ଫିଲିପ ପୁଲମ୍ୟାନ

ଉଇକିପିଡ଼ିଆ‌ରୁ
(Philip Pullmanରୁ ଲେଉଟି ଆସିଛି)


ଫିଲିପ ପୁଲମ୍ୟାନ
ପୁଲମ୍ୟାନ - ଏପ୍ରିଲ ୨୦୦୫
ପୁଲମ୍ୟାନ - ଏପ୍ରିଲ ୨୦୦୫
ଜନ୍ମ ଓ ଜନ୍ମସ୍ଥାନ (1946-10-19) ୧୯ ଅକ୍ଟୋବର ୧୯୪୬ (ବୟସ ୭୭)
ନରୱିଚ୍ , ନୋର୍ଫଲକ , ଇଂଲଣ୍ଡ , ୟୁ.କେ
ବୃତ୍ତିଔପନ୍ୟାସିକ
ଶିକ୍ଷାଇଂରାଜୀ ସାହିତ୍ୟିକ
ଶିକ୍ଷାନୁଷ୍ଠାନଏକ୍ସଟର କଲେଜ , ଅକ୍ସଫୋର୍ଡ
ଶୈଳୀଫାଣ୍ଟାସି
ସାହିତ୍ୟ କୃତି
ପୁରସ୍କାରCarnegie Medal
1995
Guardian Prize
1996
Astrid Lindgren Award
2005
ୱେବସାଇଟ
www.philip-pullman.com

ବ୍ରିଟେନର ଜଣେ ବେଷ୍ଟ ସେଲିଂ ଲେଖକ ହେଉଛନ୍ତି ଫିଲିପ ପୁଲମ୍ୟାନ। ତାଙ୍କର ଏମିତି କିଛି ପୁସ୍ତକ ନାହିଁ ଯାହାକୁ ବେଷ୍ଟ ସେଲିଂ ଘୋଷଣା କରା ନ ଯାଇଛି । ସେଥିପାଇଁ ଏକଦା କୁହାଯାଇଥିଲା ଯେ , ପାଠକମାନଙ୍କୁ କିଭଳି ପୁସ୍ତକ ଆଡକୁ ଆକୃଷ୍ଟ କରାଯାଇପାରିବ ସେ କଥା "ପୁଲମ୍ୟାନ"ଙ୍କୁ ଭଲଭାବେ ଅବଗତ ଅଛି । ତାଙ୍କ ବହିଗୁଡିକ କେବଳ ପାଠକଙ୍କ ମଧ୍ୟରେ ସୀମିତ ହୋଇରହିନାହିଁ ; ବରଂ ତାଙ୍କର ଅଧିକାଂଶ ପୁସ୍ତକ ଫିଲ୍ମ ଆକାରରେ ଦର୍ଶକଙ୍କ ନିକଟକୁ ଯାଇଛି ଓ ସେମାନଙ୍କ ଭରପୂର ମନୋରଞ୍ଜନ କରାଇଛି । ତାଙ୍କ ଉପନ୍ୟାସରୁ ଚଳଚ୍ଚିତ୍ର ମଧ୍ୟ ତିଆରି କରାଯାଇଛି । ଏକାଧିକ ଫିଲ୍ମ ମଧ୍ୟରୁ ଗୋଟିଏ ହେଉଛି 【ଦି ଗୋଲ୍ଡେନ୍ କମ୍ପାସ୍】। ମୁଖ୍ୟତଃ 'ଫାଣ୍ଟାସୀ' ବା କାଳ୍ପନିକ କାହାଣୀକୁ ଆଧାର ଭାବେ ନେଉଥିବା "ପୁଲମ୍ୟାନ" ପ୍ରକୃତରେ ହେଉଛନ୍ତି ଜଣେ ବାସ୍ତବବାଦୀ ମଣିଷ । ସେଥିଲାଗି ସେ ଏକଦା ନିଜର ଏକ ସାକ୍ଷାତକାରରେ କହିଥିଲେ ଯେ , ପ୍ରତ୍ୟେକ ଲେଖକ ତାଙ୍କ ଜୀବନକାଳ ମଧ୍ୟରେ କେବଳ କାହାଣୀ ଚୋରାଇବାରେ ଲାଗିଥାନ୍ତି । କାରଣ ସେମାନେ ଯାହାବି ଲେଖୁଛନ୍ତି ତାହା ସେମାନଙ୍କର ବହୁ ଆଗରୁ ଅନେକଥର ଲେଖା ହୋଇସାରିଛି । ତାଙ୍କର ଏକ ପ୍ରସିଦ୍ଧ "ଫାଣ୍ଟାସୀ ଟ୍ରାଇୟୋଲୋଜୀ" ହେଉଛି (ହିଜ୍ ଡାର୍କ ମ୍ୟାଟେରିଆଲ୍ସ) । "ଦି ଗୁଡ୍ ମ୍ୟାନ୍ ଜେସସ୍ ଆଣ୍ଡ ଦି ସ୍କାଉଣ୍ଡରେଲ୍ ଖ୍ରୀଷ୍ଟ" ପୁସ୍ତକ ରଚନା କରି ସେ ବିବାଦୀୟ ହେବ ସହିତ ବହୁ ପ୍ରସିଦ୍ଧି ମଧ୍ୟ ଲାଭ କରିଥିଲେ । ୨୦୦୮ ମସିହାରେ "ଦି ଟାଇମ" ପକ୍ଷରୁ ତାଙ୍କୁ ୧୯୪୫ [୧] ପରବର୍ତ୍ତୀ ବ୍ରିଟେନର ଶ୍ରେଷ୍ଠ ଲେଖକଙ୍କ ତାଲିକାରେ ସ୍ଥାନ ଦିଆଯାଇଥିଲା ।

