Jump to content

ପେରିନ କ୍ୟାପଟେନ

ଉଇକିପିଡ଼ିଆ‌ରୁ
(Perin Captainରୁ ଲେଉଟି ଆସିଛି)
ପେରିନ କ୍ୟାପଟେନ
ଜନ୍ମ୧୨ ଅକ୍ଟୋବର ୧୮୮୮
ମାଣ୍ଡବୀ, କୁଚ୍ ଜିଲ୍ଲା, ଗୁଜରାଟ, ଭାରତ
ମୃତ୍ୟୁ୧୯୫୮
ବୈବାହିକ-ସାଥୀଧୁଞ୍ଜିଶା ଏସ. କ୍ୟାପଟେନ
ପିତାମାତାଆର୍ଦେଶୀର
ବିରବାଇ ଦଦିନା
ପୁରସ୍କାରପଦ୍ମଶ୍ରୀ (୧୯୫୪)

ପେରିନ ବେନ କ୍ୟାପଟେନ (୧୮୮୮-୧୯୫୮) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ସାମାଜିକ କର୍ମୀ, ଜଣାଶୁନା ଭାରତୀୟ ବୁଦ୍ଧିଜୀବୀ ତଥା ନେତା ଦାଦାଭାଇ ନାରୋଜିଙ୍କ ନାତୁଣୀ ଥିଲେ ।[] ଭାରତ ସରକାର ତାଙ୍କୁ ୧୯୫୪ ମସିହାରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଥିଲେ, ଯାହାକି ଦେଶର ଅବଦାନ ପାଇଁ ଚତୁର୍ଥ ସର୍ବୋଚ୍ଚ ଭାରତୀୟ ନାଗରିକ ପୁରସ୍କାର [] ତାଙ୍କୁ ପୁରସ୍କାର ପ୍ରାପ୍ତ ପ୍ରଥମ ଗୋଷ୍ଠୀ ମଧ୍ୟରେ ସ୍ଥାନିତ କରିଥିଲା ।

ଜୀବନୀ

[ସମ୍ପାଦନା]

ପେରିନ ବେନ ୧୨ ଅକ୍ଟୋବର ୧୮୮୮ ମସିହାରେ[] ଗୁଜରାଟର କୁଚ୍ ଜିଲ୍ଲା ଅନ୍ତର୍ଗତ ମାଣ୍ଡଭିର ପାର୍ସୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଆର୍ଦେଶୀର ଜଣେ ଡାକ୍ତର ଏବଂ ଦାଦାଭାଇ ନାଓରୋଜିର ଜ୍ୟେଷ୍ଠ ପୁତ୍ର ଥିଲେ [] ଏବଂ ମାତା ବିରବାଇ ଦଦିନା ଜଣେ ଗୃହିଣୀ ଥିଲେ ।[] ସେ ୧୮୯୩ ମସିହାରେ ମାତ୍ର ୫ ବର୍ଷ ବୟସରେ ନିଜ ପିତାଙ୍କୁ ହରାଇଥିଲେ । ସେ ମୁମ୍ବାଇରେ ନିଜର ପ୍ରାଥମିକ ଶିକ୍ଷା କରିଥିଲେ । ପରେ, ସେ ପ୍ୟାରିସର ତୃତୀୟ ବିଶ୍ୱବିଦ୍ୟାଳୟ ସୋରବୋନ ନୋଭେଲରେ ଯୋଗ ଦେଇଥିଲେ, ଯେଉଁଠାରୁ ସେ ଫରାସୀ ଭାଷାରେ ଡିଗ୍ରୀ ହାସଲ କରିଥିଲେ । ପ୍ୟାରିସରେ ଥିବାବେଳେ ସେ ଭିକାଇଜୀ କାମାର ସର୍କଲକୁ ଆସି ସେମାନଙ୍କ କାର୍ଯ୍ୟକଳାପରେ ଭାଗ ନେବା ଆରମ୍ଭ କରିଥିଲେ । ଲଣ୍ଡନରେ ଗିରଫ ହେବା ପରେ ସେ ବିନାୟକ ଦାମୋଦର ସାବରକରଙ୍କୁ ମୁକ୍ତ କରିବା ଯୋଜନାରେ ସମ୍ପୃକ୍ତ ଥିବା ଜଣାଯାଇଛି ।[] ଏହି ସମୟ ମଧ୍ୟରେ, ସେ ୧୯୧୦ ମସିହାରେ ସାବରକର ଏବଂ ଭିକାଇଜୀ କାମାଙ୍କ ସହିତ ବ୍ରୁସେଲ୍ସରେ ଇଜିପ୍ଟର ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ ।[][]

