଧାନ ନ ଥିବାରୁ ପାକିସ୍ତାନ ଭାରତ ସରକାରଙ୍କ ଅଧିନିୟମ,୧୯୩୫ ଅଧୀନରେ ପରିଚାଳିତ ହୋଇଥିଲା । ସମ୍ବିଧାନ ପ୍ରସ୍ତୁତ କରିବାରେ ଅସମର୍ଥ ହେବାର ଏକ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି ଯେ ଉଭୟ ଦଳର ରାଜନୈତିକ ନେତୃତ୍ୱ ସମ୍ବିଧାନ ସହ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସମନ୍ୱୟ ସ୍ଥିତିକୁ ଆସିପାରି ନାହାଁନ୍ତି । ପାକିସ୍ତାନର ବିଭାଜନ ଏବଂ ପ୍ରତିଷ୍ଠା ପରେ, ଏଭଳି ପରିସ୍ଥିତିରେ ପ୍ରଶାସକ ପାକିସ୍ତାନର ଦୁଇଟି ପୃଥକ ଅଂଶକୁ ପ୍ରାୟ ଏକ ହଜାର ମାଇଲ ଦୂରରେ ଅବସ୍ଥିତ ଏକ ସ୍ଥାନରୁ ପରିଚାଳନା କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲା । ଏଥିସହ ପଶ୍ଚିମ ଭାଗ ନିଜେ ଚାରୋଟି ପ୍ରଦେଶ, ଆଦିବାସୀ ଅଞ୍ଚଳ ଏବଂ ବିଭିନ୍ନ ଗଡଜାତ ରାଜ୍ୟରେ ବିଭକ୍ତ ହୋଇଥିବାବେଳେ ପୂର୍ବ ଭାଗ ଏକ ପ୍ରଦେଶ ଥିଲା । ଆହୁରି ମଧ୍ୟ, ପୂର୍ବ ଭାଗରେ, ପଶ୍ଚିମ ଭାଗ ତୁଳନାରେ, ବ୍ୟବସ୍ଥା, ଅମଲାତନ୍ତ୍ର ଏବଂ ସାମରିକ ସୁରକ୍ଷା ଅତ୍ୟନ୍ତ ତ୍ରୁଟିପୂର୍ଣ୍ଣ ଥିଲା ଏବଂ ପଶ୍ଚିମ ଭାଗ ତୁଳନାତ୍ମକ ଭାବରେ ପୂର୍ବ ଭାଗ ଅଧିକ ବିକଶିତ ହୋଇଥିଲା । ତେଣୁ ଏହାର ଜନସଂଖ୍ୟା ପସ୍ଚିମ ଭଗ ଭଳି ଯଥେଷ୍ଟ ଥିଲେ ହେଁ ବିକାଶ ଏବଂ ସମୃଦ୍ଧିର ପଥ ପୂର୍ବ ଭାଗ ପାଇଁ କଷ୍ଟସାଧ୍ୟ ଥିଲା । ଏଭଳି ପରିସ୍ଥିତିରେ ପୂର୍ବ ପାର୍ଶ୍ୱର ଜନତା ମଧ୍ୟରେ ଭାଷା ଏବଂ ସାଂସ୍କୃତିକ ପ୍ରସଙ୍ଗ ବ୍ୟତୀତ ଶକ୍ତି ତଥା ସୁବିଧା ବାଣ୍ଟିବା ଏବଂ ସାମରିକ ଓ ଅର୍ଥନୈତିକ ସମାନତା ରକ୍ଷା କରିବା ଏକ ଦୁରୂହ ବ୍ୟାପାର ଭାବେ ଦେଖାଦେଲା । ଏହି ଭୌଗୋଳିକ ପରିସ୍ଥିତିରୁ ଉତ୍ପନ୍ନ ପ୍ରଶାସନିକ ତଥା ଅସମାନତାର ଅସୁବିଧା ତଥା ଅର୍ଥନୈତିକ ଅସଂଗତିକୁ ସଜାଡିବା ପାଇଁ ଏକ ସ୍ୱତନ୍ତ୍ର ପ୍ରାଦେଶିକ ବ୍ୟବସ୍ଥା ପ୍ରସ୍ତୁତ କରାଯାଇଥିଲା, ଯାହା ଅଧୀନରେ ଉଭୟ କ୍ଷେତ୍ରରେ କେବଳ ଗୋଟିଏ ପ୍ରଦେଶ ରହିବ, ତେଣୁ ଉଭୟ ସମାନ ରାଜନୈତିକ ଶକ୍ତି ପାଇବେ । ଏହି ଯୋଜନାରେ ଅନ୍ୟାନ୍ୟ ବିକାଶ ନୀତି ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଚୌଧୁରୀ ମହମ୍ମଦ ଅଲି ପାକିସ୍ତାନର ୧୭ ବିଧାନ ସଭା ୧୯୫୫ରେ, ୩୦ ଅକ୍ଟୋବର ୧୯୫୫ରେ ପଶ୍ଚିମ ପାକିସ୍ତାନର ସମସ୍ତ ପ୍ରଦେଶକୁ ଏକଜୁଟ କରିବା ଏବଂ ଏକକ ବ୍ୟବସ୍ଥା ଲାଗୁ କରିବା ପାଇଁ ଏହି ଆଇନ କାର୍ଯ୍ୟକାରୀ କରିଥିଲେ । ଏହାପୂର୍ବରୁ ୧୯୫୫ ମସିହାରେ ପ୍ରଧାନମନ୍ତ୍ରୀ ମହମ୍ମଦ ଅଲି ବୋଗ୍ରା ଏକ ଏକେକ ଯୋଜନା କାର୍ଯ୍ୟକାରୀ କରିଥିଲେ ଯାହା ଚାରିଟି ପଶ୍ଚିମ ପ୍ରଦେଶକୁ ପଶ୍ଚିମ ପାକିସ୍ତାନ ନାମକ ଏକ ଏକକ ବ୍ୟବସ୍ଥାରେ ମିଶ୍ରଣ କରିଥିଲାବେଳେ ପୂର୍ବ ବଙ୍ଗଳାକୁ ପୂର୍ବ ପାକିସ୍ଥାନ ଭାବରେ ନାମିତ କରାଯାଇଥିଲା ।

