ପେରାମିଭିର

ଉଇକିପିଡ଼ିଆ‌ରୁ
ପେରାମିଭିର
Clinical data
Trade namesRapivab
AHFS/Drugs.commonograph
data
Pregnancy
category
  • AU: B3
  • US: N (Not classified yet)
Routes of
administration
Intravenous
Legal status
Legal status
  • AU: S4 (Prescription only)
  • US: ℞-only
  • EU: Rx-only
Pharmacokinetic data
Bioavailability100% (IV)
Elimination half-life7.7 to 20.8 hours (in patients with normal renal function)
ExcretionKidney
Identifiers
  • (1S,2S,3R,4R)-3-[(1S)-1-(Acetylamino)-2-ethylbutyl]-4-(carbamimidoylamino)-2-hydroxycyclopentanecarboxylic acid
Chemical and physical data
FormulaC15H28N4O4
Molar mass୩୨୮.୪୧ g·mol−1
3D model (JSmol)
  • CCC(CC)[C@@H]([C@H]1[C@@H](C[C@@H]([C@H]1O)C(=O)O)NC(=N)N)NC(=O)C
  • InChI=1S/C15H28N4O4/c1-4-8(5-2)12(18-7(3)20)11-10(19-15(16)17)6-9(13(11)21)14(22)23/h8-13,21H,4-6H2,1-3H3,(H,18,20)(H,22,23)(H4,16,17,19)/t9-,10+,11+,12-,13+/m0/s1 ☒N
  • Key:XRQDFNLINLXZLB-CKIKVBCHSA-N ☒N
  (verify)

ପେରାମିଭିର (ଇଂରାଜୀ ଭାଷାରେ Peramivir), ରାପିଭାବ୍ ବ୍ରାଣ୍ଡ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଭୂତାଣୁରୋଧୀ ଔଷଧ ଯାହା ଇନଫ୍ଲୁଏଞ୍ଜା ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଲକ୍ଷଣ ଆରମ୍ଭ ହେବାର ଦୁଇ ଦିନ ମଧ୍ୟରେ ଏହା ଦିଆଯିବା ଉଚିତ ।[୧] ପ୍ରତିରୋଧ ପାଇଁ ଏହାର ବ୍ୟବହାରକୁ ପ୍ରମାଣ ସମର୍ଥନ କରେନାହିଁ ।[୧] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ନିଉଟ୍ରୋଫିଲ୍, ଶୋଇବାରେ ଅସୁବିଧା ଏବଂ ଅଇ ଲାଗେ ।[୨] [୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରୋଗୀର ଅସ୍ୱାଭାବିକ ଆଚରଣ ଦେଖା ଯାଇପାରେ ।[୧] ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍‌ସିସ ଏବଂ ଷ୍ଟିଭେନ୍ସ-ଜନସନ ସିଣ୍ଡ୍ରୋମ ହୋଇପାରେ | [୨] ଗର୍ଭାବସ୍ଥାରେ ଏହା କ୍ଷତିକାରକ ମନେହୁଏ ନାହିଁ, କିନ୍ତୁ ଏହିପରି ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ ।[୩] ଏହା ଏକ ନ୍ୟୁରାମିନିଡେଜ ଇନହିବିଟର ଯାହା ଉଭୟ ଇନଫ୍ଲୁଏଞ୍ଜା କ ଏବଂ ଇନଫ୍ଲୁଏଞ୍ଜା ଖ ଭୂତାଣୁ ବିରୋଧରେ ସକ୍ରିୟ ଅଟେ ।[୧]

୨୦୧୪ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ପେରାମିଭିର ଅନୁମୋଦିତ ହୋଇଥିଲା ।[୧] ୨୦୧୮ରେ ୟୁରୋପରେ ଏହାକୁ ଅନୁମୋଦନ କରାଯାଇଥିବାବେଳେ ପରବର୍ତ୍ତୀ ସମୟରେ ଏହି ଅନୁମୋଦନ ପ୍ରତ୍ୟାହାର କରାଯାଇଥିଲା ।[୪] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହାର ଏକ ମାତ୍ରାର ମୂଲ୍ୟ ପ୍ରାୟ ୧୦୦୦ ଡଲାର ଥିଲା ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Peramivir Monograph for Professionals". Drugs.com (in ଇଂରାଜୀ). Archived from the original on 7 October 2020. Retrieved 27 October 2021.
  2. ୨.୦ ୨.୧ ୨.୨ "Alpivab (peramivir)" (PDF). Archived (PDF) from the original on 6 March 2020. Retrieved 27 October 2021.
  3. "Peramivir (Rapivab) Use During Pregnancy". Drugs.com (in ଇଂରାଜୀ). Archived from the original on 24 November 2020. Retrieved 27 October 2021.
  4. "Alpivab". Archived from the original on 26 June 2021. Retrieved 27 October 2021.
  5. "Rapivab Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 20 April 2021. Retrieved 27 October 2021.