ମହୀଶୁର ଚନ୍ଦନ ସାବୁନ
ମହୀଶୁର ଚନ୍ଦନ ସାବୁନ (ଇଂରାଜୀ:Mysore Sandal Soap Kannada: ಮೈಸೂರ್ ಸ್ಯಾಂಡಲ್ ಸೋಪ್)ଭାରତ ସରକାରଙ୍କ ଅଧିନସ୍ଥ କର୍ଣ୍ଣାଟକ ସାବୁନ ଏବଂ ଡିଟରଜେଣ୍ଟ ଲିଃ (KSDL)ର ଏକ ସାବୁନ ବ୍ରାଣ୍ଡର ନାମ । ୧୯୬୧ ମସିହାରୁ ଏହି ସାବୁନ ତିଆରି ହେଉଛି । ମହୀଶୁରର ରାଜା ନଲଭାଡି କୃଷ୍ଣରାଜା ଉଦୟର ବେଙ୍ଗାଳୁରୁଠାରେ ସ୍ଥାପନା ପରଠୁ ଏହି ନାମରେ ସାବୁନ ତିଆରି ହେଉଛି । [୧] ବିଂଶ ଶତାବ୍ଦୀରେ ମହୀଶୁର ସାମ୍ରାଜ୍ୟ ଚନ୍ଦନ କାଠର ପ୍ରମୁଖ ଉତ୍ପାଦନକାରୀ ରାଜ୍ୟ ଥିଲା ପ୍ରଥମ ବିଶ୍ୱ ଯୁଦ୍ଧ ସମୟରେ ମହୀଶୁର ସାମ୍ରାଜ୍ୟରୁ ବିପୁଳ ପରିମାଣରେ ଉତ୍ପାଦିତ ଚନ୍ଦନ କାଠ ୟୁରୋପକୁ ପଠାଯାଇପାରିନଥିଲା । ଫଳରେ ଗଛିତ ଚନ୍ଦନ କାଠକୁ ନିଜେ ପ୍ରକ୍ରିୟାକରଣ କରି ବ୍ୟବହାର ପାଇଁ ଏକ ବିକଳ୍ପ ଦେଖାଦେଲା । [୧] ୧୯୮୦ ମସିହାରେ ସରକାରୀ ସାବୁନ ଫାକ୍ଟ୍ରୀ, ଚନ୍ଦନ ତୈଳ ସହ ଶିମୋଗା ଏବଂ ମହୀଶୁରଠାରେ ବିଲୀନ ହୋଇ KSDL ଏକ ସ୍ୱତନ୍ତ୍ର କମ୍ପାନୀ ହୋଇଥିଲା । [୨] ମହୀଶୁର ସାଣ୍ଡଲ ସୋପ ହେଉଛି ଏକମାତ୍ର ସାବୁନ ଯିଏ ବିଶ୍ୱରେ ଏକମାତ୍ରସାବୁନ ଭାବେ ୧୦୦% ବିଶୁଦ୍ଧ ଚନ୍ଦନ ତେଲରୁ ତିଆରି ହେଉଛି । [୧]ଭାରତ ସରକାର ମହୀଶୁର ଚନ୍ଦନ ସାବୁନକୁ ଭାରତୀୟ ଭୌଗଳିକ ସଂକେତ ଭାବେ ପଂଜିକୃତ କରିଛନ୍ତି । [୩] ୨୦୦୬ ମସିହାରେ କ୍ରିକେଟ ତାରକା ମହେନ୍ଦ୍ର ସିଂହ ଧୋନୀ ଏହାର ପ୍ରଥମ ଆମ୍ବାସଡର ଭାବେ ନିୟୋଜିତ ହୋଇଥିଲେ । [୪]
ଶରଭା ଏକ ଧାର୍ମିକ ଜୀବ ଯାହା ଏକ ହାତୀର ମୁଣ୍ଡ ଏବଂ ସିଂହର ଶରୀର ଏହି ସାବୁନର ଲୋଗୋ ଭାବେ ବ୍ୟବହୃତ ହୋଇଥାଏ ।ଏହାର କାରଣ ଏହି ଲୋଗୋ ଜ୍ଞାନ, ସାହସ ଓ ଶକ୍ତିର ମିଶ୍ରଣ ଯାହା କମ୍ପାନୀର ଦର୍ଶନକୁ ସୂଚାଏ ।
ବ୍ୟବସାୟ