ଜୀବନ ବୃତ୍ତାନ୍ତ[ସମ୍ପାଦନା]

୧୯୪୬ ମସିହା ଅକ୍ଟୋବର ୧୯ ତାରିଖରେ ଇଂଲଣ୍ଡର "ନରୱିଚ"ରେ ଫିଲିପ ପୁଲମ୍ୟାନଙ୍କ ଜନ୍ମ । ତାଙ୍କ ମା'ଙ୍କ ନାମ "ଇଭଲିନ ପୁଲମ୍ୟାନ" ଏବଂ ବାପାଙ୍କ ନାମ "ଆଲଫ୍ରେଣ୍ଡ ପୁଲମ୍ୟାନ" । "ଆଲଫ୍ରେଣ୍ଡ" ଜଣେ ରୟାଲ ଏୟାରଫୋର୍ସ ପାଇଲଟ ଥିଲେ । ସମଗ୍ର ଦେଶରେ ତାଙ୍କ ବାପାଙ୍କର ବହୁ ଖାତିର ଥିଲା । ତେବେ ବାପାଙ୍କ ସହିତ ବେଶିଦିନ ବିତେଇବାର ସୁଯୋଗ ମିଳି ନଥିଲା ପୁଲମ୍ୟାନଙ୍କୁ । ତାଙ୍କୁ ଯେତେବେଳେ ୭ବର୍ଷ ହୋଇଥିଲା ତାଙ୍କ ବାପାଙ୍କର ଦେହାନ୍ତ ଘଟିଲା । କେନିଆରେ ଥିବା ଏକ ପ୍ଲେନକ୍ରାସ୍ ହିଁ ଥିଲା ତାଙ୍କ ଦେହାନ୍ତର କାରଣ । ମୃତ୍ୟୁ ପରେ ତାଙ୍କ ବାପାଙ୍କୁ ଜଣେ ଦୁଃସାହସୀ ବୈମାନିକ ଭାବେ ପୁରସ୍କୃତ କରାଯାଇଥିଲା । ବଡ଼ ହେବା ପରେ ମା'ଙ୍କଠାରୁ ବାପାଙ୍କ ସାହସିକତାର କାହାଣୀ ଶୁଣି ବଡ଼ହୋଇଥିଲେ ପୁଲମ୍ୟାନ । ବାପା କିପରି ଦୁର୍ଗମ ତଥା ଶତ୍ରୁ ଅଧ୍ୟୁଷିତ ଅଞ୍ଚଳକୁ ସାହସର ସହିତ ବିମାନ ନେଇ ଯାଇପାରୁଥିଲେ ତାହାକୁ ଜାଣି ତାଙ୍କ ଛାତି ଗର୍ବରେ ଫୁଲିଉଠୁଥିଲା ।

