ପାଟେଲାର ଡିସଲୋକେସନ

ଉଇକିପିଡ଼ିଆ‌ରୁ
ପାଟେଲାର ଡିସଲୋକେସନ (Patellar dislocation)
Kneecap dislocation, dislocated kneecap
ଏକ୍ସ-ରେ ଚିତ୍ରରେ ପାଟେଲାର ଡିସଲୋକେସନ ହୋଇ ପାଟେଲା ଗୋଟୋଏ କଡ଼କୁ ଘୁଞ୍ଚିଥିବା ଦେଖାଯାଉଛି ।
ବିଭାଗଆଶୁ ଚିକିତ୍ସା ବିଭାଗ (Emergency medicine), ଅସ୍ଥିଶଲ୍ୟ ବିଭାଗ (orthopedics)
ଲକ୍ଷଣଆଣ୍ଠୁ ଆଂଶିକ ବଙ୍କା, ଯନ୍ତ୍ରଣା ଓ ଫୁଲା (swollen) [୧][୨]
ଆକ୍ରାନ୍ତ ସମୟ୧୦-୧୭ ବର୍ଷ ବୟସ [୩]
ଅବଧି୬ ସପ୍ତାହରେ ପୁନଃ ସ୍ୱାସ୍ଥ୍ୟଲାଭ [୪]
କାରଣଆଣ୍ଠୁ ସିଧା ଥିବାବେଳେ ଗୋଡ଼ ବାହାର ଦିଗକୁ ମୋଡ଼ିହେଲେ, ଆଣ୍ଠୁ ବଙ୍କା ଥିବାବେଳେ ପାଟେଲାକୁ ସିଧା ଆଘାତ [୧][୨]
ବିପଦ କାରକପାଟେଲା ଆଲଟା (High riding patella), ପାରିବାରିକ ଇତିହାସ, ଢିଲା ଲିଗାମେଣ୍ଟ [୧]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁଯାୟୀ, ଏକ୍ସ-ରେ (X-rays)[୨]
ଔଷଧଯନ୍ତ୍ରଣା ନିବାରକ ଔଷଧ (Pain medication)[୫]
ଚିକିତ୍ସାରିଡକସନ, ସ୍ପ୍ଲିଣ୍ଟ (splinting), ଅପରେଶନ ଓ ଫିଜିଓଥେରାପି [୧]
Prognosis~ପୁନଃ ଡିସଲୋକେସନ ୩୦% [୩]
ପୁନଃପୌନିକବର୍ଷକୁ ୧ ଲକ୍ଷ ଲୋକରେ ୬ ଜଣ [୩]

ପାଟେଲାର ଡିସଲୋକେସନ (ଇଂରାଜୀ ଭାଷାରେ patellar dislocation) ଏକ ଆଣ୍ଠୁ ଆଘାତ ଯେଉଁଥିରେ ପାଟେଲା ସ୍ଥାନ‌ଚ୍ୟୁତ ହୋଇଯାଏ ।[୪] ଆଣ୍ଠୁ ଆଂଶିକ ବଙ୍କା ଦେଖାଯାଏ, ଯନ୍ତ୍ରଣା ହୁଏ ଓ ଆଣ୍ଠୁ ଫୁଲିଯାଏ (swollen) ।[୧][୨] ପାଟେଲା ତା ନିଜ ସ୍ଥାନ ବାହାରେ ଥିବା ଦେଖାଯାଏ ଓ ସ୍ପର୍ଶକରି ଅନୁଭବ କରିହୁଏ ।[୧] ଜଟିଳ ଅବସ୍ଥା ଥଲେ ପାଟେଲା ଅସ୍ଥି ଭଗ୍ନ (Patella fracture) ବା ଆର୍ଥ୍ରାଇଟିସ ହୋଇପାରେ । [୫]

ସାଧାରଣତଃ ଆଣ୍ଠୁ ସିଧା ଥିବାବେଳେ ଗୋଡ଼ ବାହାର ଦିଗକୁ ମୋଡ଼ିହେଲେ ଏହି ଆଘାତ ହୁଏ ।[୧][୨] ବେଳେବେଳେ ଆଣ୍ଠୁ ବଙ୍କା ଥିବାବେଳେ ପାଟେଲାକୁ ସିଧା ଆଘାତ ମିଳିଲେ ମଧ୍ୟ ଏହି ଡିସଲୋକେସନ ହୁଏ ।[୧] ଫୁଟବଲ (soccer), ଜିମନାସ୍ଟିକସ (gymnastics) ଓ ଆଇସ ହକି (ice hockey) ଭଳି ଖେଳ ଖେଳିଲାବେଳେ ଏହି ଆଘାତ ହୁଏ । [୨] ପାଟେଲା ସାଧାରଣତଃ ଆଣ୍ଠୁର ବାହାର ପାଖକୁ ଘୁଞ୍ଚିଯାଏ ।[୨] ଲକ୍ଷଣ ଅନୁଯାୟୀ ସନ୍ଦେହ କଲାପରେ ଏକ୍ସ-ରେ (X-rays) ସାହାଯ୍ୟରେ ରୋଗ ନିଶ୍ଚିତ କରାଯାଏ । [୨]

