ରାମଚନ୍ଦ୍ର ସେଠୀ
ଦେଖଣା
(Ramachandra Sethiରୁ ଲେଉଟି ଆସିଛି)
ରାମଚନ୍ଦ୍ର ସେଠୀ | |
|---|---|
| ବିଧାୟକ: ୧୦ମ, ୧୧ଶ, ୧୨ଶ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୯୦ – ୨୦୦୪ | |
| ପୂର୍ବ ଅଧିକାରୀ | ଘନଶ୍ୟାମ ବେହେରା |
| ପର ଅଧିକାରୀ | ତ୍ରିନାଥ ବେହେରା |
| ନିର୍ବାଚନ ମଣ୍ଡଳୀ | ଗୋପାଳପୁର |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୧ ଜୁଲାଇ ୧୯୪୮ |
| ମୃତ୍ୟୁ | ୪ ଅପ୍ରେଲ ୨୦୦୭ (ବୟସ ୫୮) |
| ନାଗରିକତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ବିଜୁ ଜନତା ଦଳ |
| ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଜନତା ଦଳ |
| ଜୀବନ ସାଥୀ | ଶକୁନ୍ତଳା ସେଠୀ |
| ବାପା/ବୋଉ | ବାସୁଦେବ ସେଠୀ (ବାପା) |
| ବୃତ୍ତି | ରାଜନୀତିଜ୍ଞ |
ରାମଚନ୍ଦ୍ର ସେଠୀ (୧ ଜୁଲାଇ ୧୯୪୮ - ୪ ଅପ୍ରେଲ ୨୦୦୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ । ୧୯୯୦, ୧୯୯୫ ଓ ୨୦୦୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଗୋପାଳପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୦ମ, ୧୧ଶ ଓ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ ପରିବାର ଓ ଶିକ୍ଷା
[ସମ୍ପାଦନା]ରାମଚନ୍ଦ୍ର ୧୯୪୮ ମସିହାର ଜୁଲାଇ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବାସୁଦେବ ସେଠୀ ଓ ପତ୍ନୀଙ୍କ ନାମ ଶକୁନ୍ତଳା ସେଠୀ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ରାମଚନ୍ଦ୍ର ଓଡ଼ିଶା ରାଜନୀତିରେ ପ୍ରଥମେ ଜନତା ଦଳରେ ଏବଂ ପରେ ବିଜୁ ଜନତା ଦଳର ରାଜନେତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ ।[୧]
ବିଧାନ ସଭା ସଭ୍ୟ ବିବରଣୀ
[ସମ୍ପାଦନା]| ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
|---|---|---|---|---|
| ୧୯୯୦ | ୧୯୯୫ | ସଭ୍ୟ, ୧୦ମ ଓଡ଼ିଶା ବିଧାନ ସଭା | ଗୋପାଳପୁର | ଜନତା ଦଳ |
| ୧୯୯୫ | ୨୦୦୦ | ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା | ଗୋପାଳପୁର | ଜନତା ଦଳ |
| ୨୦୦୦ | ୨୦୦୪ | ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା | ଗୋପାଳପୁର | ବିଜୁ ଜନତା ଦଳ |
ମୃତ୍ୟୁ
[ସମ୍ପାଦନା]ରାମଚନ୍ଦ୍ର ୨୦୦୭ ମସିହାର ଅପ୍ରେଲ ୪ ତାରିଖରେ ୫୮ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Ramachandra Sethi". odishaassembly.nic.in. Odisha Assembly. Retrieved 2 January 2021.