ମଙ୍ଗଳ ପାଣ୍ଡେ
ମଙ୍ଗଳ ପାଣ୍ଡେ | |
---|---|
![]() | |
ଜନ୍ମ ଓ ଜନ୍ମସ୍ଥାନ | ୧୯ ଜୁଲାଇ ୧୮୨୭ |
ମୃତ୍ୟୁ | ୮ ଅପ୍ରେଲ ୧୮୫୭ | (ବୟସ ୨୯)
ଜୀବିକା | ସିପାହୀ |
ପ୍ରସିଦ୍ଧି | ଭାରତୀୟ ସ୍ୱାଧିନତା ସଂଗ୍ରାମୀ |
ମଙ୍ଗଲ ପାଣ୍ଡେ ଜଣେ ଭାରତୀୟ ସତନ୍ତ୍ରତା ସେନାନୀ, ଯିଏକି ୧୮୫୭ ମସିହାରେ ଭାରତର ପ୍ରଥମ ସ୍ୱାଧିନତା ସଂଗ୍ରାମରେ ପ୍ରମୁଖ ଭୁମିକା ନିଭାଇ ଥିଲେ । ସେ ଇସ୍ଟ ଇଣ୍ଦିଆ କମ୍ପାନିର ୩୪ତମ ବାଙ୍ଗାଲ ନେଟିଭ ଇନ୍ଫେନ୍ଟ୍ରି (Bengal Native Infantry)ରେ ଜଣେ ସିପାହି ଥିଲେ । ଭାରତର ସ୍ୱାଧିନତା ସଂଗ୍ରାମରେ ତାଙ୍କର ମହତ୍ୱପୂର୍ଣ ଭୂମିକାକୁ ନେଇକି ଭାରତ ସରକାରଙ୍କଦ୍ୱାରା ସମ୍ମାନ ସ୍ୱରୂପ ୧୯୮୪ ମସିହାରେ ଏକ ଡାକ ଟିକଟ ଜାରି କରାଯାଇଥିଲା ।
ଜନ୍ମ ଏବଂ ଜୀବନୀ[ସମ୍ପାଦନା]
ଉତ୍ତରପ୍ରଦେଶର ବଲିଆ ଜିଲ୍ଲାର ନଗୱା ଗ୍ରାମରେ ଗୋଟିଏ ବ୍ରାହ୍ମଣ ପରିବାରରେ ୧୯ ଜୁଲାଇ ୧୮୨୭ ମସିହାରେ ଜନ୍ମଗ୍ରହଣ କରିଥିଲେ [୧]। ମଙ୍ଗଲ ପାଣ୍ଡେ ପ୍ରଥମ ଥର ପାଇଁ ଇଂରେଜଙ୍କ ବିରୋଦ୍ଧରେ “ମାରୋ ଫିରଙ୍ଗି କୋ” ନାରା ଲଗାଇଥିଲେ । ଦିବାକର ପାଣ୍ଡେ ଏବଂ ଅଭୟ ରାଣୀ ଦେବୀଙ୍କ କୋଳମଣ୍ଡନ କରି୍ଥିବା ମଙ୍ଗଲ ପ୍ରଥମେ ସୈନ୍ୟ ବିଭାଗରେ ଯୋଗ ଦେଇଥିଲେ । କିନ୍ତୁ ଇଂରେଜ ମାନଙ୍କ ଆକ୍ରୋଶର ଶିକାର ହେବା ପରେ ସେ କ୍ରାନ୍ତିକାରୀ ପାଲଟି ଭାରତବାସୀଙ୍କୁ ଇଂରେଜ ଗୁଲାମୀରୁ ମୁକୁଳିବା ପାଇଁ କହିଥିଲେ । ତାଙ୍କୁ ସର୍ବପ୍ରଥମ କ୍ରାନ୍ତିକାରୀର ମାନ୍ୟତା ମଧ୍ୟ ଦିଆଯାଇଛି ।
ଶେଷ ଜୀବନ ଓ ମୃତ୍ୟୁ[ସମ୍ପାଦନା]
୧୮୫୭ ମସିହା ଏପ୍ରିଲ୍ ୮ ତାରିଖରେ କ୍ରାନ୍ତିକାରୀ ମଙ୍ଗଲ ପାଣ୍ଡେଙ୍କୁ ଫାଶୀ ଦିଆଯାଇଥିଲା । ତାଙ୍କୁ ବେରକପୁରରେ ପାଶୀ ଦିଆଯାଇଥିଲା । ବେରକପୁରରେ ମଙ୍ଗଲ ପାଣ୍ଡେଙ୍କୁ ଫାଶୀ ଦେବାକୁ ଜଲାଦ୍ ମାନେ ମନା କରିବାର୍ୁ ସ୍ୱତନ୍ତ୍ର କୋଲକାତାରୁ ଜଲାଦଙ୍କୁ ଫାଶୀ ଦେବାକୁ ଅଣାଯାଇଥିଲା ।[୨]
ଆଧାର[ସମ୍ପାଦନା]
- ↑ D'Souza, Shanthie Mariet. "Mangal Pandey: Indian soldier". Encyclopædia Britannica.
- ↑ http://kanaknews.com/mangal-pandey-birth-anniversary-all-u-need-know-about-him/