ପାଟେଲାର ଟେଣ୍ଡନ ବିଦାରଣ

ଉଇକିପିଡ଼ିଆ‌ରୁ
(Patellar tendon ruptureରୁ ଲେଉଟି ଆସିଛି)
ପାଟେଲାର ଟେଣ୍ଡନ ବିଦାରଣ
(Patellar tendon rupture)
Patellar tendon tear
ଟିବିଆଲ ଟ୍ୟୁବରୋସିଟି ଓ ପାଟେଲାର ନିମ୍ନ ଦେଶ ମଧ୍ୟରେ ଅଧିକ ଫାଙ୍କ ଦେଖାଯାଉଛି ଯାହା ବିଦୀର୍ଣ୍ଣ ପାଟେଲାର ଟେଣ୍ଡନର ଏକ ଚିହ୍ନ ।
ବିଭାଗଅସ୍ଥିଶଲ୍ୟ ବିଜ୍ଞାନ (Orthopedics)
ଲକ୍ଷଣଯନ୍ତ୍ରଣା, ଚାଲିବା ସମସ୍ୟା, ଆଣ୍ଠୁ ସିଧା କରିବା ଅକ୍ଷମତା [୧]
ଆକ୍ରାନ୍ତ ସମୟହଠାତ୍[୨]
କାରଣଉଚ୍ଚ ସ୍ତାନରୁ ଡେଇଁଲେ, ଆଣ୍ଠୁରେ ମାଡ଼ ହେଲେ [୧]
ବିପଦ କାରକପାଟେଲାର ଟେଣ୍ଡିନାଇଟିସ (Patellar tendinitis), ବୃକ୍‌କ ଫେଲ (kidney failure), ମଧୁମେହ, କର୍ଟିକୋସ୍ଟିରଏଡ (steroid) ବ୍ୟବ‌ହାର[୧]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ, ଶାରୀରିକ ପରୀକ୍ଷା (examination), ମେଡିକାଲ ଇମେଜିଙ୍ଗ medical imaging[୧]
ସଠିକ ରୋଗ ନିର୍ଣ୍ଣୟପାଟେଲା ଅସ୍ଥି ଭଗ୍ନ, ପାଟେଲାର ଡିସଲୋକେସନ, କ୍ୱାଡ୍ରିସେପ୍ସ ଟେଣ୍ଡନ ବିଦାରଣ (quadriceps tendon rupture), ମାଂସପେଶୀ ସ୍ଟ୍ରେନ (muscle strain)[୨][୩]
ଚିକିତ୍ସାବିଶ୍ରାମ, ଫିଜିଓଥେରାପି (physiotherapy), ଅପରେଶନ[୧]
Prognosisଉତ୍ତମ[୧]
ପୁନଃପୌନିକବାର୍ଷିକ ୧-୧୦,୦୦୦ [୨]

ପାଟେଲାର ଟେଣ୍ଡନ ବିଦାରଣ (ଇଂରାଜୀ ଭାଷାରେ Patellar tendon rupture) କୁହାଯାଏ ଯେତେବେଳେ ପାଟେଲ (knee cap) ଓ ଟିବିଆ ଅସ୍ଥିକୁ (tibia) ସଂଯୋଗ କରୁଥିବା ପାଟେଲାର ଟେଣ୍ଡନ (tendon) ଛିଣ୍ଡିଯାଏ ।[୧] ଏଥିରେ ହଠାତ୍ ଯନ୍ତ୍ରଣା ହୁଏ ଓ ଚାଲିବାରେ ଅସୁବିଧା ହୁଏ ।[୧] ସମ୍ପୁର୍ଣ୍ଣ ଛିଣ୍ଡିଯାଇଥିଲେ ଆଣ୍ଠୁ ସିଧା ହୁଏନାହିଁ । [୧] ଏହା ଛିଣ୍ଡିଗଲେ ଅନୁଭବ କରିହୁଏ । [୨]

ପାଟେଲା ଟେଣ୍ଡନ ଆଘାତ ନିମନ୍ତେ ଅଧିକ ଆଘାତ ଯେପରିକି ଉଚ୍ଚ ସ୍ଥାନରୁ ଖସିପଡ଼ିବା ବା ଆଣ୍ଠୁ ଉପରେ ସିଧା ଆଘାତ ହେବା ଆବଶ୍ୟକ ହୁଏ ।[୧] ପାଟେଲାର ଟେଣ୍ଡିନାଇଟିସ (Patellar tendinitis), ବୃକ୍‌କ ଫେଲ (kidney failure), ମଧୁମେହ, କର୍ଟିକୋସ୍ଟିରଏଡ (steroid) ବା ଫ୍ଲୋରୋକୁଇନୋଲିନ (fluoroquinolone) ବ୍ୟବ‌ହାର କରୁଥିଲେ ଏହି ସଙ୍କଟ ରହେ ।[୧][୨] ପାଟେଲା ଟେଣ୍ଡନ ଦୁଇ ପ୍ରକାର ଛିଣ୍ଡିଯାଏ: ଆଂଶିକ ବା ସମ୍ପୁର୍ଣ୍ଣ ।[୧] ଅଧିକାଂଶ କେଶ୍‌ରେ ଟେଣ୍ଡନଟି ପାଟେଲା ଅସ୍ଥି ସ‌ହ ସଂଯୁକ୍ତ ହୋଇଥିବା ସ୍ଥାନରେ ଛିଣ୍ଡିଯାଏ । [୧] ଲକ୍ଷଣ, ଶାରୀରିକ ପରୀକ୍ଷା (examination) ଓ ମେଡିକାଲ ଇମେଜିଙ୍ଗ medical imaging ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ । [୧]

ଛିଣ୍ଡବା ସ୍ଥାନ ଛୋଟ ହୋଇଥିଲେ ବିଶ୍ରାମ ଓ ସ୍ପ୍ଲିଣ୍ଟ (splinting) ଦିଆଯିବା ପରେ ଫିଜିଓଥେରାପି (physiotherapy) ଦିଆଯାଏ ।[୧][୨] ଛିଣ୍ଡା ସ୍ଥାନ ବଡ଼ ହୋଇଥିଲେ ଦୁଇ ସପ୍ତାହ ମଧ୍ୟରେ ଅପରେଶନ କରିବା ଆବଶ୍ୟକ ।[୧][୨] ଫଳାଫଳ ଭଲ ରହେ ।[୧] ସାଧାରଣ ଜନତାଙ୍କ ମଧ୍ୟରେ ଏହି ଆଘାତ ହାର ଅଜ୍ଞାତ ଥିଲେ ମଧ୍ୟ ସଙ୍କଟ ଥିବା ଲୋକଙ୍କ ମଧ୍ୟରେ ଏହା ବର୍ଷକୁ ୧୦,୦୦୦ଲୋକରେ ଜଣ‌କର ହୁଏ । [୨] ଚାଳିଶ ବର୍ଷ ବୟସ ପୂର୍ବରୁ ଏହା ଘଟେ ।[୨]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ "Patellar Tendon Tear". OrthoInfo - AAOS. February 2016. Retrieved 7 July 2018.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ Bracker, Mark D. (2012). The 5-Minute Sports Medicine Consult (in ଇଂରାଜୀ). Lippincott Williams & Wilkins. p. 446. ISBN 9781451148121.
  3. "Knee Extensor Injuries - Injuries and Poisoning". Merck Manuals Consumer Version. Retrieved 5 November 2018.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