ରାଧା ବାଳକୃଷ୍ଣନ

ଉଇକିପିଡ଼ିଆ‌ରୁ
(Radha Balakrishnanରୁ ଲେଉଟି ଆସିଛି)
ରାଧା ବାଲାକ୍ରିଷ୍ଣାନ
Nationalityଭାରତୀୟ
Alma materଦିଲ୍ଲୀ ବିଶ୍ୱବିଦ୍ୟାଳୟ
ବ୍ରନ୍ଦେଇସ ବିଶ୍ୱବିଦ୍ୟାଳୟ
Spouseଭି. ବାଲାକ୍ରିଷ୍ଣାନ
Childrenହରି ବାଲାକ୍ରିଷ୍ଣାନ (ପୁଅ)
ହମସା ବାଲାକ୍ରିଷ୍ଣାନ (ଝିଅ)
ବିଜ୍ଞାନୀ ଜୀବନ
କ୍ଷେତ୍ରପଦାର୍ଥ ବିଜ୍ଞାନ
କର୍ମାନୁଷ୍ଠାନମାଡ୍ରାସ ବିଶ୍ୱବିଦ୍ୟାଳୟ
ଆଇଏମ୍‌ସି, ଚେନ୍ନାଇ

ରାଧା ବାଲାକ୍ରିଷ୍ଣାନ[୧] ଲେଖିଛନ୍ତି: ମୁଁ ଦିଲ୍ଲୀର ଗୋଟିଏ ସହ ଶିକ୍ଷା ଥିବା ବିଦ୍ୟାଳୟରେ ଷ୍ଟାଣ୍ଡାର୍ଡ ୯ (IX)ରେ ପ୍ରବେଶ କଲାବେଳକୁ ମୋତେ ୧୩ ବର୍ଷ ହୋଇଥିଲା । ସେହି ସମୟରେ ବିଜ୍ଞାନ କିମ୍ବା କଳା ପାଠ ପଢ଼ିବା ନିମନ୍ତେ ବାଛିବାକୁ ଦିଲ୍ଲୀ ବୋର୍ଡର ନିର୍ଦ୍ଦେଶ ଥିଲା । ଭଲ ଚାକିରି ସୁବିଧା ଥିବାରୁ ବିଜ୍ଞାନର ଅଧିକ ଚାହିଦା ଥିଲା । ଗୋଟିଏ ନିର୍ଦ୍ଦିଷ୍ଟ ମାର୍କ ଉପରକୁ ରଖିଥିବା ପିଲାଙ୍କୁ ବିଜ୍ଞାନ ପଢ଼ିବା ସୁବିଧା ଦିଆଯାଉଥିଲା କାରଣ ଲାବୋରେଟରୀରେ ଜାଗାର ଅଭାବ ଥିଲା ।
ମୁଁ ବିଜ୍ଞାନ ପଢ଼ିବା ଦଳରେ ଯୋଗଦେଲି । ଅଳ୍ପ ନମ୍ବର ରଖିଥିବା ଛାତ୍ରଙ୍କ ନିମନ୍ତେ ସିଟ ଛାଡିଦେବାକୁ ଝିଅମାନଙ୍କ ଉପରେ ପ୍ରିନ୍ସିପାଲ ଚାପ ପ୍ରୟୋଗ କରୁଥିଲେ । ବିବାହ ପରେ ଝିଅମାନଙ୍କ ଅଫିସ ହେଉଛି ରନ୍ଧାଶାଳ, ସେମାନେ ପୁଅମାନଙ୍କୁ ଭଲ ଚାକିରି ପାଇବାରେ ବାଧା ନ ଦେଇ ସେମାନଙ୍କ ନିମନ୍ତେ ସିଟ ଛାଡି ଦେବାକୁ କୁହା ଯାଉଥିଲା । ତାଙ୍କର ସେହି ଆକ୍ଷେପ, କି ପ୍ରତିକ୍ରିୟା ସୃଷ୍ଟି କରିଥିଲା ମୋର ମନେ ନାହିଁ କିନ୍ତୁ ସେ ସେତେବେଳକାର ଚିନ୍ତାଧାରା ଅନୁସାରେ କହିଥିଲେ । ସେ ଝିଅମାନଙ୍କ ନିମନ୍ତେ ଉତ୍ତମ ଉପଦେଶ ଦେଉଛନ୍ତି ବୋଲି ଭାବୁଥିଲେ । ମୁଁ କିନ୍ତୁ ବିଜ୍ଞାନ ସମ୍ବନ୍ଧୀୟ ବିଷୟମାନଙ୍କୁ ଭଲ ପାଉଥିଲି ଓ ସେଥିରେ ଆଗେଇବା ନିମନ୍ତେ ଦୃଢ଼ ପ୍ରତିଜ୍ଞ ଥିଲି ।

