ରାଧା ବାଳକୃଷ୍ଣନ

ଉଇକିପିଡ଼ିଆ ରୁ
Jump to navigation Jump to search

ତୃଟି: the {{Wikify}} template is deprecated and has been deemed by the community as too ambiguous; please do not use/transclude/substitute it. Instead, use a more specific template, such as those listed in this template's documentation.

ରାଧା ବାଲାକ୍ରିଷ୍ଣାନ[୧] ଲେଖିଛନ୍ତି: ମୁଁ ଦିଲ୍ଲୀର ଗୋଟିଏ ସହ ଶିକ୍ଷା ଥିବା ବିଦ୍ୟାଳୟରେ ଷ୍ଟାଣ୍ଡାର୍ଡ ୯ (IX)ରେ ପ୍ରବେଶ କଲାବେଳକୁ ମୋତେ ୧୩ ବର୍ଷ ହୋଇଥିଲା । ସେହି ସମୟରେ ବିଜ୍ଞାନ କିମ୍ବା କଳା ପାଠ ପଢିବା ନିମନ୍ତେ ବାଛିବାକୁ ଦିଲ୍ଲୀ ବୋର୍ଡର ନିର୍ଦ୍ଦେଶ ଥିଲା । ଭଲ ଚାକିରି ସୁବିଧା ଥିବାରୁ ବିଜ୍ଞାନର ଅଧିକ ଚାହିଦା ଥିଲା । ଗୋଟିଏ ନିର୍ଦ୍ଦିଷ୍ଟ ମାର୍କ ଉପରକୁ ରଖିଥିବା ପିଲାଙ୍କୁ ବିଜ୍ଞାନ ପଢିବା ସୁବିଧା ଦିଆଯାଉଥିଲା କାରଣ ଲାବୋରେଟରୀରେ ଜାଗାର ଅଭାବ ଥିଲା ।
ମୁଁ ବିଜ୍ଞାନ ପଢିବା ଦଳରେ ଯୋଗଦେଲି । ଅଳ୍ପ ନମ୍ବର ରଖିଥିବା ଛାତ୍ରଙ୍କ ନିମନ୍ତେ ସିଟ ଛାଡିଦେବାକୁ ଝିଅମାନଙ୍କ ଉପରେ ପ୍ରିନ୍ସିପାଲ ଚାପ ପ୍ରୟୋଗ କରୁଥିଲେ । ବିବାହ ପରେ ଝିଅମାନଙ୍କ ଅଫିସ ହେଉଛି ରନ୍ଧାଶାଳ, ସେମାନେ ପୁଅମାନଙ୍କୁ ଭଲ ଚାକିରି ପାଇବାରେ ବାଧା ନ ଦେଇ ସେମାନଙ୍କ ନିମନ୍ତେ ସିଟ ଛାଡି ଦେବାକୁ କୁହା ଯାଉଥିଲା । ତାଙ୍କର ସେହି ଆକ୍ଷେପ, କି ପ୍ରତିକ୍ରିୟା ସୃଷ୍ଟି କରିଥିଲା ମୋର ମନେ ନାହିଁ କିନ୍ତୁ ସେ ସେତେବେଳକାର ଚିନ୍ତାଧାରା ଅନୁସାରେ କହିଥିଲେ । ସେ ଝିଅମାନଙ୍କ ନିମନ୍ତେ ଉତ୍ତମ ଉପଦେଶ ଦେଉଛନ୍ତି ବୋଲି ଭାବୁଥିଲେ । ମୁଁ କିନ୍ତୁ ବିଜ୍ଞାନ ସମ୍ବନ୍ଧୀୟ ବିଷୟମାନଙ୍କୁ ଭଲ ପାଉଥିଲି ଓ ସେଥିରେ ଆଗେଇବା ନିମନ୍ତେ ଦୃଢ ପ୍ରତିଜ୍ଞ ଥିଲି ।

