ରାଷ୍ଟ୍ରୀୟ ଏକତା ଦିବସ

ଉଇକିପିଡ଼ିଆ‌ରୁ
(National Unity Day (India)ରୁ ଲେଉଟି ଆସିଛି)

ସ୍ୱାଧୀନତା ସମୟରେ ବିନା ରକ୍ତପାତରେ ଭାରତର ପ୍ରାୟ ସମସ୍ତ ଦେଶିୟ ରାଜ୍ୟଗୁଡ଼ିକୁ ଏକାଠି କରିବାରେ ବଲ୍ଲଭଭାଇ ପଟେଲଙ୍କ ଅବଦାନ ନିମିତ୍ତ ତାଙ୍କୁ "ଲୌହ ମାନବ" ଉପାଧି ମିଳିଥିଲା । ତାଙ୍କର ସ୍ମୃତିରେ ୨୦୧୪ ମସିହାରୁ ପ୍ରତିବର୍ଷ ତାଙ୍କର ଜନ୍ମତିଥି ୩୧ ଅକ୍ଟୋବରକୁ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ ହୋଇ ଆସୁଅଛି ।[୧][୨]

ଭାରତ ଗୃହ ମନ୍ତ୍ରଣାଳୟଦ୍ୱାରା ରାଷ୍ଟ୍ରୀୟ ଏକତା ଦିବସ ପାଇଁ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ "ଜାତୀୟ ଏକତା ଦିବସ ହେଉଛି ଆମ ଦେଶର ଅନ୍ତର୍ନିହିତ ଶକ୍ତିକୁ ସ୍ଥିରତା ସହିତ ପୁନଃ ସଂଯୋଗ କରିବାର ଏକ ସୁଯୋଗ । ପୁଣି ଏହା ଆମ ଦେଶର ଏକତା ତଥା ଅଖଣ୍ଡତା ପ୍ରତି ପ୍ରକୃତ ତଥା ସମ୍ଭାବ୍ୟ ବିପଦର ସାମନା କରିବାକୁ ଆମକୁ ସାହସ ଯୋଗାଇବା ସହ ଆମର ଦେଶପାଇଁ ସୁରକ୍ଷା ଯୋଗାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ।"

ଆଧାର[ସମ୍ପାଦନା]

  1. Staff, Scroll. "What is National Unity Day and why is it celebrated on 31st October?". Scroll.in. Retrieved 15 February 2022.
  2. "Nation observes Rashtriya Ekta Diwas on birth anniversary of Sardar Vallabhbhai Patel". Business Standard India. 31 October 2016. Retrieved 15 February 2022.

\