ମହୀଶୁର ଚନ୍ଦନ ସାବୁନ

ଉଇକିପିଡ଼ିଆ‌ରୁ


ମହୀଶୁର ଚନ୍ଦନ ସାବୁନ (ଇଂରାଜୀ:Mysore Sandal Soap Kannada: ಮೈಸೂರ್ ಸ್ಯಾಂಡಲ್ ಸೋಪ್)ଭାରତ ସରକାରଙ୍କ ଅଧିନସ୍ଥ କର୍ଣ୍ଣାଟକ ସାବୁନ ଏବଂ ଡିଟରଜେଣ୍ଟ ଲିଃ (KSDL)ର ଏକ ସାବୁନ ବ୍ରାଣ୍ଡର ନାମ । ୧୯୬୧ ମସିହାରୁ ଏହି ସାବୁନ ତିଆରି ହେଉଛି । ମହୀଶୁରର ରାଜା ନଲଭାଡି କୃଷ୍ଣରାଜା ଉଦୟର ବେଙ୍ଗାଳୁରୁଠାରେ ସ୍ଥାପନା ପରଠୁ ଏହି ନାମରେ ସାବୁନ ତିଆରି ହେଉଛି । [୧] ବିଂଶ ଶତାବ୍ଦୀରେ ମହୀଶୁର ସାମ୍ରାଜ୍ୟ ଚନ୍ଦନ କାଠର ପ୍ରମୁଖ ଉତ୍ପାଦନକାରୀ ରାଜ୍ୟ ଥିଲା ପ୍ରଥମ ବିଶ୍ୱ ଯୁଦ୍ଧ ସମୟରେ ମହୀଶୁର ସାମ୍ରାଜ୍ୟରୁ ବିପୁଳ ପରିମାଣରେ ଉତ୍ପାଦିତ ଚନ୍ଦନ କାଠ ୟୁରୋପକୁ ପଠାଯାଇପାରିନଥିଲା । ଫଳରେ ଗଛିତ ଚନ୍ଦନ କାଠକୁ ନିଜେ ପ୍ରକ୍ରିୟାକରଣ କରି ବ୍ୟବହାର ପାଇଁ ଏକ ବିକଳ୍ପ ଦେଖାଦେଲା । [୧] ୧୯୮୦ ମସିହାରେ ସରକାରୀ ସାବୁନ ଫାକ୍ଟ୍ରୀ, ଚନ୍ଦନ ତୈଳ ସହ ଶିମୋଗା ଏବଂ ମହୀଶୁରଠାରେ ବିଲୀନ ହୋଇ KSDL ଏକ ସ୍ୱତନ୍ତ୍ର କମ୍ପାନୀ ହୋଇଥିଲା । [୨] ମହୀଶୁର ସାଣ୍ଡଲ ସୋପ ହେଉଛି ଏକମାତ୍ର ସାବୁନ ଯିଏ ବିଶ୍ୱରେ ଏକମାତ୍ରସାବୁନ ଭାବେ ୧୦୦% ବିଶୁଦ୍ଧ ଚନ୍ଦନ ତେଲରୁ ତିଆରି ହେଉଛି । [୧]ଭାରତ ସରକାର ମହୀଶୁର ଚନ୍ଦନ ସାବୁନକୁ ଭାରତୀୟ ଭୌଗଳିକ ସଂକେତ ଭାବେ ପଂଜିକୃତ କରିଛନ୍ତି । [୩] ୨୦୦୬ ମସିହାରେ କ୍ରିକେଟ ତାରକା ମହେନ୍ଦ୍ର ସିଂହ ଧୋନୀ ଏହାର ପ୍ରଥମ ଆମ୍ବାସଡର ଭାବେ ନିୟୋଜିତ ହୋଇଥିଲେ । [୪]

ଅଗଷ୍ଟ ୩୦, ୧୯୩୭ ମସିହାରେ ଜଷ୍ଟିସ ପାର୍ଟି ଇଣ୍ଡିଆ-ଇଂରାଜୀ ପତ୍ରିକାରେ ପ୍ରକାଶିତ ମହୀଶୁର ଚନ୍ଦନ ସାବୁନର ଏକ ବିଜ୍ଞାପନ