ବାପାଙ୍କ ଦେହାନ୍ତ ପରେ ତାଙ୍କ ମା' ଆଉଥରେ ବିବାହ କରିଥିଲେ ଓ ତାଙ୍କ ୨ୟ ସ୍ୱାମୀଙ୍କ ସହ ଅଷ୍ଟ୍ରେଲିଆ ଚାଲିଯାଇଥିଲେ । ଛୋଟ ପିଲା ହୋଇଥିବା ହେତୁ ପୁଲମ୍ୟାନଙ୍କୁ ତାଙ୍କ ମା'ଙ୍କ ସହ ଯିବାକୁ ପଡ଼ିଥିଲା । ଅବଶ୍ୟ ଅଷ୍ଟ୍ରେଲିଆ ଯିବା ପୁଲମ୍ୟାନଙ୍କ ପାଇଁ ଏକ ଆଶୀର୍ବାଦ ସଦୃଶ ଥିଲା । କାରଣ ଅଷ୍ଟ୍ରେଲିଆର ନିଆରା ପରିବେଶ ହିଁ ତାଙ୍କ ଭିତରେ ଜଣେ ଲେଖକକୁ ତିଆରି କରିଥିଲା । ପିଲାବେଳେ ସେ ଖୁବ୍ କାହାଣୀ ଶୁଣିବାକୁ ଭଲ ପାଉଥିଲେ । ବିଶେଷ କରି ଦୁଃସାହସିକତାରେ ଭରପୁର କାହାଣୀ ତାଙ୍କୁ ଅସୀମ ଆନନ୍ଦ ପ୍ରଦାନ କରୁଥିଲା । ସେ ସୁପରମ୍ୟାନ , ବ୍ୟାଟମ୍ୟାନଙ୍କ କାହାଣୀ ସବୁକୁ ମନଯୋଗ ଦେଇ ପଢୁଥିଲେ । ମାତ୍ର କିଛି ବର୍ଷ ପରେ ସେ ପୁଣିଥରେ ବ୍ରିଟେନ ଫେରିଆସିଲେ ଓ ନିଜ ଜେଜେବାପାଙ୍କ ନିକଟରେ ତାଙ୍କ ନିଜସ୍ୱ ଜୀବନ ଆରମ୍ଭ କଲେ ।

ଜନ୍ ମିଲଟନଙ୍କ ପ୍ରସିଦ୍ଧ କାବ୍ୟ "ପାରାଡ଼ାଇଜ ଲଷ୍ଟ" ହେଉଛି ପୁଲମ୍ୟାନଙ୍କ ଏକ ଅତିପ୍ରିୟ ପୁସ୍ତକ । ଏହି ପୁସ୍ତକଦ୍ୱାରା ସେ ବହୁ ଭାବରେ ଅନୁପ୍ରାଣିତ ହୋଇଥିବା କଥା ସ୍ୱୀକାର କରିଛନ୍ତି । ବିଶେଷକରି , ଜୀବନ ଦର୍ଶନକୁ ବୁଝିବାରେ ତାଙ୍କୁ ଏହି ପୁସ୍ତକ ସହାୟକ ହୋଇଛି । ଆଜି ବିଶ୍ୱରେ ଜଣେ ଲୋକ ପ୍ରିୟ ଇଂରାଜୀଲେଖକ ଭାବେ ମାନ୍ୟତା ଅର୍ଜନ କରିଥିବା ପୁଲମ୍ୟାନ ବାସ୍ତବରେ ଜଣେ ଭଲ ଛାତ୍ର ନଥିଲେ । ତାଙ୍କର ଇଂରାଜୀ ସାହିତ୍ୟଆଦୌ ହେଉନଥିଲା । ସେ ଅନେକ ଥର ଏହି ବିଷୟରେ ପାସ ମଧ୍ୟ କରିପାରି ନଥିଲେ । ସେ ନିଜର ଏକ ସାକ୍ଷାତକାରରେ କହିଥିଲେ ଯେ , ସେ ଇଂରାଜୀକୁ ଠିକ ଭାବରେ ଉପଭୋଗ କରିପାରୁ ନଥିଲେ । ସେଥିପାଇଁ ତାଙ୍କୁ ସ୍ନାତକରେ ତୃତୀୟ ଶ୍ରେଣୀ ପାଇ ସନ୍ତୁଷ୍ଟ ହୋଇ ରହିବାକୁ ପଡୁଥିଲା । ସେତିକି ନୁହେଁ , ସେ ଯୋଉଦିନ ଥାର୍ଡ କ୍ଲାସ ପାଇ ପାସ କରିଯାଇଛନ୍ତି ବୋଲି ଶୁଣିଲେ ସେଦିନ ସେ ଖୁବ୍ ଖୁସି ହୋଇଯାଇଥିଲେ । ସେ ଯେ ଏହି ବିଷୟରେ ପାସ କରିବେ ସେଥିରେ ମଧ୍ୟ ତାଙ୍କର ବିଶ୍ୱାସ ନ ଥିଲା । ଖେଳକୁଦରେ ତାଙ୍କର ଖୁବ୍ ରୁଚି ଥିଲା । ଅବସର ସମୟରେ ସେ ତାଙ୍କ ପ୍ରିୟ ଲେଖକମାନଙ୍କ ଲେଖା ପଢୁଥିଲେ ।