ଗୋଡ଼ ସିଧା କରିବାକୁ ଚେଷ୍ଟା କରି ପାଟେଲାକୁ ତା ନିଜ ସ୍ଥାନ‌କୁ ଠେଲିଦେଇ ସ୍ଥାନିତ କରାଯାଏ ।[୧] ଏହା ପରେ ଆଣ୍ଠୁ ସିଧା ଅବସ୍ଥାରେ କିଛି ସପ୍ତାହ ନିମନ୍ତେ ଏକ ସ୍ପ୍ଲିଣ୍ଟ (splinted) ଦିଆଯାଏ ।[୧] ସ୍ପ୍ଲିଣ୍ଟ ଖୋଲିବା ପରେ ଫିଜିଓଥେରାପି କରାଯାଏ (physical therapy).[୧] ପ୍ରଥମ ଡିସଲୋକେସନ ସମୟରେ ଅପରେଶନର ଉପକାରୀତା ବିଶେଷ ସ୍ପଷ୍ଟ ନୁହେଁ ।[୬][୩] ପାଟେଲାର ଅଂଶ ଭାଙ୍ଗିଯାଇ ଗଣ୍ଠି ଭିତରେ ରହିଯାଇଥିଲେ ବା ବାରମ୍ବାର ଡିସଲୋକେସନ ହେଉଥିଲେ ଅପରେଶନ କରିବାକୁ ଉପଦେଶ ଦିଆଯାଏ । [୩][୪][୫]

ପ୍ରତି ବର୍ଷ ପ୍ରାୟ ୧ ଲକ୍ଷ ଲୋକରେ ୬ ଜଣଙ୍କର ଏହି ଡିସଲୋକେସନ ହୁଏ ।[୩] ସମୁଦାୟ ଆଣ୍ଠୁ ଆଘାତର ପ୍ରାୟ ୨% ଏହି ଏହି ଆଘାତ ହୁଏ ।[୧] ସାଧାରଣତଃ ୧୦-୧୭ ବର୍ଷ ବୟସ୍କ ଲୋକଙ୍କର ଏହି ଆଘାତ ହୁଏ ।[୩] ପୁରୁଷ ଓ ମହିଳା ସମ ହାରରେ ଏହି ଆଘାତ ପାଆନ୍ତି ।[୩] ପ୍ରାୟ ୩୦% ଡିସଲୋକେସନ ରୋଗୀଙ୍କର ପୁନଶ୍ଚ ଏହି ଡିସଲୋକେସନ ହୁଏ ।[୩]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ Ramponi, D (2016). "Patellar Dislocations and Reduction Procedure". Advanced emergency nursing journal. 38 (2): 89–92. doi:10.1097/TME.0000000000000104. PMID 27139130.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ Dath, R; Chakravarthy, J; Porter, KM (2006). "Patella dislocations". Trauma. 8 (1): 5–11. doi:10.1191/1460408606ta353ra. ISSN 1460-4086.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ ୩.୮ Jain, NP; Khan, N; Fithian, DC (March 2011). "A treatment algorithm for primary patellar dislocations". Sports health. 3 (2): 170–4. doi:10.1177/1941738111399237. PMC 3445142. PMID 23016004.
  4. ୪.୦ ୪.୧ ୪.୨ "Patellar Dislocation and Instability in Children (Unstable Kneecap)". OrthoInfo - AAOS. ମାର୍ଚ୍ଚ 2014. Archived from the original on 18 ଜୁନ 2017. Retrieved 16 ଅକ୍ଟୋବର 2017.
  5. ୫.୦ ୫.୧ ୫.୨ Duthon, VB (February 2015). "Acute traumatic patellar dislocation". Orthopaedics & traumatology, surgery & research : OTSR. 101 (1 Suppl): S59-67. doi:10.1016/j.otsr.2014.12.001. PMID 25592052.
  6. Smith, Toby O.; Donell, Simon; Song, Fujian; Hing, Caroline B. (26 February 2015). "Surgical versus non-surgical interventions for treating patellar dislocation". The Cochrane Database of Systematic Reviews (2): CD008106. doi:10.1002/14651858.CD008106.pub3. ISSN 1469-493X. PMID 25716704.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