ଭବିଷ୍ୟତରେ ରନ୍ଧାଶାଳ ଅଫିସରେ (Ladle office) ଯୋଗଦେବା ଭୟ ଥାଇ ମୁଁ ଅସ୍ଥିର ଭାବରେ ବିଜ୍ଞାନରେ ପ୍ରବେଶ କଲି । ବୋର୍ଡ ପରୀକ୍ଷାରେ ଭଲ କରି ଦିଲ୍ଲୀ ୟୁନିଭରସିଟିରେ ପଦାର୍ଥ ବିଜ୍ଞାନ ଅନର୍ସ ପଢ଼ିବାକୁ ଗଲି । ସେହି ଅନୁଷ୍ଠାନ ସେତେବେଳେ ଭାରତର ସବୁଠାରୁ ଉତ୍ତମ ଅନୁଷ୍ଠାନମାନଙ୍କ ମଧ୍ୟରେ ଗୋଟିଏ ବୋଲି ପରିଗଣିତ ହେଉଥିଲା । ବହୁତ ଅଳ୍ପ ମହିଳା ଆବେଦନ କରୁଥିଲେ । ସେଠାରେ ମୁଁ ଏକାକିତ୍ତ୍ୱ ଅନୁଭବ କରିବି ବୋଲି ପରିବାରର ବନ୍ଧୁମାନେ କହୁଥିଲେ ଯେଉଁମାନଙ୍କ ପିଲାମାନେ ସେଠାରେ ପଢୁଥିଲେ । ମୋତେ କିନ୍ତୁ ଏହି ବିଷୟ ଭଲ ଓ ଆକର୍ଷଣୀୟ ଲାଗୁଥିଲା । ମୁଁ ୧୯୬୫ରେ ଏମ.ଏସ.ସି. ପାସ କଲି । ସେତେବେଳକୁ ମୋର ସବୁ ସାଙ୍ଗ ବିବାହ କରି ସାରିଥିଲେ । ମୋର ପିତାମାତା ମଧ୍ୟ ମୋର ବିବାହ କରେଇ ଥଇଥାନ କରିବା କଥା ଭାବିଥିବେ କିନ୍ତୁ ମୁଁ ଆମେରିକାରେ ପି.ଏଚ.ଡି. କରିବାକୁ ଇଚ୍ଛା କରିବାରୁ ସେମାନେ ଅକୁଣ୍ଠ ସହାୟତା ଓ ଉତ୍ସାହ ପ୍ରଦାନ କରିଥିଲେ । ସେମାନେ ମାନସିକ ସ୍ତରରେ ଅତି ଖୋଲା ଓ ଉଦାରଚିତ୍ତ ଥିଲେ । ସେଥି ପାଇଁ ମୁଁ ତାଙ୍କ ପାଖରେ ଚିର କୃତଜ୍ଞ ରହିବି ।

