ନଟରାଜ ବେହେରା
କ୍ରିକେଟ ତଥ୍ୟ | |||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ବ୍ୟାଟିଂ ପ୍ରକାର | Right-hand bat | ||||||||||||||||||||||||||||||||||||||||||||||||||||
ବୋଲିଂ ପ୍ରକାର | Right-arm medium | ||||||||||||||||||||||||||||||||||||||||||||||||||||
ଘରୋଇ ଦଳ ତଥ୍ୟ | |||||||||||||||||||||||||||||||||||||||||||||||||||||
Years | Team | ||||||||||||||||||||||||||||||||||||||||||||||||||||
2009 | Kolkata Knight Riders | ||||||||||||||||||||||||||||||||||||||||||||||||||||
୨୦୦୮ - ଏପର୍ଯ୍ୟନ୍ତ | ଓଡ଼ିଶା | ||||||||||||||||||||||||||||||||||||||||||||||||||||
Career statistics | |||||||||||||||||||||||||||||||||||||||||||||||||||||
| |||||||||||||||||||||||||||||||||||||||||||||||||||||
Source: [୧] |
ନଟରାଜ ବେହେରା (ଜନ୍ମ: ୨୮ ମଇ ୧୯୮୮) ଓଡ଼ିଶା ରଣଜୀ ଦଳର ପୂର୍ବତନ ଅଧିନାୟକ ଅଟନ୍ତି । ସେ ଡାହାଣହାତୀ ବ୍ୟଟ୍ସମ୍ୟାନ ଅଟନ୍ତି ।[୧] ୨୦୦୭ ମସିହାରୁ ସେ ଓଡ଼ିଶା ରଣଜୀ ଦଳରେ ସ୍ଥାନ ପାଇଥିଲେ ମଧ୍ୟ, ନିଜ ପ୍ରଥମ ମ୍ୟାଚ ଖେଳିଥିଲେ ୨୦୦୮ ମସିହାରେ ଗୁଜରାଟ ବିପକ୍ଷରେ । ତାଙ୍କ ନେତୃତ୍ୱ ବଳରେ ପୂର୍ବ ଜୋନ ୨୦୧୧-୨୦୧୨ରେ ମଧ୍ୟ ଜୋନକୁ ହରାଇ ଦୁଲିପ ଟ୍ରଫି ଜିତିଥିଲା । ପର ବର୍ଷ ମଧ୍ୟ ପୂର୍ବ ଜୋନ,ପଶ୍ଚିମ ଜୋନକୁ ହରାଇ ଦ୍ୱିତୀୟ ଥର ପାଇଁ ଦୁଲିପ ଟ୍ରଫି ହାତେଇ ପାରିଥିଲା । ସେ ୨୦୦୯ରେ କଲିକତା ନାଇଟ ରାଇଡ଼ର ଦଳର ସେ ସଦସ୍ୟ ଥିଲେ । ଓପିଏଲ ପ୍ରଥମ ସଂସ୍କରଣରେ ୱେଷ୍ଟର୍ନ ସମରେଶ ରାଉରକେଲା ଦଳର ଅଧିନାୟକ ମଧ୍ୟ ଥିଲେ । ୨୦୧୩ରେ ହୋଇଥିବା ଓପିଏଲର ଦ୍ୱିତୀୟ ସଂସ୍କରଣରେ ସେ ବୈତରଣୀ ଦଳ ପକ୍ଷରୁ ଖେଳିଥିଲେ ।[୨] ୨୦୧୫-୧୬ ସିଜନରେ ହରିୟାଣା ବିପକ୍ଷରେ ୨୫୫ ରନର ଇନିଂସ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଥିଲା । ସେ ୫୪ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି ୩୦୩୧ ରନ ସଂଗ୍ରହ କରିଥିଲେ ।[୩] ସେହିପରେ ୩୭ଟି ଲିଷ୍ଟ ଏ ମ୍ୟାଚରୁ ସେ ୨୭.୬୨ ହାରରେ ୯୬୭ ରନ ଓ ୧୬ଟି ଟି୨୦ ମ୍ୟାଚରୁ ୧୭.୪୦ ହାରରେ ୨୬୧ ରନ ହାସଲ କରିଥିଲେ । ୨୦୧୯ ଅକ୍ଟୋବର ମାସରେ ସେ କ୍ରିକେଟରୁ ସନ୍ୟାସ ନେଇଥିଲେ ।[୪]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]୧୫ ମଇ ୨୦୧୯ ମସିହାରେ ନଟରାଜ ସଫ୍ଟୱେର ଇଞ୍ଜିନିୟର ଶୁଭଲକ୍ଷ୍ମୀ ଶତପଥୀଙ୍କୁ ବେଙ୍ଗାଳୁରୁଠାରେ ବିବାହ କରିଥିଲେ ।[୩]
ଆଧାର
[ସମ୍ପାଦନା]- ↑ "Natraj Behera". Cricinfo. ESPN. Retrieved 24 May 2012.
- ↑ "Final: Central Zone v East Zone at Indore, Feb 12-14, 2012". Cricinfo. ESPN. Retrieved 24 May 2012.
- ↑ ୩.୦ ୩.୧ Dharitri. "ବିବାହ ବନ୍ଧନରେ ନଟରାଜ". Dharitri.com (in ଇଂରାଜୀ). Retrieved 2019-05-16.
- ↑ "କ୍ରିକେଟରୁ ଅବସନ ନେଲେ ନଟରାଜ". sambadepaper.com. ସମ୍ବାଦ. Retrieved 22 October 2019.