ନଟରାଜ ବେହେରା

ଉଇକିପିଡ଼ିଆ‌ରୁ
Natraj Behera
କ୍ରିକେଟ ତଥ୍ୟ
ବ୍ୟାଟିଂ ପ୍ରକାରRight-hand bat
ବୋଲିଂ ପ୍ରକାରRight-arm medium
ଘରୋଇ ଦଳ ତଥ୍ୟ
YearsTeam
2009Kolkata Knight Riders
୨୦୦୮ - ଏପର୍ଯ୍ୟନ୍ତଓଡ଼ିଶା
Career statistics
ପ୍ରତିଯୋଗିତା First-class List A T20
ମ୍ୟାଚ 43 31 16
ମୋଟ ରନ 2455 761 261
ବ୍ୟାଟିଂ ହାର 34.09 25.36 17.40
ଶତକ/ଅର୍ଦ୍ଧଶତକ 7/9 0/5 0/1
ସର୍ବାଧିକ ରନ 209 81 73
ବଲ ସଂଖ୍ୟା 244 125 --
ଉଇକେଟ 0 3 --
ବୋଲିଂ ହାର -- 34.33 --
ଇନିଙ୍ଗସରେ ୫ଟି ଉଇକେଟ -- -- --
ମ୍ୟାଚରେ ୧୦ଟି ଉଇକେଟ -- -- --
ସବୁଠୁ ଭଲ ବୋଲିଂ -- 2/12 --
କ୍ୟାଚ/ଷ୍ଟମ୍ପିଙ୍ଗ 16/-- 11/- 04/--
Source: [୧]

ନଟରାଜ ବେହେରା (ଜନ୍ମ: ୨୮ ମଇ ୧୯୮୮) ଓଡ଼ିଶା ରଣଜୀ ଦଳର ପୂର୍ବତନ ଅଧିନାୟକ ଅଟନ୍ତି । ସେ ଡାହାଣହାତୀ ବ୍ୟଟ୍ସମ୍ୟାନ ଅଟନ୍ତି ।[୧] ୨୦୦୭ ମସିହାରୁ ସେ ଓଡ଼ିଶା ରଣଜୀ ଦଳରେ ସ୍ଥାନ ପାଇଥିଲେ ମଧ୍ୟ, ନିଜ ପ୍ରଥମ ମ୍ୟାଚ ଖେଳିଥିଲେ ୨୦୦୮ ମସିହାରେ ଗୁଜରାଟ ବିପକ୍ଷରେ । ତାଙ୍କ ନେତୃତ୍ୱ ବଳରେ ପୂର୍ବ ଜୋନ ୨୦୧୧-୨୦୧୨ରେ ମଧ୍ୟ ଜୋନକୁ ହରାଇ ଦୁଲିପ ଟ୍ରଫି ଜିତିଥିଲା । ପର ବର୍ଷ ମଧ୍ୟ ପୂର୍ବ ଜୋନ,ପଶ୍ଚିମ ଜୋନକୁ ହରାଇ ଦ୍ୱିତୀୟ ଥର ପାଇଁ ଦୁଲିପ ଟ୍ରଫି ହାତେଇ ପାରିଥିଲା । ସେ ୨୦୦୯ରେ କଲିକତା ନାଇଟ ରାଇଡ଼ର ଦଳର ସେ ସଦସ୍ୟ ଥିଲେ । ଓପିଏଲ ପ୍ରଥମ ସଂସ୍କରଣରେ ୱେଷ୍ଟର୍ନ ସମରେଶ ରାଉରକେଲା ଦଳର ଅଧିନାୟକ ମଧ୍ୟ ଥିଲେ । ୨୦୧୩ରେ ହୋଇଥିବା ଓପିଏଲର ଦ୍ୱିତୀୟ ସଂସ୍କରଣରେ ସେ ବୈତରଣୀ ଦଳ ପକ୍ଷରୁ ଖେଳିଥିଲେ ।[୨] ୨୦୧୫-୧୬ ସିଜନରେ ହରିୟାଣା ବିପକ୍ଷରେ ୨୫୫ ରନର ଇନିଂସ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଥିଲା । ସେ ୫୪ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି ୩୦୩୧ ରନ ସଂଗ୍ରହ କରିଥିଲେ ।[୩] ସେହିପରେ ୩୭ଟି ଲିଷ୍ଟ ଏ ମ୍ୟାଚରୁ ସେ ୨୭.୬୨ ହାରରେ ୯୬୭ ରନ ଓ ୧୬ଟି ଟି୨୦ ମ୍ୟାଚରୁ ୧୭.୪୦ ହାରରେ ୨୬୧ ରନ ହାସଲ କରିଥିଲେ । ୨୦୧୯ ଅକ୍ଟୋବର ମାସରେ ସେ କ୍ରିକେଟରୁ ସନ୍ୟାସ ନେଇଥିଲେ ।[୪]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

୧୫ ମଇ ୨୦୧୯ ମସିହାରେ ନଟରାଜ ସଫ୍ଟୱେର ଇଞ୍ଜିନିୟର ଶୁଭଲକ୍ଷ୍ମୀ ଶତପଥୀଙ୍କୁ ବେଙ୍ଗାଳୁରୁଠାରେ ବିବାହ କରିଥିଲେ ।[୩]

ଆଧାର[ସମ୍ପାଦନା]

  1. "Natraj Behera". Cricinfo. ESPN. Retrieved 24 May 2012.
  2. "Final: Central Zone v East Zone at Indore, Feb 12-14, 2012". Cricinfo. ESPN. Retrieved 24 May 2012.
  3. ୩.୦ ୩.୧ Dharitri. "ବିବାହ ବନ୍ଧନରେ ନଟରାଜ". Dharitri.com (in ଇଂରାଜୀ). Retrieved 2019-05-16.
  4. "କ୍ରିକେଟରୁ ଅବସନ ନେଲେ ନଟରାଜ". sambadepaper.com. ସମ୍ବାଦ. Retrieved 22 October 2019.