ପ୍ରୋଟାମିନ ସଲଫେଟ

ଉଇକିପିଡ଼ିଆ‌ରୁ
(Protamine sulfateରୁ ଲେଉଟି ଆସିଛି)
ପ୍ରୋଟାମିନ ସଲଫେଟ
Clinical data
Trade namesProsulf, others
AHFS/Drugs.commonograph
Pregnancy
category
  • US: C (Risk not ruled out)
Pharmacokinetic data
Onset of action5 minutes[୧]
Identifiers
CAS Number
DrugBank
ECHA InfoCard100.113.361 Edit this at Wikidata

ପ୍ରୋଟାମିନ ସଲଫେଟ (ଇଂରାଜୀ ଭାଷାରେ Protamine sulfate) ଏକ ଔଷଧ ଯାହା ହେପାରିନ ଔଷଧର ପ୍ରଭାବକୁ ପ୍ରତ୍ୟାଗମନ କରାଏ । ମାତ୍ରାଧିକ ସ୍ୱଳ୍ପ ମଲିକୁଲାର ୱେଟ ହେପାରିନ (low molecular weight heparin overdose) ହୋଇଥିଲେ ଓ ପ୍ରସବ ସମୟରେ ହେପାରିନ (heparin overdose) ପ୍ରଭାବକୁ ପ୍ରତ୍ୟାଗମନ କରାଏ । ଏହା ଶିରାଭ୍ୟନ୍ତରରେ ଇଞ୍ଜେକସନ injection into a vein ଆକାରରେ ଦିଆଯାଏ ।[୨] ଏହାର ପ୍ରଭାବ ଔଷଧ ଦେବାର ୫ ମିନିଟ ମଧ୍ୟରେ ଆରମ୍ଭ ହୋଇଯାଏ । [୧]

ପ୍ରୋଟାମିନ ସଲଫେଟର ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତଚାପ (low blood pressure), ଧୀର ହୃତ୍‌ପିଣ୍ଡ ଗତି (slow heart rate), ଆଲର୍ଜି ପ୍ରତିକ୍ରିୟା (allergic reactions) ଓ ବାନ୍ତି ହୋଇପାରେ । ଆଲର୍ଜି ପ୍ରତିକ୍ରିୟା ସାଂଘାତିକ ହୋଇ ଆନାଫାଇଲାକ୍‌ସିସ ହୋଇପାରେ ।[୨] ଭାସେକ୍ଟୋମି (vasectomy) ହୋଇଥିବା ପୁରୁଷଙ୍କର ଏହି ସଙ୍କଟ ଅଧିକ ଥାଏ । [୩] ଗର୍ଭାବସ୍ଥାରେ କୌଣସି ବିପଦ ଦେଖାଯାଇନଥିଲେ ମଧ୍ୟ ଏହା ଉପରେ ଯଥେଷ୍ଟ ଅନୁଶୀଳନ ହୋଇନାହିଁ ।[୪] ହେପାରିନ ସ‌ହ ପ୍ରୋଟାମିନ ସଂଯୁକ୍ତ ହେବା ଯୋଗୁ ଏପରି କାର୍ଯ୍ୟକ୍ଷମ ହୁଏ ।[୨]

ପ୍ରୋଟାମିନ ସଲଫେଟ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସନ ୧୯୬୯ରେ ସ୍ୱୀକୃତ ହୋଇଥିଲା ।[୨] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଭାଏଲର କ୍ରୟ ମୂଲ୍ୟ ୨.୮୨ରୁ ୧୨.୨୦ ଆମେରିକୀୟ ଡଲାର ।[୬] ପ୍ରଥମେ ଏହା ସାଲମୋନ (salmon) ଶୁକ୍ରାଣୁରୁ ତିଆରି ହୋଇଥିଲା ।[୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Prosulf 10mg/ml Solution for Injection - Summary of Product Characteristics (SPC) - (eMC)". www.medicines.org.uk. Retrieved 14 December 2016.
  2. ୨.୦ ୨.୧ ୨.୨ ୨.୩ ୨.୪ "Protamine Sulfate". The American Society of Health-System Pharmacists. Retrieved 8 December 2016.
  3. WHO Model Formulary 2008 (PDF). World Health Organization. 2009. p. 255. ISBN 9789241547659. Retrieved 8 December 2016.
  4. "Protamine Use During Pregnancy | Drugs.com". www.drugs.com. Retrieved 14 December 2016.
  5. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  6. "Protamine Sulfate". International Drug Price Indicator Guide. Archived from the original on 29 March 2020. Retrieved 8 December 2016.