ପ୍ରଦୀପ ହୋତା
ଦେଖଣା
(Pradip Hotaରୁ ଲେଉଟି ଆସିଛି)
ପ୍ରଦୀପ ହୋତା | |
---|---|
ବିଧାୟକ: ୮ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୮୦ – ୧୯୮୫ | |
ନିର୍ବାଚନ ମଣ୍ଡଳୀ | ବିନିକା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୬ ଜୁନ ୧୯୫୦ |
ମୃତ୍ୟୁ | ୨୫ ଫେବୃଆରୀ ୨୦୧୩ | (ବୟସ ୬୨)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ସୁବାସିନି ହୋତା |
ବାପା/ବୋଉ | ମୂରଲୀଧର ହୋତା (ବାପା) |
ବୃତ୍ତି | ରାଜନୀତିଜ୍ଞ |
ପ୍ରଦୀପ ହୋତା (୧୬ ଜୁନ ୧୯୫୦ - ୨୫ ଫେବୃଆରୀ ୨୦୧୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୮୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିନିକା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ପ୍ରଦୀପ ହୋତା ୧୯୫୦ ମସିହାର ଜୁନ ୧୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ମୂରଲୀଧର ହୋତା ଓ ପତ୍ନୀଙ୍କ ନାମ ସୁବାସିନି ହୋତା ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ପ୍ରଦୀପ ହୋତା ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ପ୍ରଦୀପ ହୋତା ୨୦୧୩ ମସିହାର ଫେବୃଆରୀ ୨୫ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Pradip Hota". odishaassembly.nic.in. Odisha Assembly. Retrieved 16 September 2022.