ପରମାନନ୍ଦ ମହାନ୍ତି

ଉଇକିପିଡ଼ିଆ‌ରୁ
(Paramananda Mohantyରୁ ଲେଉଟି ଆସିଛି)
ପରମାନନ୍ଦ ମହାନ୍ତି
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୫୭
ନିର୍ବାଚନ ମଣ୍ଡଳୀଧର୍ମଶାଳା
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୭ – ୧୯୭୧
ପୂର୍ବ ଅଧିକାରୀଗଦାଧର ଦତ୍ତ
ପର ଅଧିକାରୀବାଙ୍କ ବିହାରୀ ଦାସ
ନିର୍ବାଚନ ମଣ୍ଡଳୀଧର୍ମଶାଳା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1916-03-11)ମାର୍ଚ୍ଚ ୧୧, ୧୯୧୬
ମୃତ୍ୟୁଅଗଷ୍ଟ ୨୮, ୨୦୦୮(୨୦୦୮-୦୮-୨୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳପ୍ରଜା ସୋସିଆଲିଷ୍ଟ ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ସୋସିଆଲିଷ୍ଟ ପାର୍ଟି
ଜୀବନ ସାଥୀଇଚ୍ଛାମୟୀ ବେହେରା
ବାପା/ବୋଉକ୍ଷେତ୍ରବାସୀ ବେହେରା (ବାପା)
ବୃତ୍ତିରାଜନୀତିଜ୍ଞ

ପରମାନନ୍ଦ ମହାନ୍ତି (୧୧ ମାର୍ଚ୍ଚ ୧୯୧୬ - ୨୮ ଅଗଷ୍ଟ ୨୦୦୮) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ପରମାନନ୍ଦ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୨ଥର କାର୍ଯ୍ୟ କରିଥିଲେ । ୧୯୫୨ ଓ ୧୯୬୭ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଧର୍ମଶାଳା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ ଓ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ପରମାନନ୍ଦ ମହାନ୍ତି ୧୯୧୬ ମସିହାର ମାର୍ଚ୍ଚ ମାସ ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କ୍ଷେତ୍ରବାସୀ ବେହେରା ଏବଂ ପତ୍ନୀଙ୍କ ନାମ ଇଚ୍ଛାମୟୀ ବେହେରା ।[୧] ପରମାନନ୍ଦଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ମାଟ୍ରିକ୍‌ରୁ କମ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ପରମାନନ୍ଦ ମହାନ୍ତି ଓଡ଼ିଶା ରାଜନୀତିରେ ପ୍ରଜା ସୋସିଆଲିଷ୍ଟ ପାର୍ଟି ଓ ସୋସିଆଲିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୨ଥର କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ପରମାନନ୍ଦ ମହାନ୍ତି ୨୦୦୮ ମସିହାର ଅଗଷ୍ଟ ମାସ ୨୮ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Shri Paramananda Mohanty". odishaassembly.nic.in. Odisha Assembly. Retrieved 24 November 2019.