ରଣଦୀପ ହୁଡ୍ଡା
ରଣଦୀପ ହୁଡ୍ଡା | |
---|---|
ଜନ୍ମ | [୧] ରୋହତକ, ହରିୟାଣା, ଭାରତ | ୨୦ ଅଗଷ୍ଟ ୧୯୭୬
ଜାତୀୟତା | ଭାରତୀୟ |
ସକ୍ରିୟ ବର୍ଷ | ୨୦୦୧–ଏବେଯାଏଁ |
ବୈବାହିକ-ସାଥୀ | ନୀତୁ ଚନ୍ଦ୍ରା |
ରଣଦୀପ ହୁଡ୍ଡା (ହିନ୍ଦୀ : रणदीप हुड्डा, pronounced [rɳd̪iːp huːɖaː]; ଜନ୍ମ: ୨୦ ଅଗଷ୍ଟ ୧୯୭୬)[୧][୨], ଜଣେ ଭାରତୀୟ କଥାଚିତ୍ର ଅଭିନେତା, ଯିଏକି ମୁଖ୍ୟତଃ ହିନ୍ଦୀ କଥାଚିତ୍ରରେ ଅଭିନୟ କରନ୍ତି । ହରିୟାଣାର ରୋହତକ୍ରେ ଜନ୍ମଗ୍ରହଣ କରିଥିବା ରଣଦୀପ ସୋନେପଟର ମୋତିଲାଲ ନେହେରୁ ସ୍କୁଲରେ ପଢ଼ୁଥିଲେ । ସେଠାରେ ସେ ସ୍କୁଲରେ ପଢ଼ିବାବେଳୁ ହିଁ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ମାନବ ସମ୍ବଳ ବିକାଶ ବିଷୟରେ ସ୍ନାତକ କରିଥିଲେ ।[୩] ଏହାପରେ ସେ ଭାରତ ପ୍ରତ୍ୟାବର୍ତ୍ତନ କରିବାପରେ ମଡେଲିଂରେ ଯୋଗ ଦେଇଥିଲେ ଏବଂ ଥିଏଟରରେ ଅଭିନୟ ପାଇଁ ଯୋଗ ଦେଇଥିଲେ ।[୪]
ରଣଦୀପ ୨୦୦୧ ମସିହାରେ ହିନ୍ଦୀ କଥାଚିତ୍ର ଜଗତରେ ତାଙ୍କର ଅଭିନୟ ଆରମ୍ଭ କରିଥିଲେ । ମୀରା ନାୟାରଙ୍କର ଚଳଚ୍ଚିତ୍ର ମନ୍ସୁନ୍ ୱେଡିଙ୍ଗ୍ ଜରିଆରେ ରଣଦୀପ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟରେ ପ୍ରବେଶ କରିଥିଲେ ।[୫] ଏହି ଚଳଚ୍ଚିତ୍ରରେ ରଣଦୀପ ଅନେକ ପ୍ରସଂଶା ସାଉଁଣ୍ଟିଥିଲେ । ମାତ୍ର ପ୍ରଥମ ଚଳଚ୍ଚିତ୍ରର ଏହି ଆଂଶିକ ସଫଳତା ପରେ ରଣଦୀପଙ୍କୁ ଆଗାମୀ ଚଳଚ୍ଚିତ୍ରରେ ଅଭିନୟ ପାଇଁ ୪ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା ।[୬] ୨୦୦୫ରେ ସେ ତାଙ୍କର ୨ୟ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ରାମ ଗୋପାଳ ବର୍ମାଙ୍କ ଚଳଚ୍ଚିତ୍ର 'ଡି'ରେ ରଣଦୀପ ଅଭିନୟ କରିଥିଲେ, ମାତ୍ର ଏହି ଚଳଚ୍ଚିତ୍ରଟି ସଫଳ ହୋଇପାରିନଥିଲା ।[୭] ଏହାପରେ ରଣଦୀପଙ୍କର ଅଭିନୟ ଜୀବନରେ ସଫଳା ମିଳିବା କଷ୍ଟକର ହୋଇପଡ଼ିଲା । ଏହି ସମୟରେ ରଣଦୀପ ନିଜର ଗୁଜୁରାଣ ପାଇଁ ବିଭିନ୍ନ ଦୂରଦର୍ଶନ ବିଜ୍ଞାପନରେ ଅଭିନୟ କରୁଥିଲେ ।[୮] ସେ ଲଗାତାର କିଛି ବ୍ୟବସାୟିକ ବିଫଳତା ଭୋଗୁଥିବା ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଗୁଡ଼ିକୁ ମଧ୍ୟ ସମୀକ୍ଷକମାନେ ନାପସନ୍ଦ କରିଥିଲେ ।