ରୋହିଦାସ ସିଂ ନାଗ

ଉଇକିପିଡ଼ିଆ‌ରୁ
(Rohidas Singh Nagରୁ ଲେଉଟି ଆସିଛି)
ରୋହିଦାସ ସିଂ ନାଗ
Born
ରୋହିଦାସ ସିଂ ନାଗ

(1934-02-05)୫ ଫେବୃଆରୀ ୧୯୩୪
ଚାନ୍ଦୁଆ, ମୟୂରଭଞ୍ଜ
Died୩୦ ଡିସେମ୍ବର ୨୦୧୨(2012-12-30) (ବୟସ ୭୮)
Nationality ଭାରତୀୟ
Known forମୁଣ୍ଡାରୀବାନି ଲିପିର ସ୍ରଷ୍ଟା

ରୋହିଦାସ ସିଂ ନାଗ, ମୁଣ୍ଡାରୀ ଭାଷାର ଲିପି ମୁଣ୍ଡାରୀବାନିର ସ୍ରଷ୍ଟା । [୧]୨୦୦୪ ମସିହାରେ, ଭାରତ ମୁଣ୍ଡା ସମାଜ ଏହି ଲିପିକୁ ସ୍ୱୀକୃତି ଦେଇଛି ଓ ରୋହିଦାସ ସିଂ ନାଗଙ୍କୁ "ଅଲଗୁରୁ" ଉପାଧୀ ପ୍ରଦାନ କରିଛି ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ରୋହିଦାସ, ୧୯୩୪ ମସିହା ଫେବୃଆରୀ ୫ତାରିଖରେ, ମୟୁରଭଞ୍ଜ ଜିଲ୍ଲାର ଚାନ୍ଦୁଆ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ପିତାଙ୍କ ନାମ ଗୋରା ସିଂ ଓ ମାତାଙ୍କ ନାମ ରଇବାରୀ ସିଂ । ରୋହିଦାସଙ୍କ ବାଲ୍ୟଶିକ୍ଷା ଗୟଲକଟା ପ୍ରାଥମିକ ବିଦ୍ୟାଳୟ, ଦେଉଳି ମଧ୍ୟ ଇଂରାଜୀ ବିଦ୍ୟାଳୟ ଓ ବାରିପଦାର ଶରତ ଚନ୍ଦ୍ର ବିଦ୍ୟାପୀଠରେ ହୋଇଥିଲା । ସେ ନବମ ଶ୍ରେଣୀରେ ପାଠ ଛାଡିଥିଲେ । ପରବର୍ତ୍ତୀ ସମୟରେ ତାଙ୍କର ବିବାହ ରଙ୍ଗାମାଟିଆ ଗ୍ରାମର ରତ୍ନମଣି ସିଂଙ୍କ ସହ ହୋଇଥିଲା । ମାତ୍ର ବାରବର୍ଷ ସମୟରେ ସେ, ମୁଣ୍ଡାରୀବାନି ଲିପି ଉଦ୍ଭାବନ କରିଥିଲେ । କାନ୍ଥରେ କାଦୁଅ ଲିପି, ସେ ଏହି ଲିପିର ଆକୃତି ସୃଷ୍ଟି କରିଥିଲେ ।

ମୁଣ୍ଡାରୀବାନି ଲିପି[ସମ୍ପାଦନା]

ମୁଣ୍ଡାରୀବାନି ଲିପିରେ ୫ଟି ସ୍ୱରବର୍ଣ୍ଣ ଓ ବାଇଶଟି ବ୍ୟଞ୍ଜନବର୍ଣ୍ଣ ସହିତ ଚାରୋଟି ଧ୍ୱନି ସଂକେତ ରହିଛି । ରୋମାନ ଲିପି ସଦୃଶ ଏହାର ବ୍ୟବହାର ହୋଇଥାଏ । ଏଥିରେ ମାତ୍ରା, ଫଳା ଓ ଯୁକ୍ତାକ୍ଷର ପ୍ରଚଳନ ନାହିଁ । ୧୯୮୦ ମସିହାରେ ରୋହିଦାସ ସିଂ ଏହି ଲିପିର ନାମ "ମୁଣ୍ଡାରୀବାନି" ରଖିଥିଲେ । ଭାରତ ମୁଣ୍ଡା ସମାଜ ଏହି ଲିପିର ପ୍ରଚାର ଓ ବ୍ୟବହାର କ୍ଷେତ୍ରରେ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି । ପ୍ରାଥମିକ ଶ୍ରେଣୀ ପାଇଁ ମୁଣ୍ଡାରୀ ଭାଷାରେ ପୁସ୍ତକ ଉପଲବ୍ଧ କରାଗଲାଣି । ବର୍ତ୍ତମାନ ଓଡ଼ିଶା, ଝାଡ଼ଖଣ୍ଡପଶ୍ଚିମ ବଙ୍ଗରେ ଏହି ଲିପି ମାଧ୍ୟମରେ ମୁଣ୍ଡାରୀ ଭାଷା ଶିକ୍ଷାଦାନ କରାଯାଉଛି । ଏହି ଲିପି କମ୍ପ୍ୟୁଟରରେ ମଧ୍ୟ ପ୍ରୟୋଗ କରାଯାଇପାରୁଛି । ମୁଣ୍ଡାରୀ ଭାଷା ଏବେ ପର୍ଯ୍ୟନ୍ତ ସରକାରୀ ସ୍ୱୀକୃତି ଲାଭ କରିପାରିନାହିଁ । [୩]

ଉପାଧୀ ଓ ସମ୍ମାନ[ସମ୍ପାଦନା]

  • ଭାରତ ମୁଣ୍ଡା ସମାଜ ତରଫରୁ "ଅଲଗୁରୁ" ଉପାଧୀ - ୨୦୦୪
  • ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ ତରଫରୁ ସାଧାରଣତନ୍ତ୍ର ଉତ୍ସବରେ ସମ୍ମାନୀତ - ୧୯୯୬

୨୦୧୨ ମସିହା ଡିସେମ୍ବର ୩୦ତାରିଖରେ ରୋହିଦାସ ସିଂ ନାଗ ଇହଲିଳା ସମ୍ବରଣ କରିଥିଲେ । [୪]

ଆଧାର[ସମ୍ପାଦନା]

  1. http://www.oneindia.com/2006/05/15/bms-to-intensify-agitation-on-mundari-language-1147760918.html
  2. http://www.gktoday.in/current-affairs-november-15-2011/
  3. "ଆର୍କାଇଭ୍ କପି". Archived from the original on 2016-06-16. Retrieved 2015-02-05. {{cite web}}: Cite has empty unknown parameter: |1= (help)
  4. ପ୍ରଗତିବାଦୀ ୦୫/୦୨/୨୦୧୪ ପୃଷ୍ଠା ୪ରେ ପ୍ରକାଶିତ ଡ଼ ରାଜକିଶୋର ନାୟକଙ୍କ ଲେଖା "ମୁଣ୍ଡାରୀ ଭାଷାର ପ୍ରଜ୍ଞାପୁରୁଷ"