Jump to content

ରାଧାମୋହନ ନାୟକ

ଉଇକିପିଡ଼ିଆ‌ରୁ
(Radhamohan Nayakରୁ ଲେଉଟି ଆସିଛି)
ରାଧାମୋହନ ନାୟକ
ରାଧାମୋହନ ନାୟକ
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୧
ପୂର୍ବ ଅଧିକାରୀଯାଦବ ମାଝୀ
ପର ଅଧିକାରୀଇଶ୍ୱର ଚନ୍ଦ୍ର ନାୟକ
ନିର୍ବାଚନ ମଣ୍ଡଳୀବାଙ୍ଗିରିପୋଷି
ବିଧାୟକ: ୪ର୍ଥ, ୫ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୭ – ୧୯୭୩
ପୂର୍ବ ଅଧିକାରୀଇଶ୍ୱର ଚନ୍ଦ୍ର ନାୟକ
ପର ଅଧିକାରୀରୁଦ୍ର ମୋହନ ଦାସ
ନିର୍ବାଚନ ମଣ୍ଡଳୀବାଙ୍ଗିରିପୋଷି
ବ୍ୟକ୍ତିଗତ ସବିଶେଷ
ଜନ୍ମ(1929-01-01)୧ ଜାନୁଆରୀ ୧୯୨୯
ମୃତ୍ୟୁ୪ ଜୁଲାଇ ୨୦୧୨(2012-07-04) (ବୟସ ୮୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳସ୍ୱତନ୍ତ୍ର ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଅଖିଳ ଭାରତୀୟ ଗଣତନ୍ତ୍ର ପରିଷଦ
ଜୀବନ ସାଥୀଲଳିତା ମୋହିନୀ ନାୟକ
ବାପା/ବୋଉଗୌର ମୋହନ ନାୟକ (ବାପା)
ବୃତ୍ତିରାଜନୀତିଜ୍ଞ

ରାଧାମୋହନ ନାୟକ (୧ ଜାନୁଆରୀ ୧୯୨୯ - ୪ ଜୁଲାଇ ୨୦୧୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ରାଧାମୋହନ ଓଡ଼ିଶା ରାଜନୀତିରେ ଅଖିଳ ଭାରତୀୟ ଗଣତନ୍ତ୍ର ପରିଷଦ ଓ ସ୍ୱତନ୍ତ୍ର ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ଓଡ଼ିଶା ବିଧାନ ସଭାରେ ସେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ । ୧୯୫୭, ୧୯୬୭ ଓ ୧୯୭୧ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାଙ୍ଗିରିପୋଷି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୨ୟ, ୪ର୍ଥ ଓ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[]

ଜନ୍ମ, ଶିକ୍ଷା ଓ ପରିବାର

[ସମ୍ପାଦନା]

ରାଧାମୋହନ ନାୟକ ୧୯୧୯ ମସିହାର ଜାନୁଆରୀ ମାସ ୧ ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[] ତାଙ୍କ ବାପାଙ୍କ ନାମ ଗୌର ମୋହନ ନାୟକ ।[] ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ମାଟ୍ରିକ୍‌ରୁ କମ ।[] ତାଙ୍କ ପତ୍ନୀଙ୍କ ନାମ ଲଳିତା ମୋହିନୀ ନାୟକ ।[]

ରାଜନୈତିକ ଜୀବନ

[ସମ୍ପାଦନା]

ରାଧାମୋହନ ଓଡ଼ିଶା ରାଜନୀତିରେ ଅଖିଳ ଭାରତୀୟ ଗଣତନ୍ତ୍ର ପରିଷଦ ଓ ସ୍ୱତନ୍ତ୍ର ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ ।

ମୃତ୍ୟୁ

[ସମ୍ପାଦନା]

ରାଧାମୋହନ ନାୟକ ୨୦୧୨ ମସିହା ଜୁଲାଇ ମାସ ୪ତାରିଖରେ ମୃତ୍ୟୁବରଣ କରିଥିଲେ ।[] ମୃତ୍ୟୁବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା ।

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Shri Radhamohan Nayak". odishaassembly.nic.in. Odisha Assembly. Retrieved 23 August 2019.