ମୁଇଁ ଦିୱାନା ତୁଇ ଦିୱାନୀ
ମୁଇଁ ଦିୱାନା ତୁଇ ଦିୱାନୀ | |
---|---|
ନିର୍ଦ୍ଦେଶକ | ମାନଭଞ୍ଜନ ନାୟକ |
ପ୍ରଯୋଜକ | ମାନଭଞ୍ଜନ ନାୟକ |
ଚିତ୍ରନାଟ୍ୟ | ମାନଭଞ୍ଜନ ନାୟକ |
କାହାଣୀ | ମାନଭଞ୍ଜନ ନାୟକ |
କଳାକାର | ଶ୍ୟାମ କୁମାର ଋଷି କୁମାର ସବିତା ପଟେଲ ପୃଥ୍ୱୀରାଜ ନାୟକ |
ସଙ୍ଗୀତ | ନବ ମହତ୍ତମ |
ଚିତ୍ରଗ୍ରହଣ | ଗୋପାଳ ପ୍ରଧାନ |
ମୁକ୍ତିଲାଭ ତାରିଖ | ୪ ଜାନୁଆରୀ ୨୦୧୯ |
ଦେଶ | ଭାରତ |
ଭାଷା | ସମ୍ବଲପୁରୀ |
ମୁଇଁ ଦିୱାନା ତୁଇ ଦିୱାନୀ, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ସମ୍ବଲପୁରୀ କଥାଚିତ୍ର ।[୧] ଏହି କଥାଚିତ୍ରଟି ଶ୍ୟାମା ମୁଭିଜ୍ ବ୍ୟାନରରେ ନିର୍ମିତ ହୋଇଥିଲା, ଯାହାର ପ୍ରଯୋଜନା କରିଥିଲେ ମାନଭଞ୍ଜନ ନାୟକ । ମାନଭଞ୍ଜନ ନାୟକ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଏହି ବ୍ୟାନରରେ ମନାଭଞ୍ଜନ ନାୟକ ପୂର୍ବରୁ ୨୦୧୩ ମସିହାରେ ପ୍ରଥମ ସମ୍ବଲପୁରୀ କଥାଚିତ୍ର ଅଲାର୍ ମୁକ୍ତିଲାଭ କରିଥିଲା ।[୧] ୪ ଜାନୁଆରୀ ୨୦୧୯ ମସିହାରେ ଏହି କଥାଚିତ୍ରଟି ବରଗଡ଼ର ଉମା ଟକିଜ୍ରେ ପ୍ରଥମେ ପ୍ରଦର୍ଶିତ ହୋଇଥିଲା ।[୨]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଶ୍ୟାମ କୁମାର, ଋଷି କୁମାର ଏବଂ ସବିତା ପଟେଲ ।[୨] ପୃଥ୍ୱୀରାଜ ନାୟକ, ପ୍ରିୟଙ୍କା, ଦୀପିକା, ପ୍ରଦୀପ ଦେବତା, ଅଶ୍ୱିନୀ ପଣ୍ଡା, ସତ୍ୟ ପଣ୍ଡା, ବିନ୍ଦୁ, ଅଶୋଇ ବୋଇଧର, ଦିବେଶ ନାୟକ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧] ଶ୍ୟାମ କୁମାର ପୂର୍ବରୁ ଏହି ବ୍ୟାନରରେ ନିର୍ମିତ କଥାଚିତ୍ର ଅଲାର୍ରେ ଅଭିନୟ କରିଥିଲେ ଏବଂ ସବିତା ପଟେଲ ପେଶାରେ ଜଣେ ଡାକ୍ତର ଓ ସେହି ଏହି କଥାଚିତ୍ର ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୨]
ଅଭିନୟ
[ସମ୍ପାଦନା]- ଶ୍ୟାମ କୁମାର
- ଋଷି କୁମାର
- ସବିତା ପଟେଲ
- ପୃଥ୍ୱୀରାଜ ନାୟକ
- ପ୍ରିୟଙ୍କା
- ଦୀପିକା
- ପ୍ରଦୀପ ଦେବତା
- ଅଶ୍ୱିନୀ ପଣ୍ଡା
- ସତ୍ୟ ପଣ୍ଡା
- ବିନ୍ଦୁ
- ଅଶୋକ ବୋଇଧର
- ଦିବେଶ ନାୟକ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ନବ ମହତ୍ତମ ।[୨] ଗୀତିକାର ରତନ ପୂଜାରୀ ଏବଂ ଯତିନ୍ଦ୍ର ପ୍ରଧାନ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୨] ହ୍ୟୁମାନ ସାଗର, ଅସୀମା ପଣ୍ଡା, ସଞ୍ଜୁ ମହାନ୍ତି, ମାଧବ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୨] ଏହି କଥାଚିତ୍ରରେ ସମୁଦାୟ ୧୦ଟି ଗୀତ ଥିଲା ।[୨]
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ମୋର ଚୁନୁରୀଟା ଉଡ଼ିଗଲାରେ" | |
2. | "ଏ ଗୁରିଆ" | |
3. | "ଦିୱାନା ଦିୱାନା ହେଲିରେ" |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "ଏ ବର୍ଷର ପ୍ରଥମ ସମ୍ବଲପୁରୀ ସିନେମା 'ମୁଇଁ ଦିଓ୍ୱାନା ତୁଇ ଦିଓ୍ୱାନୀ'". Sambad.in. 2 January 2019. Archived from the original on 5 January 2019. Retrieved 2 January 2019.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Mui Diwana Tui Diwani Audio Release Press Meet". RK Media. 23 December 2018. Retrieved 2 January 2019.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ମୁଇଁ ଦିୱାନା ତୁଇ ଦିୱାନୀ