ରଣଦୀପ ହୁଡ୍ଡା

ଉଇକିପିଡ଼ିଆ‌ରୁ
ରଣଦୀପ ହୁଡ୍ଡା
୨୦୧୬ରେ ରଣଦୀପ
Born (1976-08-20) ୨୦ ଅଗଷ୍ଟ ୧୯୭୬ (ବୟସ ୪୭)[୧]
ରୋହତକ, ହରିୟାଣା, ଭାରତ
Nationalityଭାରତୀୟ
Years active୨୦୦୧–ଏବେଯାଏଁ
Spouseନୀତୁ ଚନ୍ଦ୍ରା

ରଣଦୀପ ହୁଡ୍ଡା (ହିନ୍ଦୀ : रणदीप हुड्डा, pronounced [rɳd̪iːp huːɖaː]; ଜନ୍ମ: ୨୦ ଅଗଷ୍ଟ ୧୯୭୬)[୧][୨], ଜଣେ ଭାରତୀୟ କଥାଚିତ୍ର ଅଭିନେତା, ଯିଏକି ମୁଖ୍ୟତଃ ହିନ୍ଦୀ କଥାଚିତ୍ରରେ ଅଭିନୟ କରନ୍ତି । ହରିୟାଣାର ରୋହତକ୍‌ରେ ଜନ୍ମଗ୍ରହଣ କରିଥିବା ରଣଦୀପ ସୋନେପଟର ମୋତିଲାଲ ନେହେରୁ ସ୍କୁଲରେ ପଢ଼ୁଥିଲେ । ସେଠାରେ ସେ ସ୍କୁଲରେ ପଢ଼ିବାବେଳୁ ହିଁ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ମାନବ ସମ୍ବଳ ବିକାଶ ବିଷୟରେ ସ୍ନାତକ କରିଥିଲେ ।[୩] ଏହାପରେ ସେ ଭାରତ ପ୍ରତ୍ୟାବର୍ତ୍ତନ କରିବାପରେ ମଡେଲିଂରେ ଯୋଗ ଦେଇଥିଲେ ଏବଂ ଥିଏଟରରେ ଅଭିନୟ ପାଇଁ ଯୋଗ ଦେଇଥିଲେ ।[୪]

ରଣଦୀପ ୨୦୦୧ ମସିହାରେ ହିନ୍ଦୀ କଥାଚିତ୍ର ଜଗତରେ ତାଙ୍କର ଅଭିନୟ ଆରମ୍ଭ କରିଥିଲେ । ମୀରା ନାୟାରଙ୍କର ଚଳଚ୍ଚିତ୍ର ମନ୍‌ସୁନ୍ ୱେଡିଙ୍ଗ୍‌ ଜରିଆରେ ରଣଦୀପ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟରେ ପ୍ରବେଶ କରିଥିଲେ ।[୫] ଏହି ଚଳଚ୍ଚିତ୍ରରେ ରଣଦୀପ ଅନେକ ପ୍ରସଂଶା ସାଉଁଣ୍ଟିଥିଲେ । ମାତ୍ର ପ୍ରଥମ ଚଳଚ୍ଚିତ୍ରର ଏହି ଆଂଶିକ ସଫଳତା ପରେ ରଣଦୀପଙ୍କୁ ଆଗାମୀ ଚଳଚ୍ଚିତ୍ରରେ ଅଭିନୟ ପାଇଁ ୪ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା ।[୬] ୨୦୦୫ରେ ସେ ତାଙ୍କର ୨ୟ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ରାମ ଗୋପାଳ ବର୍ମାଙ୍କ ଚଳଚ୍ଚିତ୍ର 'ଡି'ରେ ରଣଦୀପ ଅଭିନୟ କରିଥିଲେ, ମାତ୍ର ଏହି ଚଳଚ୍ଚିତ୍ରଟି ସଫଳ ହୋଇପାରିନଥିଲା ।[୭] ଏହାପରେ ରଣଦୀପଙ୍କର ଅଭିନୟ ଜୀବନରେ ସଫଳା ମିଳିବା କଷ୍ଟକର ହୋଇପଡ଼ିଲା । ଏହି ସମୟରେ ରଣଦୀପ ନିଜର ଗୁଜୁରାଣ ପାଇଁ ବିଭିନ୍ନ ଦୂରଦର୍ଶନ ବିଜ୍ଞାପନରେ ଅଭିନୟ କରୁଥିଲେ ।[୮] ସେ ଲଗାତାର କିଛି ବ୍ୟବସାୟିକ ବିଫଳତା ଭୋଗୁଥିବା ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଗୁଡ଼ିକୁ ମଧ୍ୟ ସମୀକ୍ଷକମାନେ ନାପସନ୍ଦ କରିଥିଲେ ।[୯][୧୦] ଏହାପରେ ୨୦୧୦ ମସିହାରେ ରଣଦୀପଙ୍କ ଅଭିନୟ ଜୀବନର ମୋଡ଼ ବଦଳିଲା, ଯେତେବେଳେ ସେ ଏକତା କପୁରଙ୍କର ଚଳଚ୍ଚିତ୍ର ୱାନ୍ସ ଅପନ ଏ ଟାଇମ୍‌ରେ ଜଣେ ପୋଲିସ ଅଧିକାରୀ ଭୂମିକାରେ ଅଭିନୟ କଲେ ।[୧୧][୧୨] ଏହାପରେ ୨୦୧୧ରେ ରଣଦୀପ ସାହେବ, ବିବି ଔର୍ ଗ୍ୟାଙ୍ଗ୍‌ଷ୍ଟାର ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୧୩] ଏହି ଚଳଚ୍ଚିତ୍ର ପାଇଁ ରଣଦୀପଙ୍କୁ ଆଇଫା (ଆନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ପୁରସ୍କାର)ରେ ଶ୍ରେଷ୍ଠ ସ‌ହ-ଅଭିନେତା ପାଇଁ ମନୋନୀତ କରାଯାଇଥିଲା ।