[ସମ୍ପାଦନା]ଭାରତ ବଜାରରେ ଉତ୍ପାଦନ ଏବଂ ବିପଣନ ହେଉଥିବା ସାବୁନ ୪୫୦,000 ଟନ ହେଉଥିବା ବେଳେ 'ମହୀଶୁର ଚନ୍ଦନ ସାବୁନ' ମାର୍ଚ୍ଚ ୨୦୦୬ ସୁଧା ବଜାରର ୬୫୦୦ ଟନ ଅଂଶ ହାସଲ କରିଥିଲା । [୪] ବେଙ୍ଗାଳୁରୁସ୍ଥିତ KSDL କାରଖାନା ବାର୍ଷିକ ୨୬,୦୦୦ ଟନ ସାବୁନ ଉତ୍ପାଦନ କରେ । [୨] କୌଣସି ବିପଣନ ଯୋଜନା ପ୍ରସ୍ତୁତ ନକରି ୨୦୦୬ ଯାଏଁ ଏପରି ବ୍ୟବସାୟ ଚାଲୁରହିଥିଲା । ଧୋନୀଙ୍କ ଆମ୍ବାସଡର ନିଯୁକ୍ତି ପରେ ରୂପା ଏବଂ ସୁନା ମୂଦ୍ରା ଜିତିବାର ଏକ ଭାଗ୍ୟଶାଳୀ ବିଜେତା ଚୟନ ସ୍କିମ ପ୍ରଚଳିତ ହୋଇଥିଲା । ଏହାର ୮୫% ବ୍ୟବସାୟ କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ ଏବଂ ତାମିଲନାଡୁରେ ହୋଇଥାଏ । ଏହି ଉତ୍ପାଦ ଛାଡ଼ା ଛୁଆମାନଙ୍କ ପାଇଁ 'ମହୀଶୁର ସାଣ୍ଡଲ ବେବି ସୋପ' ମଧ୍ୟ ବଜାରରେ ପ୍ରବେଶ ହୋଇଥିଲା । ଏବେ ମୂଳ ଉତ୍ସ ଚନ୍ଦନ କାଠର ଅଭାବ ଫଳରେ ବିଦେଶରୁ ମଧ୍ୟ ଆମଦାନୀ ହେଉଛି । ରାଜ୍ୟରେ ଚନ୍ଦନ ବନର ସଂରକ୍ଷଣର ଦାୟିତ୍ୱ ହାତକୁ ନିଆଯାଇଛି । ୨୦୧୬ ମେ ୧୦ରେ କମ୍ପାନୀ ୧୦୦ ବର୍ଷ ପୁରଣ କରିବାକୁ ଯାଉଛି । ଶତାବ୍ଦୀ ପୁର୍ତ୍ତୀକୁ ସ୍ମରଣୀୟ କରିବା ପାଇଁ ମହୀଶୁର ସାଣ୍ଡାଲ ସେଣ୍ଟେନିଆଲ ନାମରେ ଉପସ୍ଥାପିତ ହେବାକୁ ଯୋଜନା ଅଛି ।
ବାହାର ଲିଙ୍କସମୂହ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ Bageshree S. (2006-10-28). "Scent of the region". Online Edition of The Hindu, dated 2006-10-28. Chennai, India: The Hindu. Retrieved 2007-07-31.
- ↑ ୨.୦ ୨.୧ "Profile". Online webpage of the Karnataka Soaps and Detergents Limited. Archived from the original on 2007-07-16. Retrieved 2007-07-31.
- ↑ P. Manoj (2006-03-05). "GI certificate for Mysore Sandal Soap". Online Edition of The Hindu, dated 2006-03-05. Chennai, India: The Hindu. Retrieved 2007-07-31.
- ↑ ୪.୦ ୪.୧ Madhumathi D. S. "A whiff of cricket". Online Edition of The Hindu Business Line, dated 2006-03-30. The Hindu Business Line. Retrieved 2007-07-31.