Jump to content

ଓଜାନିମୋଡ

ଉଇକିପିଡ଼ିଆ‌ରୁ
(Ozanimodରୁ ଲେଉଟି ଆସିଛି)
ଓଜାନିମୋଡ
Clinical data
Trade namesZeposia
SynonymsRPC-1063
AHFS/Drugs.commonograph
MedlinePlusa620029
data
Pregnancy
category
    Routes of
    administration
    By mouth
    Legal status
    Legal status
    Pharmacokinetic data
    Elimination half-life19 hours
    Identifiers
    • 5-(3-{(1S)-1-[(2-Hydroxyethyl)amino]-2,3-dihydro-1H-inden-4-yl}-1,2,4-oxadiazol-5-yl)-2-isopropoxybenzonitrile
    ECHA InfoCard100.247.081 Edit this at Wikidata
    Chemical and physical data
    FormulaC23H24N4O3
    Molar mass୪୦୪.୪୭ g·mol−1
    3D model (JSmol)
    • CC(C)Oc1ccc(cc1C#N)c2nc(no2)c3cccc4c3CC[C@@H]4NCCO
    • InChI=1S/C23H24N4O3/c1-14(2)29-21-9-6-15(12-16(21)13-24)23-26-22(27-30-23)19-5-3-4-18-17(19)7-8-20(18)25-10-11-28/h3-6,9,12,14,20,25,28H,7-8,10-11H2,1-2H3/t20-/m0/s1
    • Key:XRVDGNKRPOAQTN-FQEVSTJZSA-N

    ଓଜାନିମୋଡ, ବେପାର ନାମ ଜେପୋସିଆ , ହେଉଛି ଏକ ଔଷଧ ଯାହା ମଲ୍ଟିପ୍ଲ ସ୍କ୍ଲେରୋସିସ ବା ଏକାଧିକ ସ୍କ୍ଲେରୋସିସ୍ (ଏମ୍ଏସ୍) ଏବଂ ଅଲସରେଟିଭ କୋଲାଇଟିସ (UC)ର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୩] [୪] ଏମ୍ଏସ୍ ମଧ୍ୟରେ କ୍ଲିନିକାଲ୍ ଆଇସୋଲେଟେଡ ସିଣ୍ଡ୍ରୋମ, ରିଲାପସିଙ୍ଗ-ରେମିଟିଙ୍ଗ୍ ଏବଂ ସକ୍ରିୟ ଦ୍ୱିତୀୟକ ପ୍ରଗତିଶୀଳ ରୋଗ ଅନ୍ତର୍ଭୁକ୍ତ ।[୪] ଅଲସରେଟିଭ କୋଲାଇଟିସରେ ଏହି ଔଷଧ ମଧ୍ୟମରୁ ଗମ୍ଭୀର ଅବସ୍ଥା ଥିଲେ ବ୍ୟବହୃତ ହୁଏ ।[୪] ଏହା ପାଟିରେ ଦିଆଯାଏ ।[୪]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉର୍ଦ୍ଧ୍ୱ ଶ୍ୱାସନଳୀ ସଂକ୍ରମଣ, ଯକୃତ ପ୍ରଦାହ, ଛିଡା ହେବା ସହିତ ନିମ୍ନ ରକ୍ତଚାପ, ମୂତ୍ରନଳୀ ସଂକ୍ରମଣ ଏବଂ ପିଠି ଯନ୍ତ୍ରଣା ହୋଇପାରେ ।[୪] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅନିୟମିତ ହୃତ୍ ସ୍ପନ୍ଦନ, ଉଚ୍ଚ ରକ୍ତଚାପ ଏବଂ ମାକୁଲାର ଇଡିମା ହୋଇପାରେ ।[୪] ଗର୍ଭଧାରଣର ୩ ମାସ ପୂର୍ବରୁ କିମ୍ବା ଗର୍ଭାଧାନ ସମୟରେ ବ୍ୟବହାର କଲେ ଶିଶୁକୁ କ୍ଷତି ପହଞ୍ଚାଇପାରେ ।[୪] ଏହା ଏକ ସ୍ପିଙ୍ଗୋସିନ୍-1-ଫସଫେଟ୍ (S1P) ରିସେପ୍ଟର ଆଗୋନିଷ୍ଟ, ଯାହାଫଳରେ ଲିମ୍ଫୋସାଇଟ୍ ମସ୍ତିଷ୍କ ଏବଂ ମେରୁଦଣ୍ଡକୁ ଯିବା ବନ୍ଦ ହୋଇଯାଏ ।[୩] [୪]

    ୨୦୨୦ ମସିହାରେ ଆମେରିକା, ୟୁରୋପ ଏବଂ ଅଷ୍ଟ୍ରେଲିଆରେ ଚିକିତ୍ସା ପାଇଁ ଓଜାନିମୋଡ ଅନୁମୋଦିତ ହୋଇଥିଲା ।[୩] [୪] [୫] ଯୁକ୍ତରାଜ୍ୟରେ ୪ ସପ୍ତାହର ଔଷଧ ଖର୍ଚ୍ଚ ୨୦୨୧ ସୁଦ୍ଧା ୧୪୦୦ ପାଉଣ୍ଡ ଥିଲା ।[୬] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୭୨୦୦ ଡଲାର ଥିଲା ।[୭]

    1. 1 2 "Zeposia Australian Prescription Medicine Decision Summary". Therapeutic Goods Administration (TGA). 27 July 2020. Archived from the original on 13 August 2020. Retrieved 16 August 2020.
    2. ↑ "Zeposia (ozanimod) capsules, for oral use" (PDF). Celgene Corporation. 25 March 2020. Archived (PDF) from the original on 26 March 2020. Retrieved 26 March 2020.
    3. 1 2 3 4 "Zeposia EPAR". European Medicines Agency. 26 March 2020. Archived from the original on 25 October 2020. Retrieved 17 August 2020.
    4. 1 2 3 4 5 6 7 8 9 "DailyMed - ZEPOSIA- ozanimod hydrochloride capsule ZEPOSIA 7-DAY STARTER PACK- ozanimod hydrochloride kit ZEPOSIA STARTER KIT- ozanimod hydrochloride kit". dailymed.nlm.nih.gov. Archived from the original on 10 November 2021. Retrieved 10 November 2021.
    5. ↑ Australian Public Assessment Report: Ozanimod hydrochloride (Report). 25 November 2020. Archived from the original on 4 June 2021. https://web.archive.org/web/20210604060949/https://www.tga.gov.au/sites/default/files/auspar-ozanimod-hydrochloride-201125.pdf. Retrieved 4 June 2021.
    6. ↑ BNF 81: March-September 2021. BMJ Group and the Pharmaceutical Press. 2021. p. 902. ISBN 978-0857114105.
    7. ↑ "Zeposia Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 10 November 2021.