ବ୍ରାଣ୍ଡିସ ୟୁନିଭରସିଟିରେ ୧୯୭୦ ମସିହାରେ ମୁଁ ମୋର ସନ୍ଦର୍ଭ (Thesis - the effects of helium four impurities in solid helium three) ପ୍ରଦାନ କଲି । ମୋର ଉପଦେଷ୍ଟା ପ୍ରଫେସର ରବର୍ଟ ଲ୍ୟାଙ୍ଗ ମୋତେ ସର୍ବଦା ଉତ୍ସାହିତ କରୁଥିଲେ ଓ ମୋର ବିଚାରକୁ ପୂର୍ଣ୍ଣ ସ୍ୱାଧୀନତା ଦେଇଥିଲେ । ଆମେରିକାରେ ମୋର ପୋଷ୍ଟ ଡକ୍ଟରାଲ ଫେଲୋସିପ ନିମନ୍ତେ ସେ ବନ୍ଦବୋସ୍ତ କରିଥିଲେ । ମୋର ଭାରତ ଫେରିବା କଥା ଶୁଣି ସେ କହିଥିଲେ, “ଜଣେ ମହିଳା ପଦାର୍ଥ ବିଜ୍ଞାନୀ ଭାବେ ଜଣେ ପୁରୁଷ ପଦାର୍ଥ ବିଜ୍ଞାନୀ ଅପେକ୍ଷା ୨ ଗୁଣ ଅଧିକ ପରିଶ୍ରମ କଲେ ମଧ୍ୟ ତାଙ୍କର ଅଧା ସ୍ୱିକୃତି ମିଳିବ । ଅନେକ ପୁରୁଷଙ୍କର ମହିଳାଙ୍କ ପ୍ରତି ପକ୍ଷପାତିତା ଓ ପୁରୁଷ ପ୍ରାଧାନ ଚିନ୍ତା ଧାରା ଅତି ଭୟଙ୍କର ଅଛି”। ତା ପର ଦଶ ବର୍ଷରେ ଘରେ ପିଲାମାନଙ୍କୁ ଲାଳନ ପାଳନ କରି ଥିଓରିଟିକାଲ ଫିସିକ୍ସରେ ସନ୍ଦର୍ଭ ଲେଖିବାର କଷ୍ଟ, ମୋର ଶିକ୍ଷା ଅନୁସାରେ କାମ ନ ମିଳିବା କଷ୍ଟ ଓ ମୋର ଦୁର୍ଦ୍ଦଶା କଥା ମୁଁ ଲେଖୁ ନାହିଁ ।

ମୁଁ ୧୯୮୦ ଦଶକ କଥା ଲେଖୁଛି । ମୋତେ ୧୯୮୨ରୁ ୧୯୮୭ ମସିହା ପର୍ଯ୍ୟନ୍ତ ମାଡ୍ରାସ ୟୁନିଭରସିଟିରେ ରିସର୍ଚ୍ଚ ଅସସୋସିଏଟ (Research Associate (CSIR and UGC),) ଭାବେ କର୍ମ ନିଯୁକ୍ତି ଦେବାରୁ ପ୍ରଫେସର ପି.ଏମ. ମାଥିଉଙ୍କ ପାଖେ ଓ ସେଠାରେ ୧୯୮୭ ମସିହାରେ ସ୍ଥାୟୀ ପଦବୀ ଦେବା ନିମନ୍ତେ ତଦାନନ୍ତୀନ ଆଇ.ଏମ.ଏସ.ସି. ନିର୍ଦ୍ଦେଶକ (Director, IMSc) ପ୍ରଫେସର ଇ.ସି.ଜି. ସୁଦର୍ଶନଙ୍କ ପାଖେ ମୁଁ ଋଣୀ ।

