ପ୍ରେମାନନ୍ଦ ନାୟକ

ଉଇକିପିଡ଼ିଆ‌ରୁ
(Premananda Nayakରୁ ଲେଉଟି ଆସିଛି)
ପ୍ରେମାନନ୍ଦ ନାୟକ
ବିଧାୟକ: ୧୪ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୪
ପୂର୍ବ ଅଧିକାରୀନୀଳାଦ୍ରି ନାୟକ
ପର ଅଧିକାରୀବେଦବ୍ୟାସ ନାୟକ
ନିର୍ବାଚନ ମଣ୍ଡଳୀତେଲକୋଇ
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୯ – ଏବେଯାଏଁ
ପୂର୍ବ ଅଧିକାରୀବେଦବ୍ୟାସ ନାୟକ
ନିର୍ବାଚନ ମଣ୍ଡଳୀତେଲକୋଇ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1975-01-14) ୧୪ ଜାନୁଆରୀ ୧୯୭୫ (ବୟସ ୪୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ବାପା/ବୋଉକୈଳାଶ ଚନ୍ଦ୍ର ନାୟକ (ବାପା)
ବୃତ୍ତିରାଜନୀତିଜ୍ଞ

ପ୍ରେମାନନ୍ଦ ନାୟକ ଜଣେ ଓଡ଼ିଆ ରାଜନୀତିଜ୍ଞ । ପ୍ରେମାନନ୍ଦ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସେ କାର୍ଯ୍ୟ କରୁଛନ୍ତି । ୨୦୦୯ ଓ ୨୦୧୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ତେଲକୋଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯାଥାକ୍ରମେ ୧୪ଶ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ଶିକ୍ଷା ଓ ପରିବାର[ସମ୍ପାଦନା]

ପ୍ରେମାନନ୍ଦ ନାୟକ ୧୯୭୫ ମସିହାର ଜାନୁଆରୀ ମାସ ୧୪ ତାରିଖରେ କେନ୍ଦୁଝର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କୈଳାଶ ଚନ୍ଦ୍ର ନାୟକ । ପ୍ରେମାନନ୍ଦ ପେଶାରେ ଜଣେ ଇଞ୍ଜିନିୟର୍ ।

ରାଜନୈତିକ ଜୀବନ[ସମ୍ପାଦନା]

ପ୍ରେମାନନ୍ଦ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଥରେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।

୨୦୦୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ପ୍ରେମାନନ୍ଦ ନାୟକ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ତେଲକୋଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୩୬,୪୭୧ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ମୋହନ ଚରଣ ମାଝୀଙ୍କୁ ୭,୨୭୯ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ । ଏହି ବିଧାନ ସଭାରେ ସେ ୨୦୦୯ ମସିହାରୁ ୨୦୧୪ ମସିହାଯାଏଁ କାର୍ଯ୍ୟ କରିଥିଲେ ।

୨୦୧୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ପ୍ରେମାନନ୍ଦ ନାୟକ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ତେଲକୋଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଆଧାର[ସମ୍ପାଦନା]

  1. "Shri Premananda Nayak". odishaassembly.nic.in. Odisha Assembly. Retrieved 23 July 2019.