ଏସବୁ ବ୍ୟତୀତ ଏହି ବ୍ୟବସ୍ଥାର ଆଉ ଏକ ଦିଗ ଥିଲା: ଅନେକ ରାଜନେତା ମଧ୍ୟ ପାକିସ୍ତାନର ବିଭିନ୍ନ ଆଞ୍ଚଳିକ ପରମ୍ପରା ଏବଂ ସଂସ୍କୃତିକୁ ହଟାଇବାକୁ ଏବଂ ପାକିସ୍ତାନକୁ ଏକ ଜାତୀୟ ସଂସ୍କୃତିକୁ ନେବାକୁ ଚେଷ୍ଟା କରିଥିଲେ । ତେଣୁ ପ୍ରାଦେଶିକ ତଥା ଆଞ୍ଚଳିକ ସଂସ୍କୃତିକୁ ହଟାଇ ଏକ ଜାତୀୟ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଏହି ନୀତି ମଧ୍ୟ ଲାଗୁ କରାଯାଇଥିଲା ।

ଛଅଦଫା ଦାବୀ[ସମ୍ପାଦନା]

ଶେଖ ମୁଜିବୁର ରେହେମାନଙ୍କ ଛଅଦଫା ଦାବୀନେଇ ଆନ୍ଦୋଳନ

୧୯୬୬ ମସିହାରେ ଆୱାମୀ ଲିଗ୍ ନେତା ଶେଖ ମୁଜିବୁର ରହମାନ ଲାହୋରରେ ଛଅଟି ଦାବୀନେଇ ଆନ୍ଦୋଳନ ଘୋଷଣା କରିଥିଲେ । ଏହି ଆନ୍ଦୋଳନରେ ପାକିସ୍ତାନରେ ଅଧିକ ପ୍ରାଦେଶିକ ସ୍ୱାଧୀନତା ଏବଂ ଗଣତନ୍ତ୍ରର ପୁନରୁଦ୍ଧାର ପାଇଁ ଦାବି କରାଯାଇଥିଲା । ଏହି ଆନ୍ଦୋଳନ ଆରମ୍ଭ କରିବା ପରେ ଅଗରତାଲା ଷଡଯନ୍ତ୍ର ମାମଲାରେ ରହମାନ ଦେଶଦ୍ରୋହ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ୧୯୬୯ ମସିହାରେ ପୂର୍ବ ପାକିସ୍ତାନରେ ହୋଇଥିବା ବିଦ୍ରୋହରେ ତାଙ୍କୁ ମୁକ୍ତ କରାଯାଇଥିଲା ।

ବିଭାଜନର ଶେଷ ସମୟ[ସମ୍ପାଦନା]

