ପେଜିଣ୍ଟରଫେରନ ଆଲଫା-୨ଏ

ଉଇକିପିଡ଼ିଆ‌ରୁ
(Pegylated interferon alfa-2aରୁ ଲେଉଟି ଆସିଛି)
ପେଜିଣ୍ଟରଫେରନ ଆଲଫା-୨ଏ
Clinical data
Trade namesPegasys, others
AHFS/Drugs.com
MedlinePlusa605029
Pregnancy
category
Routes of
administration
subcutaneous
ATC code
Legal status
Legal status
  • ℞ (Prescription only)
Identifiers
CAS Number
DrugBank
ChemSpider
  • none
UNII
KEGG
ChEMBL
Chemical and physical data
FormulaC860H1353N227O255S9
Molar mass19241 g/mol (unpegylated)
40000 g/mol (pegylated)
 ☒NcheckY (what is this?)  (verify)

ପେଜିଣ୍ଟରଫେରନ ଆଲଫା-୨ଏ (ଇଂରାଜୀ ଭାଷାରେ Pegylated interferon alfa-2a, ବିକ୍ରୟ ନାମ ପେଗାସିସ/Pegasys) ଏକ ଔଷଧ ଯାହା ହେପାଟାଇଟିସ ସିହେପାଟାଇଟିସ ବି ରୋଗମାନଙ୍କରେ ଚିକିତ୍ସାରେ ବ୍ୟବ‌ହାର କରାଯାଏ । ହେପାଟାଇଟିସ ସି ରୋଗରେ ଏହା ରିବାଭିରିନ ସ‌ହିତ ଦିଆଯାଏ ଓ ଆରୋଗ୍ୟ ହାର ପ୍ରାୟ ୨୪ରୁ ୯୨% ରହେ । [୧][୨] ହେପାଟାଇଟିସ ବି ରୋଗରେ ଏହା ସ‌ହିତ ଆଉ କିଛି ଦିଆଯାଇନପାରେ ।[୩] ଏହାକୁ ଚର୍ମତଳ ଇଞ୍ଜେକସନ (injection under the skin) ଆକାରରେ ଦିଆଯାଏ ।[୧]

ଏହି ଔଷଧରେ ସାଧାରଣତଃ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ ।[୪] ମୁଣ୍ଡବଥା, ଥକ୍କା ଅନୁଭବ, ଅବସାଦ, ନିଦ୍ରା ସମସ୍ୟା, କେଶ ହାନି, ଅଇ, ଇଞ୍ଜେକସନ ନେଇଥିବା ସ୍ଥାନରେ ଯନ୍ତ୍ରଣା ଓ ଜ୍ୱର ହୋଇପାରେ । ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ସାଇକୋସିସ (psychosis), ଅଟୋଇମ୍ମ୍ୟୁନ ଡିଜଅର୍ଡ଼ର, ରକ୍ତ ଜମାଟ (blood clots) ଓ ସଂକ୍ରମଣ (infections) ହୋଇପାରେ । ଗର୍ଭାବସ୍ଥା ଥିଲେ ଏହା ସ‌ହିତ ରିବାଭିରିନ ଦିଆଯାଏନାହିଁ । ଏହା ଆଲଫା ଇଣ୍ଟରଫେରନ (alfa interferon) ପରିବାରର ଏକ ସଦସ୍ୟ ।[୧] ମଲିକ୍ୟୁଲ ଭାଙ୍ଗିବାରୁ ସୁରକ୍ଷା ଦେବାନିମନ୍ତେ ଏହା ପେଜିଲେଟେଡ (pegylated) ହୁଏ ।[୪]

ସନ ୨୦୦୨ରେ ପେଜିଲେଟେଡ ଆଲଫା-୨ବି ଯୁକ୍ତରାଷ୍ଟ୍ର ଆମେରିକାରେ ଚିକିତ୍ସା କ୍ଷେତ୍ରରେ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା । [୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ୧୨ ସପ୍ତାହ ଡୋଜର କ୍ରୟ ମୂଲ୍ୟ ୫୦୦ରୁ ୪,୮୦୦ ଆମେରିକୀୟ ଡଲାର ।[୬] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର କ୍ରୟ ମୂଲ୍ୟ ୯୨୫୦ ଆମେରିକୀୟ ଡଲାର, [୪] କିନ୍ତୁ ସଂଯୁକ୍ତ ରାଷ୍ଟ୍ରରେ ଏହାର ୧୨ସପ୍ତାହ ଡୋଜର ମୂଲ୍ୟ ୧୪୯୨.୮୦ ପାଉଣ୍ଡ । [୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Peginterferon Alfa-2a (Professional Patient Advice) - Drugs.com". www.drugs.com. Retrieved 12 January 2017.
  2. "Pegasys 135 mcg and 180 mcg solution for injection in pre-filled pen - Summary of Product Characteristics (SPC) - (eMC)". www.medicines.org.uk. Archived from the original on 13 January 2017. Retrieved 12 January 2017.
  3. ୩.୦ ୩.୧ British national formulary : BNF 69 (69 ed.). British Medical Association. 2015. p. 639. ISBN 9780857111562.
  4. ୪.୦ ୪.୧ ୪.୨ "Peginterferon alfa-2a (Pegasys) - Treatment - Hepatitis C Online". www.hepatitisc.uw.edu. Retrieved 12 January 2017.
  5. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  6. "Inclusion of the injectable formulation of peginterferon alfa-2a and -2b is proposed for the treatment of hepatitis C among adults" (PDF). who.int. p. 11. Retrieved 12 January 2017.