ଭବିଷ୍ୟତରେ ରନ୍ଧାଶାଳ ଅଫିସରେ (Ladle office) ଯୋଗଦେବା ଭୟ ଥାଇ ମୁଁ ଅସ୍ଥିର ଭାବରେ ବିଜ୍ଞାନରେ ପ୍ରବେଶ କଲି । ବୋର୍ଡ ପରୀକ୍ଷାରେ ଭଲ କରି ଦିଲ୍ଲୀ ୟୁନିଭରସିଟିରେ ପଦାର୍ଥ ବିଜ୍ଞାନ ଅନର୍ସ ପଢିବାକୁ ଗଲି । ସେହି ଅନୁଷ୍ଠାନ ସେତେବେଳେ ଭାରତର ସବୁଠାରୁ ଉତ୍ତମ ଅନୁଷ୍ଠାନମାନଙ୍କ ମଧ୍ୟରେ ଗୋଟିଏ ବୋଲି ପରିଗଣିତ ହେଉଥିଲା । ବହୁତ ଅଳ୍ପ ମହିଳା ଆବେଦନ କରୁଥିଲେ । ସେଠାରେ ମୁଁ ଏକାକିତ୍ତ୍ୱ ଅନୁଭବ କରିବି ବୋଲି ପରିବାରର ବନ୍ଧୁମାନେ କହୁଥିଲେ ଯେଉଁମାନଙ୍କ ପିଲାମାନେ ସେଠାରେ ପଢୁଥିଲେ । ମୋତେ କିନ୍ତୁ ଏହି ବିଷୟ ଭଲ ଓ ଆକର୍ଷଣୀୟ ଲାଗୁଥିଲା । ମୁଁ ୧୯୬୫ରେ ଏମ.ଏସ.ସି. ପାସ କଲି । ସେତେବେଳକୁ ମୋର ସବୁ ସାଙ୍ଗ ବିବାହ କରି ସାରିଥିଲେ । ମୋର ପିତାମାତା ମଧ୍ୟ ମୋର ବିବାହ କରେଇ ଥଇଥାନ କରିବା କଥା ଭାବିଥିବେ କିନ୍ତୁ ମୁଁ ଆମେରିକାରେ ପି.ଏଚ.ଡି. କରିବାକୁ ଇଚ୍ଛା କରିବାରୁ ସେମାନେ ଅକୁଣ୍ଠ ସହାୟତା ଓ ଉତ୍ସାହ ପ୍ରଦାନ କରିଥିଲେ । ସେମାନେ ମାନସିକ ସ୍ତରରେ ଅତି ଖୋଲା ଓ ଉଦାରଚିତ୍ତ ଥିଲେ । ସେଥି ପାଇଁ ମୁଁ ତାଙ୍କ ପାଖରେ ଚିର କୃତଜ୍ଞ ରହିବି ।