ଜେନେରାଲ ୟାହିୟା ଖାନଙ୍କ ସ୍ଥାନରେ ଆୟୁବ ଖାନ ମୁଖ୍ୟ ସାମରିକ ଆଇନ ପ୍ରଶାସକ ଭାବେ ଆସୀନ ହୋଇଥିଲେ । ଆୟୁବ ଖାନ ୧୯୭୦ ପାକିସ୍ତାନୀ ସାଧାରଣ ନିର୍ବାଚନର ଆୟୋଜନ କରିଥିଲେ । ୧୯୭୦ ମସିହାର ଭୋଲା ସାଇକ୍ଲୋନନ ବିଂଶ ଶତାବ୍ଦୀର ଘାତକ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟରୁ ଅନ୍ୟତମ । ଏହି ଘୂର୍ଣ୍ଣିବଳୟରେ ଅଢେଇ ଲକ୍ଷ ଜୀବନ ହାରିଲେ । ଏହି ଘୂର୍ଣ୍ଣିବଳୟର ବିପର୍ଯ୍ୟୟ ପ୍ରଭାବ କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୋଷ ସୃଷ୍ଟି କରିଥିଲା । ଏହିପରି ଏକ ଦଶନ୍ଧି ସାମରିକ ଶାସନ ପରେ ପୂର୍ବ ପାକିସ୍ଥାନ ବଙ୍ଗାଳୀ ଜାତୀୟତାର ଏକ ସ୍ଥାନ ପାଲଟି ଯାଇଥିଲା ।

ଯେତେବେଳେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ସେତେବେଳେ ଆୱାମି ଲିଗ୍ ପାକିସ୍ତାନ ସଂସଦରେ ଏକକ ବୃହତ୍ତମ ଦଳ ଭାବରେ ଉଭା ହୋଇଥିଲା । ଲିଗ୍ ପୂର୍ବ ପାକିସ୍ଥାନର ୧୬୯ଟି ସିଟ୍ ମଧ୍ୟରୁ ୧୬୭ଟି ଜିତିଥିବା ସ୍ଥଳେ, ଯାହାଦ୍ୱାରା ପାକିସ୍ତାନର ୩୦୦ ସିଟ୍ ବିଶିଷ୍ଟ ଜାତୀୟ ସଭାରେ ୧୫୦ର ଅଧା ରାସ୍ତା ଅତିକ୍ରମ କରିବାରେ ସକ୍ଷମ ହେଲା । ସିଦ୍ଧାନ୍ତ ଅନୁଯାୟୀ, ଏହା ୱେଷ୍ଟମିନିଷ୍ଟର ପରମ୍ପରା ଅନୁଯାୟୀ ସରକାର ଗଠନ କରିବାର ଅଧିକାର ଦେଇଥିଲା । କିନ୍ତୁ ଲିଗ୍ ପଶ୍ଚିମ ପାକିସ୍ତାନରେ ଗୋଟିଏ ବି ଆସନ ଜିତିବାରେ ବିଫଳ ହୋଇଥିଲା, ଯେଉଁଠାରେ ପାକିସ୍ତାନ ପିପୁଲ୍ସ ପାର୍ଟି ୮୧ଟି ଆସନ ବିଶିଷ୍ଟ ଏକକ ବୃହତ୍ତମ ଦଳ ଭାବରେ ଉଭା ହୋଇଥିଲା । କ୍ଷମତା ହସ୍ତାନ୍ତର ପାଇଁ ଦୀର୍ଘ ସମୟ ଧରି ଆଲୋଚନା ବିଫଳ ହେବାପରେ ସଂସଦ ଡକାଇବାକୁ ଦାବି କରି ପୂର୍ବ ପାକିସ୍ତାନରେ ଏକ ନାଗରିକ ଅମାନ୍ୟ ଆନ୍ଦୋଳନ ଆରମ୍ଭ ହୋଇଥିଲା । ୭ ମାର୍ଚ୍ଚ ୧୯୭୧ରେ ଏକ ଅଭିଭାଷଣରେ ତତକାଳୀନ ନେତା ରହମାନ ପାକିସ୍ତାନରୁ ସ୍ୱାଧୀନତା ସଂଗ୍ରାମ ଘୋଷଣା କରିଥିଲେ । ୭–୨୬ ମାର୍ଚ୍ଚ ମଧ୍ୟରେ ପୂର୍ବ ପାକିସ୍ଥାନ ମୁଖ୍ୟତଃ ଆୱାମୀ ଲିଗର ନିୟନ୍ତ୍ରଣରେ ଥିଲା । ୨୩ ମାର୍ଚ୍ଚ ୧୯୭୧ରେ ପାକିସ୍ତାନର ଗଣତନ୍ତ୍ର ଦିବସରେ ବଙ୍ଗଳାଦେଶର ପ୍ରଥମ ପତାକା ଅନେକ ପୂର୍ବ ପାକିସ୍ତାନୀ ପରିବାରରେ ଉତ୍ତୋଳନ କରାଯାଇଥିଲା । ୨୬ ମାର୍ଚ୍ଚରେ ପାକିସ୍ତାନୀ ସେନା ଅପରେସନ୍ ସର୍ଚ୍ଚ ଲାଇଟ୍ ଏବଂ ୧୯୭୧ ଢାକା ବିଶ୍ୱବିଦ୍ୟାଳୟ ହତ୍ୟାକାଣ୍ଡ ଭଳି ଏକ ଆକ୍ରମଣ ଆରମ୍ଭ କରିଥିଲା । ଏହାର ପରିଣାମ ସ୍ୱରୂପ ବଙ୍ଗଳାଦେଶୀ ସ୍ୱାଧୀନତା ଘୋଷଣାନାମା ହୋଇଥିଲା ।[୩]