୧୯୭୦ ମସିହାରେ ଫିଲିପ ପୁଲମ୍ୟାନ ଜୁଡିଥ୍ ସ୍ପେଲରଙ୍କୁ ବିବାହ କରିଥିଲେ ।

ଲେଖାଲେଖି[ସମ୍ପାଦନା]

ପୁଲମ୍ୟାନ ୧୯୭୦ ମସିହା , ବିବାହ ପରେ ଏକ ବିଶପ୍ ବିଦ୍ୟାଳୟରେ ୯ରୁ ୧୩ ବର୍ଷର ପିଲାମାନଙ୍କୁ ଶିକ୍ଷାଦାନ କରୁଥିଲେ । ସେଇଠୁ ହିଁ ପୁଲମ୍ୟାନଙ୍କ ଲେଖାଲେଖି ଜୀବନ ଆରମ୍ଭ ହୋଇଥିଲା । ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଇଁ ପୁଲମ୍ୟାନ ପ୍ରଥମେ ଡ୍ରାମା ଲେଖିଲେ । ସେ ବିଦ୍ୟାଳୟ ପିଲାଙ୍କ ପାଇଁ ଲେଖିଥିବା ଏକ ଫାଣ୍ଟାସୀ ଡ୍ରାମା ହେଉଛି "ଦି ହଣ୍ଟେଡ଼ ଷ୍ଟର୍ମ" ଯାହା ୧୯୭୨ ମସିହାରେ ନ୍ୟୁ ଇଂଲିଶ ଲାଇବ୍ରେରୀଦ୍ୱାରା ପ୍ରଦାନ କରାଯାଇଥିବା ଯୁବଲେଖକ ପୁରସ୍କାର ପାଇଥିଲେ । ଏହି ଘଟଣା ହିଁ ପୁଲମ୍ୟାନଙ୍କୁ ଲେଖାଲେଖି ପାଇଁ ଅନୁପ୍ରେରିତ କରିଥିଲା । ସେ ବୟସ୍କଙ୍କ ପାଇଁ ଲେଖିଥିବା ପ୍ରଥମ ଫାଣ୍ଟାସୀ ଉପନ୍ୟାସ ହେଉଛି "ଗାଲାଟିଆ" । ୧୯୭୮ ମସିହାରେ ଏହି ଉପନ୍ୟାସର ଲୋକାର୍ପଣ ହୋଇଥିଲା ଓ ଏହା ତାଙ୍କୁ ଲେଖକୀୟ ଖ୍ୟାତି ଆଣିଦେବାରେ ସହାୟକ ହୋଇଥିଲା ।

