ନୀନା ଦାବୁଲୁରୀ

ଉଇକିପିଡ଼ିଆ‌ରୁ
(Nina Davuluriରୁ ଲେଉଟି ଆସିଛି)
ନୀନା ଦାବୁଲୁରୀ
Davuluri standing at a podium
ନଭେମ୍ବର ୨୦୧୩ରେ ନୀନା ହ୍ୱାଇଟ୍‌ହାଉସ୍ ଫୋରମ୍‌ରେ
ଜନ୍ମ (1989-04-20) ୨୦ ଅପ୍ରେଲ ୧୯୮୯ (ବୟସ ୩୪)
ଜାତୀୟତାଆମେରିକୀୟ
ଶିକ୍ଷାମିଚିଗାଁ ବିଶ୍ୱବିଦ୍ୟାଳୟ
ବୃତ୍ତିଆଇନ‌ଜିବୀ ଏବଂ ବକ୍ତା
ପ୍ରସିଦ୍ଧିପ୍ରଥମ ଭାରତୀୟ-ଆମେରିକୀୟ ମିସ୍ ଆମେରିକା ଏବଂ ମିସ୍ ନିୟୁ ୟର୍କ
Titleମିସ୍ ଆମେରିକା, ୨୦୧୪
ମିସ୍ ନିୟୁ ୟର୍କ, ୨୦୧୩
ମିସ୍ ସୀରାକସ୍, ୨୦୧୩
୩ୟ ସ୍ଥାନ, ମିସ୍ ନିୟୁ ୟର୍କ, ୨୦୧୨
ସେବା-କାଳ୧୫ ସେପ୍ଟେମ୍ବର ୨୦୧୩ - ୧୪ ସେପ୍ଟେମ୍ବର ୨୦୧୪
Predecessorମାଲ୍ଲୋରୀ ହଗନ
Successorକିରା କଜାନ୍ତସେବ୍
ୱେବସାଇଟwww.ninadavuluri.com

ନୀନା ଦାବୁଲୁରୀ (ଜନ୍ମ: ୨୦ ଅପ୍ରେଲ ୧୯୮୯) ଜଣେ ଆମେରିକୀୟ ସାଧାରଣ ବକ୍ତା ଏବଂ ଆଇନ‌ଜିବୀ ଯିଏକି ବର୍ତ୍ତମାନ ଆମରିକାର ଜି ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ମେଡ୍ ଇନ୍ ଆମେରିକାର ଉପସ୍ଥାପିକା ଭାବରେ କାର୍ଯ୍ୟ କରୁଛନ୍ତି ।[୧][୨] ୨୦୧୪ ମିସ୍ ଆମେରିକା ପ୍ରତିଯୋଗିତାରେ ସେ ଭାରତୀୟ ବଂଶୋଦ୍ଭବ ଭାବରେ ପ୍ରଥମ ଥର ପାଇଁ ଏହି ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ ଏବଂ ସେ ଥିଲେ ଏସିଆ ବଂଶୋଦ୍ଭବ ଭାବରେ ୨ୟ ।[୨] ସେ ଏହି ପ୍ରତିଯୋଗୀତରେ ବିଜୟୀ ହେବା ପରେ ସୋସିଆଲ ମିଡ଼ିଆରେ ଜାତିବାଦ ଟିପ୍ପଣୀର ଶୀକାର ହୋଇଥିଲେ । ସେ ମିସ୍ ଆମେରିକା ପ୍ରିତଯୋଗୀତା ଜିତିବା ପରେ ଭାରତ ଏବଂ ଭାରତ ଉପଖଣ୍ଡରେ ଦେହର ରଙ୍ଗ ଉପରେ ଆଲୋଚନା ମଧ୍ୟ ଜୋର୍ ଧରିଥିଲା । ମିସ୍ ଆମେରିକା ପ୍ରତିଯୋଗିତା ପରେ ସେ ସମଗ୍ର ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭାରତ ବୁଲି ବିବିଧତା, ଲିଙ୍ଗ ସମାନତା ଏବଂ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ବୈଷୟିକ ଶିକ୍ଷା ଉପରେ ଆଇନ୍ ଏବ ନିୟମ ବିଷୟରେ ବକ୍ତୃତା ରଖିଥିଲେ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ନୀନା ୨୦ ଅପ୍ରେଲ ୧୯୮୯ରେ ନିୟୁର୍କରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତାମାତା ତେଲୁଗୁ ଭାଷାଭାଷୀ ହିନ୍ଦୁ ଲୋକ । ସେମାନେ ଆନ୍ଧ୍ର ପ୍ରଦେଶର ବିଜୟୱାଡ଼ାର ମୂଳ ବାସିନ୍ଦା । ତାଙ୍କର ମାଆ ଶୀତଲ ଦାବୁଲୁରୀ ଜଣେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞା ଏବଂ ତାଙ୍କର ବାପା କୋଟେଶ୍ୱର ଚୌଧୁରୀ ଦାବୁଲୁରୀ ଜଣେ ସ୍ତ୍ରୀ ଓ ପ୍ରସୁତୀ ବିଭାଗ ବିଶେଷଜ୍ଞ । ନୀନାଙ୍କର ବଡ଼ ଭଉଣୀ ଜଣେ ଔଷଧୀ ବିଭାଗ ଡାକ୍ତର ।[୩][୪][୫][୬][୭] ନୀନା ଯେତେବେଲେ ମାତ୍ର ୬ ସପ୍ତାହର ହୋଇଥିଲେ ସେ ତାଙ୍କର ଆଇଙ୍କ ପାଖରେ ରହିଥିଲେ ଏବଂ ସେଠାରେ ସେ ଅଢ଼େଇ ବର୍ଷଯାଏଁ ରହିଥିଲେ । ଏହାପରେ ସେ ତାଙ୍କର ପିତାମାତାଙ୍କ ସ‌ହ ଆମେରିକା ଚାଲିଯାଇଥିଲେ ଏବଂ ପ୍ରତିବର୍ଷ ଗ୍ରୀଷ୍ମ ଅବକାଶରେ ସେ ଭାରତ ଆସିଲେ ଭାରତୀୟ ନୃତ୍ୟ ଶିକ୍ଷା କରୁଥିଲେ ।[୬][୮][୯] ସେ ତେଲୁଗୁ ଭାଷା ପ୍ରାଞ୍ଜଳ ଭାବରେ କ‌ହିପାରନ୍ତି ।[୧୦] ନୀନା ଚାରି ବର୍ଷର ହୋଇଥିଲା ବେଳେ ଓକ୍‌ଲାହୋମା ଚାଲିଯାଇଥିଲେ ଏବଂ ସେଠାରେ ସେ ତାଙ୍କର ୧୦ ବର୍ଷ ଯାଏଁ ରହିଥିଲେ । ଏହାପରେ ସେ ମିଚିଗାଁର ସେଣ୍ଟ ଜୋସେଫ୍‌ରେ ଯୋଗ ଦେଇଥିଲେ ।[୧୧][୧୨]

