ପୂଜା ବେଦୀ
ପୂଜା ବେଦୀ | |
---|---|
ଜନ୍ମ | ପୂଜା ବେଦୀ ୧୧ ମଇ ୧୯୭୦[୧] |
ବୃତ୍ତି | ଅଭିନେତ୍ରୀ |
ବୈବାହିକ-ସାଥୀ | ଫରହାନ ଫରନିଚରୱାଲା (୧୯୯୪–୨୦୦୩; divorced) |
ସନ୍ତାନ | ୨ |
ପିତାମାତା | କବୀର ବେଦୀ (ବାପା) ପ୍ରମିତା ବେଦୀ (ମାଆ) |
ପୂଜା ବେଦୀ (ଜନ୍ମ: ୧୧ ମଇ ୧୯୭୦) ଜଣେ ହିନ୍ଦୀ କଥାଚିତ୍ର ଅଭିନେତ୍ରୀ, ଦୂରଦର୍ଶନ ଉପସ୍ଥାପିକା । ସେ ଅଭିନେତା କବୀର ବେଦୀଙ୍କ ଝିଅ ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ପୂଜା ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ସେ ଅଭିନେତା କବୀର ବେଦୀ ଏବଂ ଭୂତପୂର୍ବ ଶାସ୍ତ୍ରୀୟ ସଙ୍ଗୀତ ନର୍ତ୍ତକୀ ପ୍ରମିତା ବେଦୀଙ୍କର ସୁକନ୍ୟା । ସେ ମୁମ୍ବାଇରେ ଶିକ୍ଷାରମ୍ଭ କରିଥିଲେ ଏବଂ ସେ ବିଦ୍ୟାଳୟରେ ଥିବା ବେଳେ ବାସ୍କେଟବଲ୍ ଦଳ, ହକି ଦଳ, ସନ୍ତରଣ ଦଳ, ଭାରଣ ଦଳ ଏବଂ ଆଖଡ଼ାଦଳର ଜଣେ ସଦସ୍ୟା ଥିଲେ । ପୂଜା ୧୯୯୩ ମସିହାରେ ଫରହାନ ଫରନିଚରୱାଲାଙ୍କୁ ବିବାହ କରିଥିଲେ । ସେମାନଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି । ୨୦୦୩ ମସିହାରେ ଦୁହିଁଙ୍କର ବିବାହ ବିଚ୍ଛେ ଘଟିଥିଲା ।[୧]
ଅଭିନୟ ଜୀବନ
[ସମ୍ପାଦନା]୧୯୯୧ରୁ ୧୯୯୪ ମସିହା ମଧ୍ୟରେ ପୂଜା ହିନ୍ଦୀ କଥାଚିତ୍ରରେ ଅଭିନୟ କରିଥିଲେ । ସେ କାମସୁତ୍ର କଣ୍ଡୋମର ବିଜ୍ଞାପନଦ୍ୱାରା HIV/AIDS ବାବଦରେ ସତେଚନତା ସୃଷ୍ଟି ପାଇଁ ସେତେବେଳେ ସେ ଅଧିକ ପ୍ରସିଦ୍ଧିଲାଭ କରିଥିଲେ । ସେ Carry On Papa, Wow What a Girl ଏବଂ A Bengali Jatra ପରି କିଛି ଡ୍ରାମରେ ମଧ୍ୟ ଅଭିନୟ କରିଥିଲେ । ସେ ୧୯୯୧ ମସିହାରେ ବିଷକନ୍ୟା ଚଳଚ୍ଚିତ୍ର ଜରିଆରେ ଅଭିନୟ ଆରମ୍ଭ କରିଥିଲେ । ସେ ୧୯୯୨ରେ ସେ ଅମିର ଖାଁଙ୍କ ସହ ଯୋ ଜିତା ୱହି ସିକନ୍ଦର ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ଅଭିନୟ ପାଇଁ ସେ ଫିଲ୍ମଫେୟାରର ଶ୍ରେଷ୍ଠ ସହ ଅଭିନେତ୍ରୀ ଭାବରେ ମନୋନୀତ ହୋଇଥିଲେ । ଏହା ପରେ ଏ ୧୯୯୩ରେ ଲୁଟେରେ ଏବଂ ୧୯୯୫ରେ ରଜନୀକାନ୍ତଙ୍କ ସହ ଆତଙ୍କ ହି ଆତଙ୍କ ଚଳଚ୍ଚିତ୍ରଗୁଡ଼ିକରେ ଅଭିନୟ କରିଥିଲେ ।
ଅନ୍ୟାନ୍ୟ କାର୍ଯ୍ୟ
[ସମ୍ପାଦନା]The Grassroots Foundation ନାମକ ଏକ ବେସରକାରୀ ସେବ ସଂସ୍ଥାର ମୁଖ୍ୟ ହେଉଛନ୍ତି ପୂଜା । ଏହି ସଂସ୍ଥାର ପ୍ରମୁଖ କାର୍ଯ୍ୟ ହେଉଛି ଉନ୍ନତିମୂଳକ କାର୍ଯ୍ୟକ୍ରମ, ଶିକ୍ଷା, କୃଷିରେ ଉନ୍ନତି ଏବଂ ଜଳ ଅମଳ ଇତ୍ୟାଦି ।
ଅଭିନୀତ କଥାଚିତ୍ର
[ସମ୍ପାଦନା]- ଯୋ ଜିତା ୱହି ସିକନ୍ଦର (ହିନ୍ଦୀ)
- ଲୁଟେରା (ହିନ୍ଦୀ)
- ବିଷକନ୍ୟା (ହିନ୍ଦୀ)
- ଆତଙ୍କ ହି ଆତଙ୍କ (ହିନ୍ଦୀ)
- ଫିର୍ ତେରି କାହାନୀ ୟାଦ୍ ଆୟେ (ହିନ୍ଦୀ)
- ଚିତ୍ତାମ୍ମା ମୋଗୁଡ଼ୁ (ତେଲୁଗୁ)
- ଶକ୍ତି (ତେଲୁଗୁ)
ଆଧାର
[ସମ୍ପାଦନା]- ↑ ୧.୦ ୧.୧ Sawhney, Anubha (1 June 2003). "Pooja Bedi: The siege within". The Times of India. Retrieved 30 March 2017.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ପୂଜା ବେଦୀ