୧୯୮୮ ଏବଂ ୧୯୯୬ ମସିହା ମଧ୍ୟରେ ପୁଲମ୍ୟାନ କ୍ରମାଗତ ଭାବେ ପିଲାଙ୍କ ଗଳ୍ପ ଲେଖିବା ପାଇଁ "ୱେଷ୍ଟ ମିନିଷ୍ଟର କଲେଜ", ଅକ୍ସଫୋର୍ଡରେ କିଛି ଅଂଶକାଳିନ ସମୟ ଦେଇଥିଲେ । ୧୯୩୩ ମସିହାରେ ସେ "ହିଜ୍ ଡାର୍କ ମ୍ୟାଟେରିଆଲ୍ସ" ବିଷୟରେ ଲେଖା ଆରମ୍ଭ କଲେ । ୧୯୯୫ ମସିହାରେ ତାଙ୍କର ପ୍ରଥମ ପୁସ୍ତକ "ନର୍ଥନ୍ ଲାଇଟ୍ସ" ପ୍ରକାଶିତ ହେଲା (ୟୁ.ଏସର ହକଦାର "ଦି ଗୋଲ୍ଡେନ କମ୍ପାସ୍", ୧୯୯୬) । ପୁଲମ୍ୟାନ ଉଭୟ ବାର୍ଷିକ "ଚର୍ନେଜିଏ ମେଡାଲ"[୨] ଏବଂ ପିଲାମାନଙ୍କର ତତ୍ତ୍ୱବଧାୟକ ଉପନ୍ୟାସ ପୁରସ୍କାର ପାଇଥିଲେ । ଏକ ତଦନୁରୂପ ପୁରସ୍କାର ଯାହା ରଚୟିତାମାନେ ଦୁଇଥର ଜିତି ପାରିଲେ ନାହିଁ ।[୩]

୨୦୦୮ ମସିହାରେ , ସେ ଦି ବୁକ୍ ଅଫ୍ ଡଷ୍ଟରେ କାମ କରିବା ଆରମ୍ଭ କଲେ । ଏହି ପୁସ୍ତକଟି ତାଙ୍କର ପରସ୍ପର ସମ୍ପୃକ୍ତ ନାଟକ ହିଜ୍ ଡାର୍କ ମ୍ୟାଟେରିଆଲ୍ସର ଏକ ଅଂଶ , ଏବଂ "ଦି ଆଡ଼ଭେଞ୍ଚର ଅଫ୍ ଜନ୍ ବ୍ଲାକେ", ଏହି ଗଳ୍ପଟି ବ୍ରିଟେସ ପିଲାଙ୍କର ହାସ୍ୟଗଳ୍ପ "ଜନ୍ ଆଗ୍ସ"ଙ୍କ ଦି ଡ଼ିଏଫସିରୁ ଲିଖିତ ।[୪][୫][୬]

ଗ୍ରନ୍ଥ ବିବରଣୀ[ସମ୍ପାଦନା]

ଅପର୍ଯ୍ୟାୟ ପୁସ୍ତକ[ସମ୍ପାଦନା]

  • ୧୯୭୨ - ଦି ହଣ୍ଟେଡ଼ ଷ୍ଟର୍ମ
  • ୧୯୭୬ - ଗଲାଟି
  • ୧୯୮୨ - କାଉଣ୍ଟ କାର୍ଲଷ୍ଟେଇନ
  • ୧୯୮୭ - ହାଓ ଟୁ ବି କୁଲ
  • ୧୯୮୯ - ସ୍ପ୍ରିଙ୍ଗ-ହୀଲେଡ୍ ଜ୍ୟାକ
  • ୧୯୯୦ - ଦି ବ୍ରୋକେନ ବ୍ରିଜ୍
  • ୧୯୯୨ - ଦି ହ୍ୱାଇଟ ମର୍ସେଡିସ୍
  • ୧୯୯୩ - ଦି ୱଣ୍ଡରଫୁଲ୍ ଷ୍ଟୋରି ଅଫ୍ ଆଲାଦିନ୍ ଆଣ୍ଡ ଦି ଏଞ୍ଚାଣ୍ଟେଡ଼ ଲ୍ୟାମ୍ପ
  • ୧୯୯୫ - କ୍ଲକୱର୍କ, ଅର୍, ଅଲ୍ ୱଣ୍ଡ ଅପ୍
  • ୧୯୯୫ - ଦି ଫାୟାରୱର୍କ-ମେକର'ସ୍ ଡଟର
  • ୧୯୯୮ - ଦି ବଟରଫ୍ଲାଏ ଟାଟ୍ଟୁ
  • ୧୯୯୯ - ଆଇ ୱାଜ୍ ଏ ରାଟ୍ ! ଅର୍ ଦି ସ୍କାରଲେଟ୍ ସ୍ଲିପର୍ସ
  • ୨୦୦୦ - ପୁସ୍ ଇନ୍ ବୁଟ୍ସ : ଦି ଆଡ଼ଭେଞ୍ଚରସ୍ ଅଫ୍ ଦାଟ୍ ମୋଷ୍ଟ ଏଣ୍ଟରପ୍ରାଇଜିଙ୍ଗ ଫେଲିନେ