ମିସ୍ ଆମେରିକା[ସମ୍ପାଦନା]

Davuluri speaking, wearing her Miss America tiara, large earrings and a long necklace of red flowers
୧୯ ଅପ୍ରେଲ ୨୦୧୪ରେ ନୀନା

ନୀନା ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବରେ ଆମରିକାରେ ମିସ୍ ଆମେରିକା ମାନ୍ୟତା ପାଇଥିଲେ । ୨୦୧୪ ମସିହାରେ ସେ ମିସ୍ ଆମେରିକା ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ ।[୧୩][୧୪][୧୫] ସେ ତାଙ୍କର ମିସ୍ ଆମେରିକା ପ୍ରତିଯୋଗିତା ପାଇଁ ପୂର୍ବତନ ମିସ୍ ନିୟୁ ୟର୍କ ଯିଏକି ୧୯୮୪ରେ ପ୍ରଥମ ଆଫ୍ରିକୀୟ-ଆମେରିକା ନିବାସୀ ଭାବରେ ମିସ୍ ଆମେରିକା ପ୍ରତିଯୋଗିତା ଜିତିଥିଲେ ।[୧୬][୧୭] ନୀନା ଆମରିକାରେ ରହୁଥିବା ୨ୟ ଏସିଆ ନାଗରିକ ଭାବରେ ଏହି ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ । ୨୦୦୧ରେ ପୂର୍ବରୁ ଜଣେ ଫିଲିପିନୋରୁ ଏହି ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ ।[୧୮]

ମିସ୍ ଆମେରିକା ପ୍ରତିଯୋଗିତାରେ ସେ ଭାରତନାଟ୍ୟମ୍ ଏବଂ କୁଚିପୁଡ଼ି ନୃତ୍ୟ କରିଥିଲେ । ଏହାସୟ ସେ ହିନ୍ଦୀ ଚଳଚ୍ଚିତ୍ର ଓମ୍ ଶାନ୍ତ ଓମ୍‌ର ଶୀର୍ଷକ ଗୀତରେ ମଧ୍ୟ ନୃତ୍ୟ କରିଥିଲେ ।[୪][୬][୧୯] ମିସ୍ ଆମେରିକା ପ୍ରତିଯୋଗିତାରେ ପ୍ରଥମଥର ପାଇଁ ହିନ୍ଦୀ କଥାଚିତ୍ର ଗୀତରେ ନୃତ୍ୟ କରାଯାଇଥିଲା । ନ‌କୁଲ୍ ଦେବ୍ ମହାଜନଙ୍କ ସ‌ହଯୋଗରେ ସେ ଏହି ନୃତ୍ୟ ଏବଂ ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ପ୍ରସ୍ତୁତି କରିଥିଲେ ।[୧୯][୨୦] ଏହି ପ୍ରତିଯୋଗିତାରେ ବିଜୟୀ ହେବା ପରେ ସେ ଉଲ୍ଲେଖ କରିଥିଲେ କି ସେ ହିନ୍ଦୀ ଗୀତରେ ନୃତ୍ୟ କରି କେବେ ବିଜୟୀ ହୋଇପାରିନଥାନ୍ତେ ବୋଲି ଅନେକ ମତ ଦେଇଥିଲେ ।[୨୧]