[୯][୧୦] ଏହାପରେ ୨୦୧୦ ମସିହାରେ ରଣଦୀପଙ୍କ ଅଭିନୟ ଜୀବନର ମୋଡ଼ ବଦଳିଲା, ଯେତେବେଳେ ସେ ଏକତା କପୁରଙ୍କର ଚଳଚ୍ଚିତ୍ର ୱାନ୍ସ ଅପନ ଏ ଟାଇମ୍ରେ ଜଣେ ପୋଲିସ ଅଧିକାରୀ ଭୂମିକାରେ ଅଭିନୟ କଲେ ।[୧୧][୧୨] ଏହାପରେ ୨୦୧୧ରେ ରଣଦୀପ ସାହେବ, ବିବି ଔର୍ ଗ୍ୟାଙ୍ଗ୍ଷ୍ଟାର ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୧୩] ଏହି ଚଳଚ୍ଚିତ୍ର ପାଇଁ ରଣଦୀପଙ୍କୁ ଆଇଫା (ଆନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ପୁରସ୍କାର)ରେ ଶ୍ରେଷ୍ଠ ସହ-ଅଭିନେତା ପାଇଁ ମନୋନୀତ କରାଯାଇଥିଲା ।
ଏହାପରେ ରଣଦୀପ ୨୦୧୨ରେ ଜନ୍ନତ ୨[୧୪], ଜିସ୍ମ ୨[୧୫] ଏବଂ ୨୦୧୩ରେ ମର୍ଡ଼ର ୩[୧୬] ଆଦି ସଫଳ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଗୁଡ଼ିକରେ ରଣଦୀପଙ୍କର ଅଭିନୟ ତାଙ୍କୁ ଏକ ନୂଆ ପରିଚୟ ଦେବାସହ ତାଙ୍କର ସଫଳତାର ହାର ବଢ଼ାଇଥିଲା । ଏହାପରେ ୨୦୧୪ରେ ମହେଶ ଭଟ୍ଟଙ୍କର କଥାଚିତ୍ର ହାଇୱେ[୧୭] ଏବଂ ୨୦୧୬ରେ ସରବଜିତ୍ ସିଂହଙ୍କର ଆତ୍ମଜୀବନି ଉପରେ ଆଧାରତି ଚଳଚ୍ଚିତ୍ର ସରବଜିତ୍ରେ ରଣଦୀପଙ୍କ ଅଭିନୟକୁ ଅନେକ ପ୍ରସଂଶା କରିଥିଲେ ।[୧୮] ଏହି ଚଳଚ୍ଚିତ୍ରରେ ଅଭିନୟ ପାଇଁ ରଣଦୀପଙ୍କୁ ଷ୍ଟାରଡଷ୍ଟ ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ନାୟକ ପୁରସ୍କାର ମିଳିଥିଲା । ଏହାପରେ ୨୦୧୪ରେ ସେ ସଲମାନ ଖାଁଙ୍କ ଚଳଚ୍ଚିତ୍ର କିକ୍ରେ ଜଣେ ପୋଲିସ ଅଧିକାରୀ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ସଫଳ ହେବା ସହ ବହୁତ ଭଲ ବ୍ୟବସାୟ କରିଥିଲା । ଏହାପରେ ସେ ୨୦୧୪ରେ ରଙ୍ଗ ରସିୟା, ୨୦୧୫ରେ ମେଁ ଔର୍ ଚାର୍ଲସ୍, ୨୦୧୬ରେ ସୁଲତାନ, ୨୦୧୮ରେ ବାଘି-୨ ଆଦି ସଫଳ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।
ଚଳଚ୍ଚିତ୍ରରେ ଅଭିନୟ କରିବା ବ୍ୟତୀତ ରଣଦୀପ ଅନେକ ମଞ୍ଚ ନାଟକରେ ଅଭିନୟ କରିଛନ୍ତି । ସେ ଚଳଚ୍ଚିତ୍ରରେ କାର୍ଯ୍ୟ କରିବା ସହ ଥିଏଟରରେ ନିଜର ଅଭିନୟ ଜାରି ରଖିଥିଲେ ।[୧୯] ସେ ନାସୀର ଉଦ୍ଦିନ ଶାହାଙ୍କ ଥିଏଟରର ସେ ଜଣେ ସକ୍ରିୟ ସଦସ୍ୟ ।[୨୦][୨୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Randeep Hooda's Biography". Koimoi. Archived from the original on 4 February 2016. Retrieved 27 January 2016.
