ରଘୁ ଦହିବରା-ଆଳୁଦମ

ଉଇକିପିଡ଼ିଆ‌ରୁ
(Raghu Dahibara-Aludamରୁ ଲେଉଟି ଆସିଛି)
ରଘୁ ଦହିବରା-ଆଳୁଦମ
Restaurant information
ମୁଖ୍ୟ ରାନ୍ଧୁଣିରଘୁନାଥ ସାସମଲ
ରାନ୍ଧୁଣିଲିଙ୍ଗରାଜ
ବନମାଳୀ
ରତ୍ନାକର
ଖାଦ୍ୟଦହିବରା-ଆଳୁଦମ
ସାହିବିଡ଼ାନାସୀ ଛକ
ସହରକଟକ
ରାଜ୍ୟଓଡ଼ିଶା
ଦେଶ India
ଖାଦ୍ୟ ପରଷିବା କ୍ଷମତା୨୦୦-୨୫୦

କଟକର ବିଡ଼ାନାସୀଠାରେ ରଘୁନାଥ ସାସମଲଙ୍କ ଉଠା ଦହିବରା ଆଳୁଦମ ଦୋକାନଟିଏ ରହିଛି । ଏହା ରଘୁ ଦହିବରା-ଆଳୁଦମ ନାମରେ ପରିଚିତ ।[୧] ରଘୁନାଥ, ବିଡ଼ାନାସୀର ସ୍ଥାୟୀ ବାସିନ୍ଦା ଓ ଛଅ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି, ଏହି ବ୍ୟବସାୟରେ ଅଛନ୍ତି । ତାଙ୍କୁ ପନ୍ଦର ବର୍ଷ ହେଲାବେଳଠୁ, ସେ ଦହିବରା ବେପାର କରିଆସୁଛନ୍ତି । ବିଡ଼ାନାସୀ ଛକରେ ରଘୁ ସନ୍ଧ୍ୟା ୫.୩୦ ବେଳକୁ ଦହିବରା ଆଳୁଦମ ଏକ ଟ୍ରଲିରେ ଧରି ପହଞ୍ଚନ୍ତି । ସେ ଆସିବା ଆଗରୁ ଗ୍ରାହକମାନେ ତାଙ୍କୁ ଅପେକ୍ଷା କରି ରହିଥାନ୍ତି । ସବୁଦିନ ସେ ପ୍ରାୟ ୨୦୦ ଜଣଙ୍କ ପାଇଁ ଦହିବରା ପ୍ରସ୍ତୁତ କରିଥାନ୍ତି । ଶନିବାର, ରବିବାର ଓ ଛୁଟିଦିନରେ ଅଧିକ ୫୦ ଲୋକଙ୍କ ପାଇଁ ଦହିବରା ପ୍ରସ୍ତୁତ କରନ୍ତି । କଞ୍ଚା ଶାଳପତ୍ର ଠୁଙ୍ଗାରେ ଦହିବରା ଆଳୁଦମ ପରସା ଯାଏ । ଦହିବରା ଖାଇସାରିବା ପରେ ସେହି ଠୁଙ୍ଗାରେ ଦହିପାଣି ପିଇବାକୁ ଦିଆଯାଏ । ଖାଇସାରିବା ପରେ ପେଡ଼ାର ମଧ୍ୟ ବ୍ୟବସ୍ଥା ଥାଏ । ୪୫ ମିନିଟରୁ ଏକ ଘଣ୍ଟା ମଧ୍ୟରେ ତାଙ୍କର ସବୁ ଦହିବରା ବିକ୍ରି ହୋଇଯାଏ । ନିଜ ଘରେ ଗାଇ ରଖି, ସେ ଦହି ପ୍ରସ୍ତୁତ କରିଥାନ୍ତି । ପୂର୍ବଦିନ ରାତି ବାରଟାରୁ ବିରି ବତୁରା ହୋଇ ସକାଳ ୯ଟାରେ ବରା ଛଣା ଆରମ୍ଭ ହୁଏ ଓ ଆଳୁଦମ ପ୍ରସ୍ତୁତ କରାଯାଏ । ଦହିବରା ପ୍ରସ୍ତୁତିରେ ତାଙ୍କର ପୁରା ପରିବାର ସହଯୋଗ କରନ୍ତି । ବିକ୍ରିବଟାରେ ପୁଅ ଲିଙ୍ଗରାଜ, ବନମାଳୀ ଓ ପୁତୁରା ରତ୍ନାକର ସହଯୋଗ କରନ୍ତି ।[୨] ରଘୁ ଓଡ଼ିଶା ସୀମାଡେଇଁ ୨୦୧୭ ମଇ ମାସରେ ଦିଲ୍ଲୀଠାରେ ଅନୁଷ୍ଠିତ ଓଡ଼ିଶା ପର୍ବରେ ଯୋଗଦେଇ ଦହିବରା ଆଳୁଦମ ବେପାର କରିଥିଲେ ।[୩]

ଆଧାର[ସମ୍ପାଦନା]

  1. http://food.ndtv.com/food-drinks/where-and-what-to-eat-in-odisha-orissa-1409381
  2. "କଟକର ଦହିବରା : ଟ୍ରେଡ୍ ମାର୍କ ପାଲଟିଛନ୍ତି ରଘୁଭାଇ". ଧରିତ୍ରୀ ୩୦/୦୬/୨୦୧୬ ପୃଷ୍ଠା ୧୧. Retrieved 30 June 2016.
  3. "ଆର୍କାଇଭ୍ କପି". Archived from the original on 2017-05-11. Retrieved 2017-05-06. {{cite web}}: Cite has empty unknown parameter: |1= (help)