ଆଧାର[ସମ୍ପାଦନା]

  1. "Made in America: About". Zee TV. Archived from the original on 2017-09-13.
  2. ୨.୦ ୨.୧ "Nina Davuluri Official Website: About". ninadavulri.com. Archived from the original on 2017-09-13.
  3. Davuluri, Nina. "Nina Davuluri's Official Facebook Page". Facebook. Archived from the original on March 20, 2018. Retrieved March 25, 2016.
  4. ୪.୦ ୪.୧ Tsering, Lisa (September 15, 2013). "Indian American Nina Davuluri Wins Miss America 2014". India-West. Archived from the original on March 27, 2016. Retrieved March 25, 2016.
  5. Basu, Babita (June 2015). "The first Indian-American to be crowned Miss America". Times of India. Archived from the original on March 16, 2016. Retrieved March 26, 2016.
  6. ୬.୦ ୬.୧ ୬.୨ Bhattacharjee, Sumit (September 17, 2013). "Miss America has roots in Vijayawada". The Hindu. Archived from the original on March 1, 2014. Retrieved March 25, 2016.
  7. "Urology: Vol 17, No 2 - 2015: "The Comparison of Magnetic Resonance Image–Guided Targeted Biopsy Versus Standard Template Saturation Biopsy in the Detection of Prostate Cancer"". MedReviews. Archived from the original on May 8, 2016. Retrieved March 26, 2016.
  8. Montemurri, Patricia (November 11, 2013). "Miss America — her own way: Michigan girl next door evolves, winning admiration for championing diversity". The Columbus Dispatch. Archived from the original on March 28, 2016. Retrieved March 25, 2016.
  9. "Out & About:Nina Davuluri, Miss America 2014". Sigma Kappa Sorority. September 16, 2013. Archived from the original on September 20, 2013. Retrieved March 25, 2016.
  10. Kelly, Craig (April 9, 2014). "There she is ... in Bluffton:Miss America speaks on cultural diversity at Bluffton University". The Lima News. Archived from the original on March 20, 2018. Retrieved March 25, 2016.
  11. Matuszak, John (September 23, 2013). "Memories of Miss America: SJ graduate Nina Davuluri is first Indian American to win the pageant; former teacher cherishes her insightful 2007 essay". The Herald Palladium. Archived from the original on March 20, 2018. Retrieved March 25, 2016.
  12. "#ActToChange Live Event - Armchair Dialogue w Kelly Hu, Nina Davuluri, Jason Chu". White House Initiative on Asian Americans and Pacific Islanders. December 14, 2015. Archived from the original on March 20, 2018. Retrieved July 17, 2016.
  13. "Miss America 2014 Nina Davuluri's Crowning Moment (video)". Miss America Organization. September 15, 2014. Archived from the original on March 4, 2014. Retrieved March 25, 2016.
  14. Cavaliere, Victoria (September 16, 2013). "Miss New York is first Indian-American to win Miss America". Reuters. Archived from the original on November 20, 2015. Retrieved March 25, 2016.
  15. Fears, Danika (September 15, 2013). "Miss New York is first Indian-American to win Miss America pageant". Today (U.S. TV program). Archived from the original on April 5, 2016. Retrieved March 25, 2016.
  16. Stern, Marlow (September 21, 2013). "Vanessa Williams, the First Black Miss America, On Nina Davuluri and Racism". The Daily Beast. Archived from the original on April 7, 2016. Retrieved March 25, 2016.
  17. Spatz, David (2014-02-12). "Vanessa on Valentine's Day:The most successful Miss America in the entertainment world, Vanessa Williams brings her love of the stage to Caesars on Feb. 14". Atlantic City Weekly. Archived from the original on March 27, 2016. Retrieved March 25, 2016.
  18. Alumit, Noel (September 19, 2013). "The First Asian American Miss America Responds to the Hate". Huffington Post. Archived from the original on September 24, 2013. Retrieved September 27, 2013.
  19. ୧୯.୦ ୧୯.୧ Tsering, Lisa (September 16, 2013). "Mahajan Choreographs Another Winning Performance". India-West. Archived from the original on July 4, 2017. Retrieved March 25, 2016.
  20. Sen, Zinia (September 25, 2013). "Its time to rise above colours: Miss America 2014, Nina Davuluri". Times of India. Archived from the original on September 24, 2013. Retrieved March 25, 2016.
  21. Park, Andrea (October 3, 2013). "Miss America Nina Davuluri talks weight struggles, bulimic past and racist backlash". Metro International North America MetroBoston. Archived from the original on March 29, 2016. Retrieved March 25, 2016.

ବାହାର ଆଧାର[ସମ୍ପାଦନା]