ବ୍ରାଣ୍ଡିସ ୟୁନିଭରସିଟିରେ ୧୯୭୦ ମସିହାରେ ମୁଁ ମୋର ସନ୍ଦର୍ଭ (Thesis - the effects of helium four impurities in solid helium three) ପ୍ରଦାନ କଲି । ମୋର ଉପଦେଷ୍ଟା ପ୍ରଫେସର ରବର୍ଟ ଲ୍ୟାଙ୍ଗ ମୋତେ ସର୍ବଦା ଉତ୍ସାହିତ କରୁଥିଲେ ଓ ମୋର ବିଚାରକୁ ପୂର୍ଣ୍ଣ ସ୍ୱାଧୀନତା ଦେଇଥିଲେ । ଆମେରିକାରେ ମୋର ପୋଷ୍ଟ ଡକ୍ଟରାଲ ଫେଲୋସିପ ନିମନ୍ତେ ସେ ବନ୍ଦବୋସ୍ତ କରିଥିଲେ । ମୋର ଭାରତ ଫେରିବା କଥା ଶୁଣି ସେ କହିଥିଲେ, “ଜଣେ ମହିଳା ପଦାର୍ଥ ବିଜ୍ଞାନୀ ଭାବେ ଜଣେ ପୁରୁଷ ପଦାର୍ଥ ବିଜ୍ଞାନୀ ଅପେକ୍ଷା ୨ ଗୁଣ ଅଧିକ ପରିଶ୍ରମ କଲେ ମଧ୍ୟ ତାଙ୍କର ଅଧା ସ୍ୱିକୃତି ମିଳିବ । ଅନେକ ପୁରୁଷଙ୍କର ମହିଳାଙ୍କ ପ୍ରତି ପକ୍ଷପାତିତା ଓ ପୁରୁଷ ପ୍ରାଧାନ ଚିନ୍ତା ଧାରା ଅତି ଭୟଙ୍କର ଅଛି”। ତା ପର ଦଶ ବର୍ଷରେ ଘରେ ପିଲାମାନଙ୍କୁ ଲାଳନ ପାଳନ କରି ଥିଓରିଟିକାଲ ଫିସିକ୍ସରେ ସନ୍ଦର୍ଭ ଲେଖିବାର କଷ୍ଟ, ମୋର ଶିକ୍ଷା ଅନୁସାରେ କାମ ନ ମିଳିବା କଷ୍ଟ ଓ ମୋର ଦୁର୍ଦ୍ଦଶା କଥା ମୁଁ ଲେଖୁ ନାହିଁ ।

ମୁଁ ୧୯୮୦ ଦଶକ କଥା ଲେଖୁଛି । ମୋତେ ୧୯୮୨ରୁ ୧୯୮୭ ମସିହା ପର୍ଯ୍ୟନ୍ତ ମାଡ୍ରାସ ୟୁନିଭରସିଟିରେ ରିସର୍ଚ୍ଚ ଅସସୋସିଏଟ (Research Associate (CSIR and UGC),) ଭାବେ କର୍ମ ନିଯୁକ୍ତି ଦେବାରୁ ପ୍ରଫେସର ପି.ଏମ. ମାଥିଉଙ୍କ ପାଖେ ଓ ସେଠାରେ ୧୯୮୭ ମସିହାରେ ସ୍ଥାୟୀ ପଦବୀ ଦେବା ନିମନ୍ତେ ତଦାନନ୍ତୀନ ଆଇ.ଏମ.ଏସ.ସି. ନିର୍ଦ୍ଦେଶକ (Director, IMSc) ପ୍ରଫେସର ଇ.ସି.ଜି. ସୁଦର୍ଶନଙ୍କ ପାଖେ ମୁଁ ଋଣୀ ।