- ↑ "Randeep Hooda biography". Oneindia. Archived from the original on 25 November 2012. Retrieved 9 September 2012.
- ↑ "Hoodlum, Hunk, Star". Rediff. 10 April 2002. Archived from the original on 7 October 2011. Retrieved 9 September 2012.
- ↑ Ghosh, Sankhayan (21 February 2014). "Why Randeep Hooda didn't speak to Alia Bhatt for 25 days during Highway shoot". Indian Express. Archived from the original on 3 February 2016. Retrieved 27 January 2016.
- ↑ "10 'Outsiders' Who Made It Big In Bollywood". ScoopWhoop. 13 January 2016. Archived from the original on 26 January 2016. Retrieved 29 January 2016.
- ↑ "I haven't reached my destination: Randeep Hooda". NDTV. 14 February 2013. Archived from the original on 13 May 2013. Retrieved 18 February 2013.
- ↑ Unnithan, Sandeep (13 September 2004). "Double click". India Today. Archived from the original on 2 December 2013. Retrieved 18 February 2013.
- ↑ Sharma, Suruchi (21 September 2012). "Stardom happens – you can't plan it: Randeep Hooda". Times of India. Archived from the original on 25 October 2012. Retrieved 28 October 2012.
- ↑ "I was too full of myself: Randeep Hooda". Archived from the original on 4 March 2016. Retrieved 29 January 2016.
- ↑ "I sat at home too long to be tired of work now: Randeep Hooda". The Times of India. 14 February 2013. Archived from the original on 25 February 2013. Retrieved 18 February 2013.
- ↑ "Randeep Hooda Calls 'Do Lafzon Ki Kahani' His First Bona Fide Love Story". CNN-News18. 3 June 2016. Archived from the original on 3 January 2018. Retrieved 2 January 2018.
- ↑ Indo-Asian News Service (6 August 2010). "Didn't follow any one for police role: Randeep Hooda". NDTV. Archived from the original on 8 November 2013. Retrieved 10 February 2013.
- ↑ "Saheb Biwi Aur Gangster Review". Times of India. Archived from the original on 14 April 2012. Retrieved 9 September 2012.
- ↑ "Jannat 2 Review". bollywoodhungama.com. Archived from the original on 16 July 2012. Retrieved 9 September 2012.
- ↑ Masand, Rajeev. "Jism 2 Review". CNN-IBN. Archived from the original on 26 August 2012. Retrieved 9 September 2012.
- ↑ Mangaokar, Shalvi (11 January 2013). "Murder 3 is a remake of Spanish thriller". The Hindustan Times. Archived from the original on 18 February 2013. Retrieved 11 March 2013.
- ↑ Ghosh, Sankhayan (21 February 2014). "Why Randeep Hooda didn't speak to Alia Bhatt for 25 days during Highway shoot". The Indian Express. Archived from the original on 3 February 2016. Retrieved 27 January 2016.
- ↑ "Revealed: Randeep Hooda's transformation to Sarbjit". The Times of India. Archived from the original on 7 ମଇ 2016. Retrieved 3 ମଇ 2016.
- ↑ Naval-Shetye, Aakanksha (24 July 2012). "Theatre is a reality check for an actor, says Randeep Hooda". Daily News and Analysis. Retrieved 16 September 2012.
- ↑ Dhingra, Deepali (1 July 2011). "Actors enjoy both theatre and Bollywood". The Times of India. Archived from the original on 3 January 2013. Retrieved 16 September 2012.
- ↑ C R, Sharanya (16 September 2011). "Theatre is more gratifying than films: Randeep Hooda". Daily News and Analysis. Retrieved 16 September 2012.
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ରଣଦୀପ ହୁଡ୍ଡା