ଯେହେତୁ ବଙ୍ଗଳାଦେଶ ମୁକ୍ତି ଯୁଦ୍ଧ ଏବଂ ୧୯୭୧ ବଙ୍ଗଳାଦେଶ ନର ସଂହାର ନଅ ମାସ ପର୍ଯ୍ୟନ୍ତ ଜାରି ରହିଲା, ପୂର୍ବ ବଙ୍ଗଳା ରେଜିମେଣ୍ଟ ଏବଂ ପୂର୍ବ ପାକିସ୍ତାନ ରାଇଫଲ୍ସ ପରି ପୂର୍ବ ପାକିସ୍ତାନୀ ସାମରିକ ୟୁନିଟ୍ ବଙ୍ଗଳାଦେଶ ବାହିନୀ ଗଠନ କରିବାରେ ବିଫଳ ହୋଇଥିଲେ । ବଙ୍ଗଳାଦେଶର ଅସ୍ଥାୟୀ ସରକାର ପଡୋଶୀ ଭାରତ ସହ ମିଳିତ ହୋଇଥିଲା ଯାହା ଯୁଦ୍ଧର ଶେଷ ଦୁଇ ସପ୍ତାହରେ ହସ୍ତକ୍ଷେପ କରି ପାକିସ୍ତାନର ଆତ୍ମସମର୍ପଣକୁ ସୁରକ୍ଷିତ କରିଥିଲା ।

ପୂର୍ବ ପାକିସ୍ତାନର ସମସ୍ତ ମୁଖ୍ୟ ମନ୍ତ୍ରୀ[ସମ୍ପାଦନା]

କାର୍ଯ୍ୟକାଳ ପୂର୍ବ ପାକିସ୍ତାନର ମୁଖ୍ୟମନ୍ତ୍ରୀ[ଆଧାର ଲୋଡ଼ା] ରାଜନୈତିକ ଦଳ
୨୦ ଜୁନ ୧୯୫୫– ୩୦ ଅଗଷ୍ଟ ୧୯୫୬ ଆବୁ ହୁସୈନ ସରକାର
୧ ସେପ୍ଟେମ୍ବର ୧୯୫୬ – ମର୍ଚ ୧୯୫୮ ଆତାଉର ରେହେମାନ ଖାନ ଆୱାମୀ ଲିଗ
ମାର୍ଚ ୧୯୫୮ ଆବୁ ହୁସୈନ ସରକାର
ମାର୍ଚ ୧୯୫୮ – ୧୮ ଜୁନ ୧୯୫୮ ଆତାଉର ରେହେମାନ ଖାନ ଆୱାମୀ ଲିଗ
୧୮ ଜୁନ ୧୯୫୮– ୨୨ ଜୁନ ୧୯୫୮ ଆବୁ ହୁସୈନ ସରକାର
୨୨ ଜୁନ ୧୯୫୮– ୨୫ ଅଗଷ୍ଟ ୧୯୫୮ ରାଜ୍ୟପାଳଙ୍କ ଶାସନ
୨୫ ଅଗଷ୍ଟ ୧୯୫୮ – ୭ ଅକ୍ଟୋବର ୧୯୫୮ ଆତାଉର ରେହେମାନ ଖାନ ଆୱାମୀ ଲିଗ
୭ ଅକ୍ଟୋବର ୧୯୫୮ ପଦବୀ ଉଚ୍ଛେଦ
୧୬ ଡିସେମ୍ବର ୧୯୭୧ ପୂର୍ବ ପାକିସ୍ତାନର ସ୍ୱଧୀନ ହୋଇ ବାଙ୍ଗଲାଦେଶର ଜନ୍ମ

ଆଧାର[ସମ୍ପାଦନା]

  1. Partner, The Media Group (23 September 2017). "Special report: The Breakup of Pakistan 1969-1971". DAWN.COM (in ଇଂରାଜୀ). Retrieved 5 November 2020. Text "Publishing" ignored (help)
  2. "Forum". archive.thedailystar.net. Retrieved 5 November 2020.
  3. Haqqani, Husain (10 March 2010). "Pakistan: Between Mosque and Military". www.books.google.co.in (in ଇଂରାଜୀ). Carnegie Endowment. Retrieved 5 November 2020.