ଏହାପରେ ରଣଦୀପ ୨୦୧୨ରେ ଜନ୍ନତ ୨[୧୪], ଜିସ୍ମ ୨[୧୫] ଏବଂ ୨୦୧୩ରେ ମର୍ଡ଼ର ୩[୧୬] ଆଦି ସଫଳ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଗୁଡ଼ିକରେ ରଣଦୀପଙ୍କର ଅଭିନୟ ତାଙ୍କୁ ଏକ ନୂଆ ପରିଚୟ ଦେବାସ‌ହ ତାଙ୍କର ସଫଳତାର ହାର ବଢ଼ାଇଥିଲା । ଏହାପରେ ୨୦୧୪ରେ ମହେଶ ଭଟ୍ଟଙ୍କର କଥାଚିତ୍ର ହାଇୱେ[୧୭] ଏବଂ ୨୦୧୬ରେ ସରବଜିତ୍ ସିଂହଙ୍କର ଆତ୍ମଜୀବନି ଉପରେ ଆଧାରତି ଚଳଚ୍ଚିତ୍ର ସରବଜିତ୍‌ରେ ରଣଦୀପଙ୍କ ଅଭିନୟକୁ ଅନେକ ପ୍ରସଂଶା କରିଥିଲେ ।[୧୮] ଏହି ଚଳଚ୍ଚିତ୍ରରେ ଅଭିନୟ ପାଇଁ ରଣଦୀପଙ୍କୁ ଷ୍ଟାରଡଷ୍ଟ ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ନାୟକ ପୁରସ୍କାର ମିଳିଥିଲା । ଏହାପରେ ୨୦୧୪ରେ ସେ ସଲମାନ ଖାଁଙ୍କ ଚଳଚ୍ଚିତ୍ର କିକ୍‌ରେ ଜଣେ ପୋଲିସ ଅଧିକାରୀ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ସଫଳ ହେବା ସ‌ହ ବ‌ହୁତ ଭଲ ବ୍ୟବସାୟ କରିଥିଲା । ଏହାପରେ ସେ ୨୦୧୪ରେ ରଙ୍ଗ ରସିୟା, ୨୦୧୫ରେ ମେଁ ଔର୍ ଚାର୍ଲସ୍, ୨୦୧୬ରେ ସୁଲତାନ, ୨୦୧୮ରେ ବାଘି-୨ ଆଦି ସଫଳ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

