ପ୍ୟାରେଲାଲ ନାୟାର
ପ୍ୟାରେଲାଲ ନାୟାର | |
---|---|
ଜନ୍ମ | ୧୮୯୯ |
ମୃତ୍ୟୁ | ୧୯୮୨ |
ଜାତୀୟତା | ବ୍ରିଟିଶ ଭାରତ (୧୮୯୯ – ୧୯୪୭) ଭାରତୀୟ (୧୯୪୭ – ୧୯୮୨) |
ବୃତ୍ତି(ସମୂହ) | ସ୍ୱାଧୀନତା ସଂଗ୍ରାମୀ ଲେଖକ |
ପ୍ୟାରେଲାଲ ନାୟାର (୧୮୯୯ – ୧୯୮୨) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ତଥା ମହାତ୍ମା ଗାନ୍ଧୀଙ୍କ ବ୍ୟକ୍ତିଗତ ସଚିବ ଥିଲେ । ତାଙ୍କ ଭଉଣୀ ସୁଶୀଳା ନାୟାର ଗାନ୍ଧୀଜୀଙ୍କ ବ୍ୟକ୍ତିଗତ ଚିକିତ୍ସକ ଥିଲେ ।
ସେ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ କଳାରେ ସ୍ନାତକ କରିଥିଲେ ଏବଂ ୧୯୨୦ ମସିହାର ଅସହଯୋଗ ଆନ୍ଦୋଳନ ସମୟରେ ସେ ତାଙ୍କର ସ୍ନାତକୋତ୍ତର ଅଧ୍ୟୟନ ଛାଡ଼ିଥିଲେ ।
ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ
[ସମ୍ପାଦନା]ଗାନ୍ଧୀଜୀଙ୍କଦ୍ୱାରା ଅନୁପ୍ରାଣିତ ହୋଇ ସେ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ । ସେ ୧୯୩୦ ମସିହାର ଦାଣ୍ଡି ଲବଣ ସତ୍ୟାଗ୍ରହରେ ଅଂଶଗ୍ରହଣ କରିଥିଲେ ।[୧]
୧୯୮୨ ମସିହାରେ ରିଚର୍ଡ଼ ଆଟେନବର୍ଗଙ୍କଦ୍ୱାରା ଗାନ୍ଧୀଜୀଙ୍କ ଉପରେ ନିର୍ମିତ ଚଳଚ୍ଚିତ୍ର ଗାନ୍ଧୀରେ ପଙ୍କଜ କପୁର ପ୍ୟାରେଲାଲଙ୍କ ଭୂମିକାରେ ଅଭିନୟ କରିଥିଲେ ।
ଗାନ୍ଧୀଙ୍କ ପରବର୍ତ୍ତୀ ଜୀବନ
[ସମ୍ପାଦନା]୧୯୪୮ ମସିହାରେ ଗାନ୍ଧୀଜୀଙ୍କ ହତ୍ୟା ପରେ ସେ ତାଙ୍କର ସାହିତ୍ୟିକ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଜୀବନର ଶେଷ ଦିନ ପର୍ଯ୍ୟନ୍ତ ଜାରି ରଖିଥିଲେ । ସେ ବ୍ୟକ୍ତିଗତ ଭାବରେ ଗାନ୍ଧୀଜୀଙ୍କ ଉପରେ ଅନେକ ଲେଖାଲେଖି କରିଥିଲେ, ଯାହାକି ୨୦୦୭ ମସିହାରେ ସର୍ବସାଧାରଣକୁ ଆସିଥିଲା ।
ରଚନା
[ସମ୍ପାଦନା]ମହାତ୍ମା ଗାନ୍ଧୀଙ୍କ ଉପରେ ସେ ଜୀବନୀ ପୁସ୍ତକ ଲେଖିଛନ୍ତି, ଯେଉଁଥିରେ ତାଙ୍କୁ ଦେୱାନ ଭାସଦେବ ଖାନ୍ନା ସାହାଯ୍ୟ କରିଥିଲେ । ଦେୱାନ ଯୁକ୍ତରାଷ୍ଟ୍ର ଆମେରିକା ଯିବା ପୂର୍ବରୁ ୧୯୮୦ ମସିହା ପର୍ଯ୍ୟନ୍ତ ପ୍ୟାରେଲାଲଙ୍କୁ ସାହାଯ୍ୟ କରିଥିଲେ ।
ରଚନାବଳୀ
[ସମ୍ପାଦନା]- ଦି ଆର୍ଲି ଫେଜ୍, (୧ମ ଭାଗ)
- ମହାତ୍ମା ଗାନ୍ଧୀ: ଦି ଡିସ୍କୋଭରି ଅଫ୍ ସତ୍ୟାଗ୍ରହ – ଅନ୍ ଦି ଥ୍ରେସୋଲ୍ଡ (୨ୟ ଭାଗ)
- ମହାତ୍ମା ଗାନ୍ଧୀ: ଦି ବାର୍ଥ ଅଫ୍ ସତ୍ୟାଗ୍ରହ (୩ୟ ଭାଗ)
- ମହାତ୍ମା ଗାନ୍ଧୀ: ସତ୍ୟାଗ୍ରହ ଏଟ୍ ୱାର୍କ (୪ର୍ଥ ଭାଗ)
- ମହାତ୍ମା ଗାନ୍ଧୀ: ଇଣ୍ଡିଆ ଆୱାକେଣ୍ଡେଡ୍ (୫ମ ଭାଗ)
- ମହାତ୍ମା ଗାନ୍ଧୀ: ସଲ୍ଟ ସତ୍ୟଗ୍ରାହ – ଦି ୱାଟର୍ସେଡ୍ (୬ଷ୍ଠ ଭାଗ)
- ମହାତ୍ମା ଗାନ୍ଧୀ: ପ୍ରିପାରିଂ ଫର୍ ସ୍ୱରାଜ୍ (୭ମ ଭାଗ)
- ମହାତ୍ମା ଗାନ୍ଧୀ: ଫାଇନାଲ୍ ଫାଇଟ୍ ଫର୍ ଫ୍ରିଡମ୍ (୮ମ ଭାଗ)
- ମହାତ୍ମା ଗାନ୍ଧୀ: ଦି ଲାଷ୍ଟ ଫେଜ୍ (୯ମ ଭାଗ)
- ମହାତ୍ମା ଗାନ୍ଧୀ: ଦି ଲାଷ୍ଟ ଫେଜ୍ (୧୦ମ ଭାଗ)
ଦ୍ରଷ୍ଟବ୍ୟ: ୪ର୍ଥରୁ ୮ମ ଅଧ୍ୟାୟ ସୁଶୀଳା ନାୟାରଙ୍କଦ୍ୱାରା ସମାପ୍ତ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ "The List of Original Marchers". Mahatma Gandhi Foundation. Archived from the original on 9 February 2011.