ହିଜ୍ ଡାର୍କ ମ୍ୟାଟେରିଆଲ୍ସ[ସମ୍ପାଦନା]

  • ୧୯୯୫ - ନର୍ଥନ୍ ଲାଇଟ୍ସ ; ୟୁଏସ ଟାଇଟଲ , ଦି ଗୋଲ୍ଡେନ କମ୍ପାସ୍
  • ୧୯୯୭ - ଦି ସବଟାଇଟଲ ନାଇଫ୍
  • ୨୦୦୦ - ଦି ଅମ୍ବର ସ୍ପେଗ୍ଲାସ

ହିଜ୍ ଡାର୍କ ମ୍ୟାଟେରିଆଲ୍ସ କମ୍ପାନିଅନ[ସମ୍ପାଦନା]

  • ୨୦୦୩ - ଲ୍ୟରା'ସ୍ ଅକ୍ସଫୋର୍ଡ
  • ୨୦୦୮ - ୱାନ୍ସ ଅପନ ଏ ଟାଇମ ଇଂ ଦି ନର୍ଥ
  • ୨୦୧୪ - ଦି କଲେକ୍ଟର (ଅଡିଓ ବୁକ୍)
  • ଦି ବୁକ୍ ଅଫ୍ ଡଷ୍ଟ (ଏ ପର୍ଯ୍ୟନ୍ତ ପ୍ରକାଶ ହୋଇନାହିଁ)

ସଲୀ ଲକହାର୍ଟ[ସମ୍ପାଦନା]

  • ୧୯୮୫ - ଦି ରୁବୀ ଇଂ ଦି ସ୍ମୋକ
  • ୧୯୮୬ - ଦି ଶ୍ୟାଡୋ ଇଂ ଦି ନର୍ଥ (ପ୍ରଥମ ପ୍ରକାଶିତ)
  • ୧୯୯୦ - ଦି ଟାଇଗର ଇନ୍ ଦି ୱେଲ
  • ୧୯୯୪ - ଦି ଟିନ ପ୍ରିନ୍ସେସ୍

ଦି ନିଉ-କଟ୍ ଗ୍ୟାଙ୍ଗ[ସମ୍ପାଦନା]

  • ୧୯୯୪ - ଥଣ୍ଡେରବୋଲ୍ଟ'ସ୍ ୱାକ୍ସୱାର୍କ
  • ୧୯୯୫ - ଦି ଗାସଫିଟର'ସ୍ ବଲ୍

ଚାଲୁଥିବା ପୁସ୍ତକ[ସମ୍ପାଦନା]

Plays

  • ୧୯୯୦ - ଫ୍ରାଙ୍କେନଷ୍ଟେନ
  • ୧୯୯୨ - ଶେରଲୋକ ହଲମେସ ଆଣ୍ଡ ଦି ଲାଇମହାଉସ ହରର୍

ବାସ୍ତବ ସାହିତ୍ୟ[ସମ୍ପାଦନା]

  • ୧୯୭୮ - ଆନସିଏଣ୍ଟ ସିଭିଲାଇଜେସନ
  • ୧୯୭୮ - ୟୁସିଙ୍ଗ ଦି ଅକ୍ସଫୋର୍ଡ ଜୁନିଅର ଡିକ୍ସିନାରୀ

ହାସ୍ୟ ଗଳ୍ପ[ସମ୍ପାଦନା]

  • ୨୦୦୮ - ଦି ଅଡ଼ଭେଞ୍ଚର୍ସ ଅଫ୍ ଜନ୍ ବ୍ଲକ ଇଂ ଦି ଡ଼ି.ଏଫ.ସି

ଆଧାର[ସମ୍ପାଦନା]

  1. "The 50 greatest British writers since 1945". The Times. 5 January 2008. Retrieved on 2016-01-03.
  2. name=medal1995
  3. name=relaunch[୧]
  4. Philip Pullman writes comic strip, The Times, 11 May 2008
  5. Deep stuff, The Guardian, 24 May 2008
  6. Pullman's page at the DFC website, The DFC