ଶରଭା ଏକ ଧାର୍ମିକ ଜୀବ ଯାହା ଏକ ହାତୀର ମୁଣ୍ଡ ଏବଂ ସିଂହର ଶରୀର ଏହି ସାବୁନର ଲୋଗୋ ଭାବେ ବ୍ୟବହୃତ ହୋଇଥାଏ ।ଏହାର କାରଣ ଏହି ଲୋଗୋ ଜ୍ଞାନ, ସାହସ ଓ ଶକ୍ତିର ମିଶ୍ରଣ ଯାହା କମ୍ପାନୀର ଦର୍ଶନକୁ ସୂଚାଏ ।

ବ୍ୟବସାୟ[ସମ୍ପାଦନା]

ଭାରତ ବଜାରରେ ଉତ୍ପାଦନ ଏବଂ ବିପଣନ ହେଉଥିବା ସାବୁନ ୪୫୦,000 ଟନ ହେଉଥିବା ବେଳେ 'ମହୀଶୁର ଚନ୍ଦନ ସାବୁନ' ମାର୍ଚ୍ଚ ୨୦୦୬ ସୁଧା ବଜାରର ୬୫୦୦ ଟନ ଅଂଶ ହାସଲ କରିଥିଲା । [୪] ବେଙ୍ଗାଳୁରୁସ୍ଥିତ KSDL କାରଖାନା ବାର୍ଷିକ ୨୬,୦୦୦ ଟନ ସାବୁନ ଉତ୍ପାଦନ କରେ । [୨] କୌଣସି ବିପଣନ ଯୋଜନା ପ୍ରସ୍ତୁତ ନକରି ୨୦୦୬ ଯାଏଁ ଏପରି ବ୍ୟବସାୟ ଚାଲୁରହିଥିଲା । ଧୋନୀଙ୍କ ଆମ୍ବାସଡର ନିଯୁକ୍ତି ପରେ ରୂପା ଏବଂ ସୁନା ମୂଦ୍ରା ଜିତିବାର ଏକ ଭାଗ୍ୟଶାଳୀ ବିଜେତା ଚୟନ ସ୍କିମ ପ୍ରଚଳିତ ହୋଇଥିଲା । ଏହାର ୮୫% ବ୍ୟବସାୟ କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ ଏବଂ ତାମିଲନାଡୁରେ ହୋଇଥାଏ । ଏହି ଉତ୍ପାଦ ଛାଡ଼ା ଛୁଆମାନଙ୍କ ପାଇଁ 'ମହୀଶୁର ସାଣ୍ଡଲ ବେବି ସୋପ' ମଧ୍ୟ ବଜାରରେ ପ୍ରବେଶ ହୋଇଥିଲା । ଏବେ ମୂଳ ଉତ୍ସ ଚନ୍ଦନ କାଠର ଅଭାବ ଫଳରେ ବିଦେଶରୁ ମଧ୍ୟ ଆମଦାନୀ ହେଉଛି । ରାଜ୍ୟରେ ଚନ୍ଦନ ବନର ସଂରକ୍ଷଣର ଦାୟିତ୍ୱ ହାତକୁ ନିଆଯାଇଛି । ୨୦୧୬ ମେ ୧୦ରେ କମ୍ପାନୀ ୧୦୦ ବର୍ଷ ପୁରଣ କରିବାକୁ ଯାଉଛି । ଶତାବ୍ଦୀ ପୁର୍ତ୍ତୀକୁ ସ୍ମରଣୀୟ କରିବା ପାଇଁ ମହୀଶୁର ସାଣ୍ଡାଲ ସେଣ୍ଟେନିଆଲ ନାମରେ ଉପସ୍ଥାପିତ ହେବାକୁ ଯୋଜନା ଅଛି ।


ବାହାର ଲିଙ୍କସମୂହ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ Bageshree S. (2006-10-28). "Scent of the region". Online Edition of The Hindu, dated 2006-10-28. Chennai, India: The Hindu. Retrieved 2007-07-31.
  2. ୨.୦ ୨.୧ "Profile". Online webpage of the Karnataka Soaps and Detergents Limited. Archived from the original on 2007-07-16. Retrieved 2007-07-31.
  3. P. Manoj (2006-03-05). "GI certificate for Mysore Sandal Soap". Online Edition of The Hindu, dated 2006-03-05. Chennai, India: The Hindu. Retrieved 2007-07-31.
  4. ୪.୦ ୪.୧ Madhumathi D. S. "A whiff of cricket". Online Edition of The Hindu Business Line, dated 2006-03-30. The Hindu Business Line. Retrieved 2007-07-31.