Jump to content

ମଙ୍ଗଳ ପାଣ୍ଡେ

ଉଇକିପିଡ଼ିଆ‌ରୁ
(Mangal Pandeyରୁ ଲେଉଟି ଆସିଛି)
ମଙ୍ଗଳ ପାଣ୍ଡେ
ଜନ୍ମ(1827-07-19)୧୯ ଜୁଲାଇ ୧୮୨୭
ମୃତ୍ୟୁ୮ ଅପ୍ରେଲ ୧୮୫୭(1857-04-08) (ବୟସ ୨୯)
ବୃତ୍ତିସିପାହୀ
ପ୍ରସିଦ୍ଧିଭାରତୀୟ ସ୍ୱାଧୀନତା ସଂଗ୍ରାମୀ

ମଙ୍ଗଳ ପାଣ୍ଡେ ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ଯିଏକି ୧୮୫୭ ମସିହାରେ ଭାରତର ପ୍ରଥମ ସ୍ୱାଧିନତା ସଂଗ୍ରାମରେ ପ୍ରମୁଖ ଭୂମିକା ନିଭାଇ ଥିଲେ । ସେ ଇଷ୍ଟ ଇଣ୍ଡିଆ କମ୍ପାନିର ୩୪ତମ ବେଙ୍ଗାଲ ନେଟିଭ୍ ଇନ୍ଫେନ୍ଟ୍ରିରେ ଜଣେ ସିପାହୀ ଥିଲେ । ଭାରତର ସ୍ୱାଧିନତା ସଂଗ୍ରାମରେ ତାଙ୍କର ମହତ୍ୱପୂର୍ଣ ଭୂମିକାକୁ ନେଇକି ଭାରତ ସରକାରଙ୍କଦ୍ୱାରା ସମ୍ମାନ ସ୍ୱରୂପ ୧୯୮୪ ମସିହାରେ ଏକ ଡାକ ଟିକଟ ଜାରି କରାଯାଇଥିଲା ।

ଜନ୍ମ ଏବଂ ଜୀବନୀ

[ସମ୍ପାଦନା]

ସେ ଉତ୍ତରପ୍ରଦେଶର ବଲିଆ ଜିଲ୍ଲାର ନଗୱା ଗ୍ରାମରେ ଗୋଟିଏ ବ୍ରାହ୍ମଣ ପରିବାରରେ ୧୯ ଜୁଲାଇ ୧୮୨୭ ମସିହାରେ ଜନ୍ମଗ୍ରହଣ କରିଥିଲେ ।[] ମଙ୍ଗଳ ପାଣ୍ଡେ ପ୍ରଥମ ଥର ପାଇଁ ଇଂରେଜଙ୍କ ବିରୋଦ୍ଧରେ “ମାରୋ ଫିରଙ୍ଗି କୋ” ନାରା ଲଗାଇଥିଲେ । ଦିବାକର ପାଣ୍ଡେ ଏବଂ ଅଭୟ ରାଣୀ ଦେବୀଙ୍କ କୋଳମଣ୍ଡନ କରି୍ଥିବା ମଙ୍ଗଳ ପ୍ରଥମେ ସୈନ୍ୟ ବିଭାଗରେ ଯୋଗ ଦେଇଥିଲେ । କିନ୍ତୁ ଇଂରେଜମାନଙ୍କ ଆକ୍ରୋଶର ଶିକାର ହେବା ପରେ ସେ କ୍ରାନ୍ତିକାରୀ ପାଲଟି ଭାରତବାସୀଙ୍କୁ ଇଂରେଜ ଗୁଲାମୀରୁ ମୁକୁଳିବା ପାଇଁ କହିଥିଲେ । ତାଙ୍କୁ ସର୍ବପ୍ରଥମ କ୍ରାନ୍ତିକାରୀର ମାନ୍ୟତା ମଧ୍ୟ ଦିଆଯାଇଛି ।

ଶେଷ ଜୀବନ ଓ ମୃତ୍ୟୁ

[ସମ୍ପାଦନା]

୧୮୫୭ ମସିହା ଅପ୍ରେଲ ୮ ତାରିଖରେ ମଙ୍ଗଳ ପାଣ୍ଡେଙ୍କୁ ଫାଶୀ ଦିଆଯାଇଥିଲା । ତାଙ୍କୁ ବେରକପୁରରେ ଫାଶୀ ଦିଆଯାଇଥିଲା । ବେରକପୁରରେ ମଙ୍ଗଳ ପାଣ୍ଡେଙ୍କୁ ଫାଶୀ ଦେବାକୁ ଜଲାଦ୍‌ମାନେ ମନା କରିବାରୁ କଲିକାତାରୁ ସ୍ୱତନ୍ତ୍ର ଜଲାଦଙ୍କୁ ଫାଶୀ ଦେବାକୁ ଅଣାଯାଇଥିଲା ।[]

  1. D'Souza, Shanthie Mariet. "Mangal Pandey: Indian soldier". Encyclopædia Britannica.
  2. "ଆଜି ହେଉଛି ପ୍ରଥମ କ୍ରାନ୍ତିିକାରୀ ବୀର ଯୋଦ୍ଧାଙ୍କ ଜନ୍ମତିଥି | Kanak News" (in ଆମେରିକୀୟ ଇଂରାଜୀ). 2018-07-19. Retrieved 2022-11-02.