ଚଳଚ୍ଚିତ୍ରରେ ଅଭିନୟ କରିବା ବ୍ୟତୀତ ରଣଦୀପ ଅନେକ ମଞ୍ଚ ନାଟକରେ ଅଭିନୟ କରିଛନ୍ତି । ସେ ଚଳଚ୍ଚିତ୍ରରେ କାର୍ଯ୍ୟ କରିବା ସ‌ହ ଥିଏଟରରେ ନିଜର ଅଭିନୟ ଜାରି ରଖିଥିଲେ ।[୧୯] ସେ ନାସୀର ଉଦ୍ଦିନ ଶାହାଙ୍କ ଥିଏଟରର ସେ ଜଣେ ସକ୍ରିୟ ସଦସ୍ୟ ।[୨୦][୨୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Randeep Hooda's Biography". Koimoi. Archived from the original on 4 February 2016. Retrieved 27 January 2016.
  2. "Randeep Hooda biography". Oneindia. Archived from the original on 25 November 2012. Retrieved 9 September 2012.
  3. "Hoodlum, Hunk, Star". Rediff. 10 April 2002. Archived from the original on 7 October 2011. Retrieved 9 September 2012.
  4. Ghosh, Sankhayan (21 February 2014). "Why Randeep Hooda didn't speak to Alia Bhatt for 25 days during Highway shoot". Indian Express. Archived from the original on 3 February 2016. Retrieved 27 January 2016.
  5. "10 'Outsiders' Who Made It Big In Bollywood". ScoopWhoop. 13 January 2016. Archived from the original on 26 January 2016. Retrieved 29 January 2016.
  6. "I haven't reached my destination: Randeep Hooda". NDTV. 14 February 2013. Archived from the original on 13 May 2013. Retrieved 18 February 2013.
  7. Unnithan, Sandeep (13 September 2004). "Double click". India Today. Archived from the original on 2 December 2013. Retrieved 18 February 2013.
  8. Sharma, Suruchi (21 September 2012). "Stardom happens – you can't plan it: Randeep Hooda". Times of India. Archived from the original on 25 October 2012. Retrieved 28 October 2012.
  9. "I was too full of myself: Randeep Hooda". Archived from the original on 4 March 2016. Retrieved 29 January 2016.
  10. "I sat at home too long to be tired of work now: Randeep Hooda". The Times of India. 14 February 2013. Archived from the original on 25 February 2013. Retrieved 18 February 2013.
  11. "Randeep Hooda Calls 'Do Lafzon Ki Kahani' His First Bona Fide Love Story". CNN-News18. 3 June 2016. Archived from the original on 3 January 2018. Retrieved 2 January 2018.
  12. Indo-Asian News Service (6 August 2010). "Didn't follow any one for police role: Randeep Hooda". NDTV. Archived from the original on 8 November 2013. Retrieved 10 February 2013.
  13. "Saheb Biwi Aur Gangster Review". Times of India. Archived from the original on 14 April 2012. Retrieved 9 September 2012.
  14. "Jannat 2 Review". bollywoodhungama.com. Archived from the original on 16 July 2012. Retrieved 9 September 2012.
  15. Masand, Rajeev. "Jism 2 Review". CNN-IBN. Archived from the original on 26 August 2012. Retrieved 9 September 2012.
  16. Mangaokar, Shalvi (11 January 2013). "Murder 3 is a remake of Spanish thriller". The Hindustan Times. Archived from the original on 18 February 2013. Retrieved 11 March 2013.
  17. Ghosh, Sankhayan (21 February 2014). "Why Randeep Hooda didn't speak to Alia Bhatt for 25 days during Highway shoot". The Indian Express. Archived from the original on 3 February 2016. Retrieved 27 January 2016.
  18. "Revealed: Randeep Hooda's transformation to Sarbjit". The Times of India. Archived from the original on 7 ମଇ 2016. Retrieved 3 ମଇ 2016.
  19. Naval-Shetye, Aakanksha (24 July 2012). "Theatre is a reality check for an actor, says Randeep Hooda". Daily News and Analysis. Retrieved 16 September 2012.
  20. Dhingra, Deepali (1 July 2011). "Actors enjoy both theatre and Bollywood". The Times of India. Archived from the original on 3 January 2013. Retrieved 16 September 2012.
  21. C R, Sharanya (16 September 2011). "Theatre is more gratifying than films: Randeep Hooda". Daily News and Analysis. Retrieved 16 September 2012.

ଅଧିକ ତଥ୍ୟ[ସମ୍ପାଦନା]