୧୯୧୧ ମସିହାରେ ଭାରତ ଫେରିବା ପରେ ପେରିନ ମହାତ୍ମା ଗାନ୍ଧୀଙ୍କୁ ଭେଟିବାର ସୁଯୋଗ ପାଇଥିଲେ ଏବଂ ତାଙ୍କ ଆଦର୍ଶଦ୍ୱାରା ପ୍ରଭାବିତ ହୋଇଥିଲେ । ୧୯୧୯ ମସିହା ସୁଦ୍ଧା, ସେ ତାଙ୍କ ସହ କାମ କରିବା ଆରମ୍ଭ କରିଥିଲେ ଏବଂ ୧୯୨୦ ମସିହାରେ ସେ ସ୍ବଦେଶୀ ଆନ୍ଦୋଳନକୁ ନେଇ ଖଦୀ ପିନ୍ଧିବା ଆରମ୍ଭ କରିଥିଲେ । ୧୯୨୧ ମସିହାରେ, ସେ ଗାନ୍ଧୀ ଆଦର୍ଶ ଉପରେ ଆଧାରିତ ମହିଳା ଆନ୍ଦୋଳନ ରାଷ୍ଟ୍ରିୟ ସ୍ତ୍ରୀ ସଭା ପ୍ରତିଷ୍ଠା କରିବାରେ ସହଯୋଗ କରିଥିଲେ ।[]

ପେରିନ ୧୯୨୫ ମସିହାରେ ଓକିଲ ଧୁଞ୍ଜିଶା ଏସ. କ୍ୟାପଟେନଙ୍କୁ ବିବାହ କରିଥିଲେ କିନ୍ତୁ ଏହି ଦମ୍ପତିଙ୍କର କୌଣସି ସନ୍ତାନ ନଥିଲେ । ସେ ବିବାହ ପରେ ନିଜର ସାମାଜିକ ସକ୍ରିୟତା ଜାରି ରଖିଥିଲେ ଏବଂ ଭାରତୀୟ ଜାତୀୟ କଂଗ୍ରେସର ଅନେକ ପରିଷଦରେ କାର୍ଯ୍ୟ କରିଥିଲେ । ସେ ୧୯୩୦ ମସିହାରେ ଏହି ପଦବୀକୁ ନିର୍ବାଚିତ ହେବାପରେ ବମ୍ବେ ପ୍ରାଦେଶିକ କଂଗ୍ରେସ କମିଟିର ପ୍ରଥମ ମହିଳା ସଭାପତି ହେଲେ । ସେ ମହାତ୍ମା ଗାନ୍ଧୀଙ୍କଦ୍ୱାରା ଆରମ୍ଭ ହୋଇଥିବା ନାଗରିକ ଅମାନ୍ୟ ଆନ୍ଦୋଳନରେ ଭାଗ ନେଇଥିଲେ ଏବଂ କାରାଗାରରେ ରହିଥିଲେ ।

ଯେତେବେଳେ ୧୯୫୪ ମସିହାରେ ଭାରତ ସରକାର ପଦ୍ମ ନାଗରିକ ପୁରସ୍କାର ପ୍ରଣାଳୀ ପ୍ରଣୟନ କରିଥିଲେ, ସେତେବେଳେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ତାଲିକାରେ ପେରିନ କ୍ୟାପଟେନଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା । ପରେ ୧୯୫୮ ମସିହାରେ ସେ ମୃତ୍ୟୁବରଣ କରିଥିଲେ ।

  1. "Stree Shakthi". Stree Shakthi. 2015. Retrieved 31 March 2015.
  2. "Padma Shri" (PDF). Padma Shri. 2015. Archived from the original (PDF) on 15 October 2015. Retrieved 11 November 2014.
  3. 1 2 Anup Taneja (2005). Gandhi, Women, and the National Movement, 1920-47. Har-Anand Publications. p. 244. ISBN 9788124110768.
  4. "Zoarastrians". Zoarastrians. 2015. Retrieved 1 April 2015.
  5. "Making Britain". The Open University. 2015. Archived from the original on 2 April 2015. Retrieved 1 April 2015.
  6. Sikata Banerjee (2012). Make Me a Man!: Masculinity, Hinduism, and Nationalism in India. SUNY Press. p. 191. ISBN 9780791483695.
  7. Bonnie G. Smith, ed. (2008). The Oxford Encyclopedia of Women in World History: 4 Volume Set. Oxford University Press. p. 2752. ISBN 9780195148909.
  8. "Shodganga" (PDF). Shodganga. 2015. Retrieved 1 April 2015.