ପ୍ୟାରେଲାଲ ନାୟାର

ଉଇକିପିଡ଼ିଆ‌ରୁ
ପ୍ୟାରେଲାଲ ନାୟାର
ଜନ୍ମ୧୮୯୯
ମୃତ୍ୟୁ୧୯୮୨
ଜାତୀୟତାବ୍ରିଟିଶ ଭାରତ (୧୮୯୯ – ୧୯୪୭)
ଭାରତୀୟ (୧୯୪୭ – ୧୯୮୨)
ବୃତ୍ତି(ସମୂହ)ସ୍ୱାଧୀନତା ସଂଗ୍ରାମୀ
ଲେଖକ

ପ୍ୟାରେଲାଲ ନାୟାର (୧୮୯୯ – ୧୯୮୨) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ତଥା ମହାତ୍ମା ଗାନ୍ଧୀଙ୍କ ବ୍ୟକ୍ତିଗତ ସଚିବ ଥିଲେ । ତାଙ୍କ ଭଉଣୀ ସୁଶୀଳା ନାୟାର ଗାନ୍ଧୀଜୀଙ୍କ ବ୍ୟକ୍ତିଗତ ଚିକିତ୍ସକ ଥିଲେ ।

ସେ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ କଳାରେ ସ୍ନାତକ କରିଥିଲେ ଏବଂ ୧୯୨୦ ମସିହାର ଅସହଯୋଗ ଆନ୍ଦୋଳନ ସମୟରେ ସେ ତାଙ୍କର ସ୍ନାତକୋତ୍ତର ଅଧ୍ୟୟନ ଛାଡ଼ିଥିଲେ ।

ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ[ସମ୍ପାଦନା]

ଗାନ୍ଧୀଜୀଙ୍କଦ୍ୱାରା ଅନୁପ୍ରାଣିତ ହୋଇ ସେ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ । ସେ ୧୯୩୦ ମସିହାର ଦାଣ୍ଡି ଲବଣ ସତ୍ୟାଗ୍ରହରେ ଅଂଶଗ୍ରହଣ କରିଥିଲେ ।[୧]

୧୯୮୨ ମସିହାରେ ରିଚର୍ଡ଼ ଆଟେନବର୍ଗଙ୍କଦ୍ୱାରା ଗାନ୍ଧୀଜୀଙ୍କ ଉପରେ ନିର୍ମିତ ଚଳଚ୍ଚିତ୍ର ଗାନ୍ଧୀରେ ପଙ୍କଜ କପୁର ପ୍ୟାରେଲାଲଙ୍କ ଭୂମିକାରେ ଅଭିନୟ କରିଥିଲେ ।

ଗାନ୍ଧୀଙ୍କ ପରବର୍ତ୍ତୀ ଜୀବନ[ସମ୍ପାଦନା]

୧୯୪୮ ମସିହାରେ ଗାନ୍ଧୀଜୀଙ୍କ ହତ୍ୟା ପରେ ସେ ତାଙ୍କର ସାହିତ୍ୟିକ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଜୀବନର ଶେଷ ଦିନ ପର୍ଯ୍ୟନ୍ତ ଜାରି ରଖିଥିଲେ । ସେ ବ୍ୟକ୍ତିଗତ ଭାବରେ ଗାନ୍ଧୀଜୀଙ୍କ ଉପରେ ଅନେକ ଲେଖାଲେଖି କରିଥିଲେ, ଯାହାକି ୨୦୦୭ ମସିହାରେ ସର୍ବସାଧାରଣକୁ ଆସିଥିଲା ।

ରଚନା[ସମ୍ପାଦନା]

ମହାତ୍ମା ଗାନ୍ଧୀଙ୍କ ଉପରେ ସେ ଜୀବନୀ ପୁସ୍ତକ ଲେଖିଛନ୍ତି, ଯେଉଁଥିରେ ତାଙ୍କୁ ଦେୱାନ ଭାସଦେବ ଖାନ୍ନା ସାହାଯ୍ୟ କରିଥିଲେ । ଦେୱାନ ଯୁକ୍ତରାଷ୍ଟ୍ର ଆମେରିକା ଯିବା ପୂର୍ବରୁ ୧୯୮୦ ମସିହା ପର୍ଯ୍ୟନ୍ତ ପ୍ୟାରେଲାଲଙ୍କୁ ସାହାଯ୍ୟ କରିଥିଲେ ।

ରଚନାବଳୀ[ସମ୍ପାଦନା]

  1. ଦି ଆର୍ଲି ଫେଜ୍, (୧ମ ଭାଗ)
  2. ମହାତ୍ମା ଗାନ୍ଧୀ: ଦି ଡିସ୍କୋଭରି ଅଫ୍ ସତ୍ୟାଗ୍ରହ – ଅନ୍ ଦି ଥ୍ରେସୋଲ୍ଡ (୨ୟ ଭାଗ)
  3. ମହାତ୍ମା ଗାନ୍ଧୀ: ଦି ବାର୍ଥ ଅଫ୍ ସତ୍ୟାଗ୍ରହ (୩ୟ ଭାଗ)
  4. ମହାତ୍ମା ଗାନ୍ଧୀ: ସତ୍ୟାଗ୍ରହ ଏଟ୍ ୱାର୍କ (୪ର୍ଥ ଭାଗ)
  5. ମହାତ୍ମା ଗାନ୍ଧୀ: ଇଣ୍ଡିଆ ଆୱାକେଣ୍ଡେଡ୍ (୫ମ ଭାଗ)
  6. ମହାତ୍ମା ଗାନ୍ଧୀ: ସଲ୍ଟ ସତ୍ୟଗ୍ରାହ – ଦି ୱାଟର୍‍‍ସେଡ୍ (୬ଷ୍ଠ ଭାଗ)
  7. ମହାତ୍ମା ଗାନ୍ଧୀ: ପ୍ରିପାରିଂ ଫର୍ ସ୍ୱରାଜ୍ (୭ମ ଭାଗ)
  8. ମହାତ୍ମା ଗାନ୍ଧୀ: ଫାଇନାଲ୍ ଫାଇଟ୍ ଫର୍ ଫ୍ରିଡମ୍ (୮ମ ଭାଗ)
  9. ମହାତ୍ମା ଗାନ୍ଧୀ: ଦି ଲାଷ୍ଟ ଫେଜ୍ (୯ମ ଭାଗ)
  10. ମହାତ୍ମା ଗାନ୍ଧୀ: ଦି ଲାଷ୍ଟ ଫେଜ୍ (୧୦ମ ଭାଗ)

ଦ୍ରଷ୍ଟବ୍ୟ: ୪ର୍ଥରୁ ୮ମ ଅଧ୍ୟାୟ ସୁଶୀଳା ନାୟାରଙ୍କଦ୍ୱାରା ସମାପ୍ତ ହୋଇଥିଲା ।

ଆଧାର[ସମ୍ପାଦନା]

  1. "The List of Original Marchers". Mahatma Gandhi Foundation. Archived from the original on 9 February 2011.

ବାହାର ଆଧାର[ସମ୍ପାଦନା]