୧୯୮୦ ମସିହା ଆଡକୁ ମୁଁ ନନ ଲିନିଆର ଫେନୋମେନାସଲିଟନ ବିଷୟ ପ୍ରତି ଆକ୍ରୁଷ୍ଟ ହେଲି ଓ ପରବର୍ତ୍ତୀ ସମୟରେ ଏହା ମୋର ପ୍ରଧାନ ରିସର୍ଚ୍ଚ ବିଷୟ ଥିଲା । ମୁଁ ମ୍ୟାଗ୍ନେଟିକଚେନ (the inverse scattering method to classical and quantum magnetic chains, superfluid helium, geometric phases associated with moving curves, etc.) ବିଷୟମାନ ଅନୁଶୀଳନ କରୁଥିଲି । ଫୁଲ ବ୍ରାଇଟ ଗ୍ରାଣ୍ଟ ପାଇ ମୁଁ ଲସ ଆଲାମସ ନ୍ୟାସନାଲ ଲ୍ୟାବ ପରିଦର୍ଶନ କଲି ଓ ତ୍ରିଏଷ୍ଟର ଆଇ.ସି.ଟି.ପି.ରେ ସିନିଯର ଆସୋସିଏଟ ରୂପେ ଯୋଗ ଦେଲି । ଫ୍ରାନ୍ସର ସି.ଏନ.ଆର.ଏସ. ଭିଜିଟିଙ୍ଗ ପ୍ରଫେସର ହେଲି । ଭାରତୀୟ ସହକର୍ମୀଙ୍କ ସହ ମୁଁ ଚୀନ, ଇଂଲଣ୍ଡ, ପ୍ଫ୍ରାନ୍ସ, ପୋଲାଣ୍ଡୟୁ.ଏସ.ର ବିଜ୍ଞାନୀମାନଙ୍କ ସହ ମିଳା ମିଶା କଲି । ମୁଁ ୧୯୯୦ ମସିହାଠାରୁ ନନ ଲିନିଆରୀଟି ଓ ଡିଫେରେନ୍ସିଆଲ ଜେଓମେଟ୍ରି ଅଫ କର୍ଭସ ଓ ସରଫେସ ମଧ୍ୟରେ ପାର୍ଥକ୍ୟ ଅନୁଶୀଳନ କଲି । ଏହି କାମ କରି ମୁଁ ଫିଜିକାଲ ସାଇନ୍ସ ବିଷୟ ସମ୍ପର୍କରେ ତାମିଲ ନାଡୁ ସାଇଣ୍ଟିଷ୍ଟ ପୁରସ୍କାର ୧୯୯୯ ମସିହାରେ ପାଇଲି । ନନ ଲିନିଆର ଡାଇନାମିକ ବିଷୟରେ ମୋର ମୌଲିକ ସନ୍ଦର୍ଭ ଯୋଗୁ ମୁଁ ଆଇ. ଏନ.ଏସ.ଏ.ର ପ୍ରଫେସର ଦର୍ଶନ ରଙ୍ଗନାଥନ ମେମୋରିଆଲ ଲେକଚର ପୁରସ୍କାର ପାଇଲି ।

ଅନେକ ବାଧା ବିଘ୍ନ ସତ୍ତ୍ୱେ ଗବେଷଣା କରିବାରେ ମୁଁ ବହୁତ ଆନନ୍ଦ ପାଉଥିଲି । ୨୦୦୪ ମସିହାରେ ଅବସର ଗ୍ରହଣ ପରେ ମୁଁ ଆ.ଏମ.ଏସ.ସି.ରେ ସି.ଏସ.ଆଇ.ଆର. ଏମେରିଟସ ବୈଜ୍ଞାନିକ ଭାବେ ଗବେଷଣା କାମ ଜାରି କରି ଚାଲିଛି । ସମୟ କ୍ରମେ ଏହି କାମ ସବୁ ଉନ୍ନତ ହେବାକୁ ଲାଗିଛି ।

ଏହି ସମ୍ପର୍କରେ ମୋର ମହିଳାମାନଙ୍କୁ ଅନୁରୋଧ, ସେମାନେ ଫିଜିକ୍ସର ନୂଆ ନୂଆ ବିବିଧ ସମସ୍ୟା ସମାଧାନ କରିବା ନିମନ୍ତେ ଆଗେଇ ଆସନ୍ତୁ । ଆମର ପୂର୍ବସୁରୀ ମହିଳାମାନଙ୍କ କଥା (Sophie Germain, Ada Lovelace, Sonya Kovalevskaya, Marie Curie, Lise Meitner, Emmy Noether, Cecilia Payne-Gaposchkin and Maria Goeppert-Meyer) ମନେ ପକେଇ ତାଙ୍କଠାରୁ ପ୍ରେରଣା ଗ୍ରହଣ କରି କାମ କରନ୍ତୁ ।
ମୌଳିକ ଗବେଷଣା ଯେତେ ଛୋଟ ହେଉ ପଛେ ତାହା କରିବାର ଆନନ୍ଦ ଏକ ନିଆରା ଅନୁଭୂତି ମିଳେ ।

ଆଧାର[ସମ୍ପାଦନା]

  1. http://www.ias.ac.in/womeninscience/radha.html#10 (Radha Balakrisnan.pdf – Adobe Reader) Return to the mainstream: The torturous track written By Radha Balakrisnan