ପେରାମିଭିର
| Clinical data | |
|---|---|
| Trade names | Rapivab |
| AHFS/Drugs.com | monograph |
| data | |
| Pregnancy category | |
| Routes of administration | Intravenous |
| Legal status | |
| Legal status | |
| Pharmacokinetic data | |
| Bioavailability | 100% (IV) |
| Elimination half-life | 7.7 to 20.8 hours (in patients with normal renal function) |
| Excretion | Kidney |
| Identifiers | |
| |
| Chemical and physical data | |
| Formula | C15H28N4O4 |
| Molar mass | ୩୨୮.୪୧ g·mol−1 |
| 3D model (JSmol) | |
| |
| |
| (verify) | |
ପେରାମିଭିର (ଇଂରାଜୀ ଭାଷାରେ Peramivir), ରାପିଭାବ୍ ବ୍ରାଣ୍ଡ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଭୂତାଣୁରୋଧୀ ଔଷଧ ଯାହା ଇନଫ୍ଲୁଏଞ୍ଜା ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଲକ୍ଷଣ ଆରମ୍ଭ ହେବାର ଦୁଇ ଦିନ ମଧ୍ୟରେ ଏହା ଦିଆଯିବା ଉଚିତ ।[୧] ପ୍ରତିରୋଧ ପାଇଁ ଏହାର ବ୍ୟବହାରକୁ ପ୍ରମାଣ ସମର୍ଥନ କରେନାହିଁ ।[୧] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ନିଉଟ୍ରୋଫିଲ୍, ଶୋଇବାରେ ଅସୁବିଧା ଏବଂ ଅଇ ଲାଗେ ।[୨] [୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରୋଗୀର ଅସ୍ୱାଭାବିକ ଆଚରଣ ଦେଖା ଯାଇପାରେ ।[୧] ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍ସିସ ଏବଂ ଷ୍ଟିଭେନ୍ସ-ଜନସନ ସିଣ୍ଡ୍ରୋମ ହୋଇପାରେ | [୨] ଗର୍ଭାବସ୍ଥାରେ ଏହା କ୍ଷତିକାରକ ମନେହୁଏ ନାହିଁ, କିନ୍ତୁ ଏହିପରି ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ ।[୩] ଏହା ଏକ ନ୍ୟୁରାମିନିଡେଜ ଇନହିବିଟର ଯାହା ଉଭୟ ଇନଫ୍ଲୁଏଞ୍ଜା କ ଏବଂ ଇନଫ୍ଲୁଏଞ୍ଜା ଖ ଭୂତାଣୁ ବିରୋଧରେ ସକ୍ରିୟ ଅଟେ ।[୧]
୨୦୧୪ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ପେରାମିଭିର ଅନୁମୋଦିତ ହୋଇଥିଲା ।[୧] ୨୦୧୮ରେ ୟୁରୋପରେ ଏହାକୁ ଅନୁମୋଦନ କରାଯାଇଥିବାବେଳେ ପରବର୍ତ୍ତୀ ସମୟରେ ଏହି ଅନୁମୋଦନ ପ୍ରତ୍ୟାହାର କରାଯାଇଥିଲା ।[୪] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହାର ଏକ ମାତ୍ରାର ମୂଲ୍ୟ ପ୍ରାୟ ୧୦୦୦ ଡଲାର ଥିଲା ।[୫]
ଆଧାର
[ସମ୍ପାଦନା]- 1 2 3 4 5 6 7 "Peramivir Monograph for Professionals". Drugs.com (in ଇଂରାଜୀ). Archived from the original on 7 October 2020. Retrieved 27 October 2021.
- 1 2 3 "Alpivab (peramivir)" (PDF). Archived (PDF) from the original on 6 March 2020. Retrieved 27 October 2021.
- ↑ "Peramivir (Rapivab) Use During Pregnancy". Drugs.com (in ଇଂରାଜୀ). Archived from the original on 24 November 2020. Retrieved 27 October 2021.
- ↑ "Alpivab". Archived from the original on 26 June 2021. Retrieved 27 October 2021.
- ↑ "Rapivab Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 20 April 2021. Retrieved 27 October 2021.