ସକିଲା ସୋରେନ

ଉଇକିପିଡ଼ିଆ‌ରୁ
(Sakila Sorenରୁ ଲେଉଟି ଆସିଛି)
ସକିଲା ସୋରେନ
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୫୭
ନିର୍ବାଚନ ମଣ୍ଡଳୀଖୁଣ୍ଟା
ବିଧାୟକ: ୩ୟ୪ର୍ଥ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୧ – ୧୯୭୧
ପର ଅଧିକାରୀକୁଆଁରିଆ ମାଝି
ନିର୍ବାଚନ ମଣ୍ଡଳୀମୋରଡ଼ା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1920-10-22) ୨୨ ଅକ୍ଟୋବର ୧୯୨୦ (ବୟସ ୧୦୩)
ମୃତ୍ୟୁ୮ ମଇ ୧୯୯୬(1996-05-08) (ବୟସ ୭୫)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳପ୍ରଜା ସୋସିଆଲିଷ୍ଟ ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଭାରତୀଯ ଜାତୀୟ କଂଗ୍ରେସ, ପ୍ରଜା ସୋସିଆଲିଷ୍ଟ ପାର୍ଟି
ଜୀବନ ସାଥୀମାଳତୀ ସୋରେନ
ବାପା/ବୋଉଉଦୟନାଥ ସୋରେନ (ବାପା)
ବୃତ୍ତିରାଜନୀତିଜ୍ଞ

ସକିଲା ସୋରେନ (୨୨ ଅକ୍ଟୋବର ୧୯୨୦ - ୮ ମଇ ୧୯୯୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସକିଲା ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ । ୧୯୫୧, ୧୯୬୧ ଓ ୧୯୬୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଖୁଣ୍ଟାମୋରଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୪ଶ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ସକିଲା ସୋରେନ ୧୯୨୦ ମସିହାର ଅକ୍ଟୋବର ମାସ ୨୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଉଦୟନାଥ ସୋରେନ ଏବଂ ପତ୍ନୀଙ୍କ ନାମ ମାଳତୀ ସୋରେନ ।[୧] ସକିଲାଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍‌ରୁ କମ ଥିଲା ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ସକିଲା ସୋରେନ ଓଡ଼ିଶା ରାଜନୀତିରେ ସୋସିଆଲିଷ୍ଟ ପାର୍ଟି, ଭାରତୀୟ ଜାତୀୟ କଂଗ୍ରେସ ଓ ପ୍ରଜା ସୋସିଆଲିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ସକିଲା ୧୯୯୬ ମସିହାର ମଇ ମାସ ୮ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Shri Sakila Soren". odishaassembly.nic.in. Odisha Assembly. Retrieved 1 November 2019.