ନିର୍ଜା ଭାନୋତ
ନୀରଜା ଭାନୋଟ | |
---|---|
ଫାଇଲ:Neerja Bhanot (1963 – 1986).jpg | |
ଜନ୍ମ | ୭ ସେପ୍ଟେମ୍ବର ୧୯୬୩ ଚଣ୍ଡୀଗଡ଼ , ଭାରତ |
ମୃତ୍ୟୁ | ୫ ସେପ୍ଟେମ୍ବର ୧୯୮୬ (୨୨ ବର୍ଷ) କରାଚି , ସିନ୍ଧ , ପାକିସ୍ତାନ |
ଜାତୀୟତା | ଭାରତୀୟ |
ଜଣାଶୁଣା | Pan Am Flight 73 |
Parent(s) | ରମା ଭାନୋଟ ହରୀଶ ଭାନୋଟ |
ପୁରସ୍କାର(ଗୁଡ଼ିକ) | Full List |
ନୀରଜା ଭନୋଟ (ପଞ୍ଜାବୀ: ਨੀਰਜਾ ਭਨੋਟ; ହିନ୍ଦୀ: नीरजा भनोट; ୭ ସେପ୍ଟେମ୍ବର ୧୯୬୩ - ୫ ସେପ୍ଟେମ୍ବର ୧୯୮୬)[୧][୨] ପାନ ଆମେରିକାନ ଓୟାର୍ଲ୍ଡ ଏୟାରଓୟେଜରେ ସେବିକା ଥିଲେ। ୧୯୮୬ ମସିହାରେ ୫ ଜଣ ଆତଙ୍କବାଦୀଙ୍କଠୁ ୧୦୦ ଜଣ ୟାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ସେ ଗୁଳି ଖାଇଥିଲେ । Pan Am Flight 73ଟି ଆତଙ୍କବାଦୀଙ୍କଦ୍ୱାରା ଅପହରଣ କରାଯାଇଥିଲା । ମରଣୋତ୍ତର ଭାବେ ସେ ସାହସିକତା ପାଇଁ ଦିଆଯାଉଥିବା ଅଶୋକ ଚକ୍ର ପୁରସ୍କାର ପ୍ରାପ୍ତ କରିଥିବା ସବୁଠୁ କନିଷ୍ଠ ଭାରତୀୟ । ସେ ୩୭୯ ଜଣ ଯାତ୍ରୀଙ୍କ ମଧ୍ୟରୁ ୩୫୯ ଜଣଙ୍କୁ ବଞ୍ଚାଇ ପାରିଥିଲେ ଓ ଆପତ୍ତକାଳୀନ ଦ୍ୱାରଦ୍ୱାରା ଲୋକଙ୍କୁ ପଳାୟନ କରୁଥିବା ସମୟରେ ଗୁଳିମାଡ଼ରେ ତାଙ୍କର ମୃତ୍ୟୁ ହୋଇଥିଲା । [୩]
ପ୍ରାରମ୍ଭିକ ଜୀବନ ଓ ଶିକ୍ଷା [ସମ୍ପାଦନା]
ଭନୋଟଙ୍କ ଜନ୍ମ ଭାରତର ଚଣ୍ଡୀଗଢ଼ଠାରେ ହୋଇଥିଲା ପରନ୍ତୁ ସେ ମୁମ୍ବାଇଠାରେ ପ୍ରତିପାଳିତ ହୋଇଥିଲେ । ବାପା ହରୀଶ ଭନୋଟ ମୁମ୍ବାଇରେ ସାମ୍ବାଦିକ ଥିଲେ ଓ ମାତା ରମା ଭନୋଟ ଗୃହିଣୀ ଥିଲେ । ସେ ମୁମ୍ବାଇରେ ମଡେଲିଙ୍ଗରେ ପେଷା ଆରମ୍ଭ କରିଥିଲେ ।[୪] ଅଭିନେତା ରାଜେଶ ଖାନ୍ନାଙ୍କ ସେ ବହୁତ ବଡ଼ ପ୍ରଶଂସକ ଥିଲେ ।
ପେଷା [ସମ୍ପାଦନା]
ଭନୋଟ ପାନ ଆମେରିକାନ ଉଡ଼ାଜାହାଜରେ ଫ୍ଲାଇଟ ସେବିକା ଭାବେ ୧୯୮୫ରେ କାମ ଆରମ୍ଭ କରିଥିଲେ । ନୀରଜାଙ୍କ ମଡେଲିଙ୍ଗ କ୍ୟାରୀର ମଧ୍ୟ ଖୁବ ଭଲ ଥିଲା ।
ସମ୍ମାନ [ସମ୍ପାଦନା]
ଭନୋଟଙ୍କ ସାହସିକତା ପାଇଁ ଭାରତ ସରକାର ତାଙ୍କୁ ମରଣୋତ୍ତର ଭାବେ ଅଶୋକ ଚକ୍ର ସମ୍ମାନ ପ୍ରଦାନ କରିଥିଲେ । ଏହି ସମ୍ମାନ ପ୍ରାପ୍ତ କରିଥିବା ସେ ସବୁଠୁ କନିଷ୍ଠ ଭାରତୀୟ ଓ ପ୍ରଥମ ମହିଳା ପ୍ରାପ୍ୟ । [୫]
୨୦୦୪ ମସିହାରେ Indian Postal Service ନୀରଜାଙ୍କ ବୀରତ୍ୱର ସମ୍ମାନରେ ତାଙ୍କ ଉପରେ ଆଧାରିତ ଏକ ପୋଷ୍ଟାଲ ଷ୍ଟାମ୍ପ ପ୍ରକାଶ କରିଥିଲା । [୬][୭]
References[ସମ୍ପାଦନା]
- ↑ Vij, Illa (13 November 1999). "Brave in life, brave in death". The Tribune. Tribune Trust.
- ↑ "'I saw Neerja being shot in the head' - Times of India". The Times of India. Retrieved 2016-12-03.
- ↑ Mohan, Megha (2016-03-31). "Inside a hijack: The unheard stories of the Pan Am 73 crew". BBC News (in ବ୍ରିଟିଶ୍ ଇଂରାଜୀ). Retrieved 2016-12-03.
{{cite news}}
: More than one of|accessdate=
and|access-date=
specified (help); More than one of|work=
and|newspaper=
specified (help) - ↑ "'The Sky Was Her Limit". The Indian Express. Retrieved 2016-02-23.
- ↑ "Nominations invited for Neerja Bhanot Awards". The Indian Express. Indian Express Limited. 5 September 2006.
- ↑ "Stamp on Neerja released". The Tribune. Tribune Trust. 9 October 2004.
{{cite news}}
: More than one of|work=
and|newspaper=
specified (help) - ↑ Jaffry, Nasir (4 January 2008). "Pak frees Pan Am hijack quartet". The Telegraph. ABP Group.
{{cite news}}
: More than one of|work=
and|newspaper=
specified (help)