୧୯୮୦ ମସିହା ଆଡକୁ ମୁଁ ନନ ଲିନିଆର ଫେନୋମେନାସଲିଟନ ବିଷୟ ପ୍ରତି ଆକ୍ରୁଷ୍ଟ ହେଲି ଓ ପରବର୍ତ୍ତୀ ସମୟରେ ଏହା ମୋର ପ୍ରଧାନ ରିସର୍ଚ୍ଚ ବିଷୟ ଥିଲା । ମୁଁ ମ୍ୟାଗ୍ନେଟିକଚେନ (the inverse scattering method to classical and quantum magnetic chains, superfluid helium, geometric phases associated with moving curves, etc.) ବିଷୟମାନ ଅନୁଶୀଳନ କରୁଥିଲି । ଫୁଲ ବ୍ରାଇଟ ଗ୍ରାଣ୍ଟ ପାଇ ମୁଁ ଲସ ଆଲାମସ ନ୍ୟାସନାଲ ଲ୍ୟାବ ପରିଦର୍ଶନ କଲି ଓ ତ୍ରିଏଷ୍ଟର ଆଇ.ସି.ଟି.ପି.ରେ ସିନିଯର ଆସୋସିଏଟ ରୂପେ ଯୋଗ ଦେଲି । ଫ୍ରାନ୍ସର ସି.ଏନ.ଆର.ଏସ. ଭିଜିଟିଙ୍ଗ ପ୍ରଫେସର ହେଲି । ଭାରତୀୟ ସହକର୍ମୀଙ୍କ ସହ ମୁଁ ଚୀନ, ଇଂଲଣ୍ଡ, ପ୍ଫ୍ରାନ୍ସ, ପୋଲାଣ୍ଡୟୁ.ଏସ.ର ବିଜ୍ଞାନୀମାନଙ୍କ ସହ ମିଳା ମିଶା କଲି । ମୁଁ ୧୯୯୦ ମସିହାଠାରୁ ନନ ଲିନିଆରୀଟି ଓ ଡିଫେରେନ୍ସିଆଲ ଜେଓମେଟ୍ରି ଅଫ କର୍ଭସ ଓ ସରଫେସ ମଧ୍ୟରେ ପାର୍ଥକ୍ୟ ଅନୁଶୀଳନ କଲି । ଏହି କାମ କରି ମୁଁ ଫିଜିକାଲ ସାଇନ୍ସ ବିଷୟ ସମ୍ପର୍କରେ ତାମିଲ ନାଡୁ ସାଇଣ୍ଟିଷ୍ଟ ପୁରସ୍କାର ୧୯୯୯ ମସିହାରେ ପାଇଲି । ନନ ଲିନିଆର ଡାଇନାମିକ ବିଷୟରେ ମୋର ମୌଲିକ ସନ୍ଦର୍ଭ ଯୋଗୁ ମୁଁ ଆଇ. ଏନ.ଏସ.ଏ.ର ପ୍ରଫେସର ଦର୍ଶନ ରଙ୍ଗନାଥନ ମେମୋରିଆଲ ଲେକଚର ପୁରସ୍କାର ପାଇଲି ।

ଅନେକ ବାଧା ବିଘ୍ନ ସତ୍ତ୍ୱେ ଗବେଷଣା କରିବାରେ ମୁଁ ବହୁତ ଆନନ୍ଦ ପାଉଥିଲି । ୨୦୦୪ ମସିହାରେ ଅବସର ଗ୍ରହଣ ପରେ ମୁଁ ଆ.ଏମ.ଏସ.ସି.ରେ ସି.ଏସ.ଆଇ.ଆର. ଏମେରିଟସ ବୈଜ୍ଞାନିକ ଭାବେ ଗବେଷଣା କାମ ଜାରି କରି ଚାଲିଛି । ସମୟ କ୍ରମେ ଏହି କାମ ସବୁ ଉନ୍ନତ ହେବାକୁ ଲାଗିଛି ।

ଏହି ସମ୍ପର୍କରେ ମୋର ମହିଳାମାନଙ୍କୁ ଅନୁରୋଧ, ସେମାନେ ଫିଜିକ୍ସର ନୂଆ ନୂଆ ବିବିଧ ସମସ୍ୟା ସମାଧାନ କରିବା ନିମନ୍ତେ ଆଗେଇ ଆସନ୍ତୁ । ଆମର ପୂର୍ବସୁରୀ ମହିଳାମାନଙ୍କ କଥା (Sophie Germain, Ada Lovelace, Sonya Kovalevskaya, Marie Curie, Lise Meitner, Emmy Noether, Cecilia Payne-Gaposchkin and Maria Goeppert-Meyer) ମନେ ପକେଇ ତାଙ୍କଠାରୁ ପ୍ରେରଣା ଗ୍ରହଣ କରି କାମ କରନ୍ତୁ ।
ମୌଳିକ ଗବେଷଣା ଯେତେ ଛୋଟ ହେଉ ପଛେ ତାହା କରିବାର ଆନନ୍ଦ ଏକ ନିଆରା ଅନୁଭୂତି ମିଳେ ।

ଆଧାର[ସମ୍ପାଦନା]

  1. http://www.ias.ac.in/womeninscience/radha.html#10 (Radha Balakrisnan.pdf – Adobe Reader) Return to the mainstream: The torturous track written By Radha Balakrisnan