ଭାରତୀୟ ଡାକ ସେବା
| ପ୍ରକାର | Agency of the Government of India |
|---|---|
| ଶିଳ୍ପ | Postal system |
| ପ୍ରତିଷ୍ଠିତ ସ୍ଥାନ | 1764 |
| ମୁଖ୍ୟ କାର୍ଯ୍ୟାଳୟ | New Delhi, Delhi, India |
ପ୍ରମୁଖ ବ୍ୟକ୍ତି | Ms Manjula Prashar, Director General |
Number of employees | 520,191 (As of 2007[update][[Category:Articles containing potentially dated statements from ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୧" ।]])[୧] |
| ୱେବ୍ସାଇଟ୍ | www.indiapost.gov.in
|
ଭରତୀୟ ଡାକ ବିଭାଗ (ଇଣ୍ଡିଆ ପୋଷ୍ଟ ବ୍ୟବସାୟିକ ଚିହ୍ନସହ କାର୍ଯ୍ୟକରେ) ଭାରତ ସରକାରଙ୍କଦ୍ୱାରା ପରିଚାଳିତ ଭାରତର ଡାକ ସେବା ଅଟେ । ଏହାକୁ ଡାକଘର ବୋଲି ମଧ୍ୟ କୁହାଯାଏ । ଭାରତୀୟ ଡାକ ସେବାରେ ୧୫୫,୩୩୩ଟି ଡାକଘର ଅଛି, ଏବଂ ଏହା ବିଶ୍ୱସ୍ଥରରେ ବଣ୍ଟନ ହେଇଥିବା ଡାକସେବାଗୁଡ଼ିକ ମଧ୍ୟରୁ ଅନ୍ୟତମ । ଭାରତୀୟ ଡାକ ସେବା ନିଜର ସେବା କେବଳ ସହରରେ ହିଁ ନୁହେଁ ବରଂ ଦୂରବର୍ତ୍ତୀ ଜାଗାରେ ମଧ୍ୟ ସେବା ଯୋଗାଏ । ଭାରତୀୟ ଡାକ ସେବା କେବଳ ଚିଠି ଆଦାନ ପ୍ରଦାନ କରେନି, ଏହା କାର୍ଯ୍ୟାଳୟ ସେବା, ବ୍ୟାଙ୍କ ସେବା ଏବଂ ଅତ୍ୟଧିକ ସେବା ମଧ୍ୟ ପ୍ରଦାନ କରେ ।
ଭାରତୀୟ ଡାକ ସେବାର ଶାସନ ଓ ବ୍ୟବସ୍ଥା
[ସମ୍ପାଦନା]ଭାରତୀୟ ଡାକ ସେବା ଭାରତ ସରକାରଙ୍କ ସୁଚନା ଓ ଲୋକସଂପର୍କ ବିଭାଗ ଅଧିନ୍ନରେ ଆସୁଛି। ଭାରତୀୟ ଡାକ ସେବା ସଂସ୍ଥାର ଉଚ୍ଚ ସେବା ବିଭାଗଟି ହେଲା ଭାରତୀୟ ଡାକ ସେବା ବୋର୍ଡ। ଏହି ସଂସ୍ଥାରେ ଜଣେ ସଭାପତି ଓ ୬ ଜଣ ସଦସ୍ଯ ଅଛନ୍ତି। ଭାରତୀୟ ଡାକ ସେବାଟି ୨୨ ବିଭାଗରେ ବିଭାଜନ ହୋଇଛି, ପ୍ରତେକ ବିଭାଗ ମୁକ୍ଷ୍ଯ ଡାକ ମାହାପ୍ରବନ୍ଧକ ଅଟନ୍ତି। ପ୍ରତେକଟି ବିଭାଗ ବିଭିନ୍ନ ଭାଗରେ ବିଭାଜିତ ହୋଇଛି ଜାହାକି ବିଭିନ୍ନ ସ୍ତାନରେ ସେବା ପ୍ରଦାନ କରେ। ୨୨ଟି ବିଭାଗ ଛଡା ଏହାରେ ଭାରତୀୟ ଡାକ ନିଜର ଏକ ବିଭାଗ ଭାରତୀୟ ସୁରକ୍ଷା କରୁଥିବା ଯବାନମାନଙ୍କୁ ଦେଇଥାଏ।ଏହାର ସଭାପତି ସେହି ସ୍ଥାନରେ ଥିବା ମେଜର ଜେନେରାଲଙ୍କୁ ମିଳିଥାଏ।

