କୁଆଁରିଆ ମାଝି

ଉଇକିପିଡ଼ିଆ‌ରୁ
କୁଆଁରିଆ ମାଝି
ବିଧାୟକ: ୮ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦ – ୧୯୮୫
ନିର୍ବାଚନ ମଣ୍ଡଳୀବୈସିଙ୍ଗା
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୪ – ୧୯୭୭
ନିର୍ବାଚନ ମଣ୍ଡଳୀବୈସିଙ୍ଗା
ବିଧାୟକ: ୫ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୧ – ୧୯୭୩
ପୂର୍ବ ଅଧିକାରୀସକିଲା ସୋରେନ
ନିର୍ବାଚନ ମଣ୍ଡଳୀମୋରଡ଼ା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1930-01-21)୨୧ ଜାନୁଆରୀ ୧୯୩୦
ମୃତ୍ୟୁ୨ ମଇ ୨୦୦୧(2001-05-02) (ବୟସ ୭୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
କଂଗ୍ରେସ (ଇ), ସ୍ୱତନ୍ତ୍ର ପାର୍ଟି
ଜୀବନ ସାଥୀବଲ୍ହି ଦେଇ
ବାପା/ବୋଉରାମଚନ୍ଦ୍ର ମାଝି (ବାପା)
ବୃତ୍ତିରାଜନୀତିଜ୍ଞ

କୁଆଁରିଆ ମାଝି (୨୧ ଜାନୁଆରୀ ୧୯୩୦ - ୨ ମଇ ୨୦୦୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଥିଲେ । ୧୯୭୧, ୧୯୭୪ ଓ ୧୯୮୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ମୋରଡ଼ାବୈସିଙ୍ଗା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ, ୬ଷ୍ଠ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

କୁଆଁରିଆ ମାଝି ୧୯୩୦ ମସିହାର ଜାନୁଆରୀ ୨୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରାମଚନ୍ଦ୍ର ମାଝି ଓ ପତ୍ନୀଙ୍କ ନାମ ବଲ୍ହି ଦେଇ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

କୁଆଁରିଆ ମାଝି ଓଡ଼ିଶା ରାଜନୀତିରେ ପ୍ରଥମେ ସ୍ୱତନ୍ତ୍ର ପାର୍ଟିରେ ଓ ପରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଥିଲେ । ୧୯୭୪ରୁ ୧୯୭୬ ମସିହା ପର୍ଯ୍ୟନ୍ତ ଓ ୧୯୮୦ରୁ ୧୯୮୫ ମସିହା ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନ ସଭାରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]

ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୭୧ ୧୯୭୩ ସଭ୍ୟ, ୫ମ ଓଡ଼ିଶା ବିଧାନ ସଭା ମୋରଡ଼ା ସ୍ୱତନ୍ତ୍ର ପାର୍ଟି
୧୯୭୪ ୧୯୭୭ ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭା ବୈସିଙ୍ଗା ଭାରତୀୟ ଜାତୀୟ କଂଗ୍ରେସ
୧୯୮୦ ୧୯୮୫ ସଭ୍ୟ, ୮ମ ଓଡ଼ିଶା ବିଧାନ ସଭା ବୈସିଙ୍ଗା ଭାରତୀୟ ଜାତୀୟ କଂଗ୍ରେସ

ମୃତ୍ୟୁ[ସମ୍ପାଦନା]

କୁଆଁରିଆ ମାଝି ୨୦୦୧ ମସିହାର ମଇ ୨ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Kuanria Majhi". odishaassembly.nic.in. Odisha Assembly. Retrieved 9 September 2022.