ମହେଶ ଭୂପତି

ଉଇକିପିଡ଼ିଆ‌ରୁ
(Mahesh Bhupathiରୁ ଲେଉଟି ଆସିଛି)

ମହେଶ ଭୂପତି
୨୦୦୯ ଆମେରିକୀୟ ଓପନ୍‌ରେ ଭୂପତି
ଦେଶ ଭାରତ
ବାସସ୍ଥାନବେଙ୍ଗାଳୁରୁ, ଭାରତ
ଜନ୍ମ (1974-06-07) ୭ ଜୁନ ୧୯୭୪ (ବୟସ ୪୯)
ଚେନ୍ନାଇ, ଭାରତ
ଉଚ୍ଚତା1.85 m (6 ft 1 in)
ଓଜନ89 kg (196 lb)
ପେଷା ଆରମ୍ଭ୧୯୯୫
ପୁରସ୍କାର ରାଶି$6,059,889[୧]
ଏକକ
ପେଷାଗତ ରେକର୍ଡ଼10-28[୧]
ସର୍ବୋଚ୍ଚ ରାଙ୍କିଙ୍ଗNo. 217 (2 Feb 1998)
ଯୋଡ଼ି
ପେଷାଗତ ରେକର୍ଡ଼୍‌648-326[୧]
ପେଷାଗତ ଟାଇଟଲ୍‌50[୨]
ସର୍ବୋଚ୍ଚ ରାଙ୍କିଙ୍ଗNo. 1
ଏବେକାର ରାଙ୍କିଙ୍ଗNo. 16 (23 July 2012)[୩]
Grand Slam Doubles results
Australian OpenF (1999, 2009, 2011)
French OpenW (1999, 2001)
WimbledonW (1999)
US OpenW (2002)
Tour FinalsF (1997, 1999, 2010)
Grand Slam Mixed Doubles results
Australian OpenW (2006, 2009)
French OpenW (1997, 2012)
WimbledonW (2002, 2005)
US OpenW (1999, 2005)
Last updated on: 21 June 2012.

ମହେଶ ଶ୍ରୀନିବାସନ ଭୂପତି (୧୯୭୪ ଜୁନ ୭) ଭାରତୀୟ ଟେନିସ ତାରକା।ଜାତୀୟ ସ୍ତରରେ ଅନେକ ସଫଳତା ପାଇବା ପରେ ୧୯୯୫ରେ ପେସାଦାର ଖେଳାଳୀ ଭାବେ ପଦାର୍ପଣ କରିଥିଲେ।ସିଙ୍ଗଲ୍ସରେ ତାଙ୍କୁ ଅଧିକ ସଫଳତା ମିଳି ନଥିଲା।ସେ ତିନିଥର ୱିମ୍ବେଲଡନ ଖେଳି ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲା ବେଳେ ଡବଲ୍ସ ହିଁ ତାଙ୍କୁ ଆନ୍ତର୍ଜାତୀୟ ଖେଳାଳିର ମାନ୍ୟତା ଦେଇଥିଲା । ୧୯୯୭ମସିହାରେ ଗ୍ରାଣ୍ଡସ୍ଲାମ ଜିତି ଇତିହାସ ସୃଷ୍ଟିକରିବା ପରେ ଆଉ ପଛକୁ ଫେରି ଚାହିଁନଥିଲେ।୯୦ ଦଶକର ଶେଷଭାଗ ଏବଂ ପରେ ଡବଲ୍ସ ଓ ମିକ୍ସ ଡବଲ୍ସରେ ଏକ ନମ୍ବର ଖେଳାଳୀଭବେ ମାନ୍ୟତା ପାଇଥିଲେ।

ପାରିବାରିକ ଜୀବନ[ସମ୍ପାଦନା]

ମହେଶ ଭୂପତି ୧୯୭୪ ମସିହା ଜୁନ ୭ରେ ମାଡ୍ରାସ(ଚେନ୍ନାଇ)ଠାରେ ଜନ୍ମ ଗ୍ରହଣ କରିଥିଲେ । ମଡେଲ ଶ୍ୱେତା ଜୟଶଙ୍କରଙ୍କ ସହ ସାତ ବର୍ଷ ବୈବାହିକ ଜୀବନ ଅତିବାହିତ କରିବାପରେ ୨୦୦୧୧ରେ ବିବାହ ବିଚ୍ଛେଦ ଘଟିଥିଲା । ସେହି ବର୍ଷ ସେ ବଲିଉଡ ଅଭିନେତ୍ରୀ ଲାରା ଦତ୍ତଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି ।[୪]

ପ୍ରଦର୍ଶନ[ସମ୍ପାଦନା]

ଫ୍ରେଞ୍ଚ ଓପନରେ ୧୯୯୭ର ମିକ୍ସ ଡବଲ୍ସରେ ମହେଶ ଭୁପତି ଜାପାନର ରିକା ହିରାକୀଙ୍କୁ ସାଥି କରି ଏହି ମର୍ଯ୍ୟାଦାଜନକ ଟାଇଟଲ ଜିତିଥିଲେ। ଗ୍ରାଣ୍ଡସ୍ଲାମରେ ଯେ କୌଣସି ଟାଇଟଲ ଜିତିବା ଜଣେ ଭାରତୀୟଙ୍କ ପାଇଁ ଏହା ଥିଲା ପ୍ରଥମ ଅବସର । ଅବଶ୍ୟ ପୂର୍ବରୁ ରାମନାଥନ କ୍ରିଷ୍ଣନ୧୯୬୦ ଏବଂ ୧୯୬୧ରେ ଦୁଇଥର ୱିମ୍ବେଲଡନ ସିଙ୍ଗଲ୍ସ ସେମିଫାଇନାଲ ଖେଳିବା ଏବଂ ଲିଆଣ୍ଡର ପେସ ୧୯୯୬ ମସିହାରେ ଆଟଲାଣ୍ଟା ଅଲିମ୍ପିକରେ ବ୍ରୋଞ୍ଜ ପଦକ ଜିତିବା ଭାରତୀୟ ଟେନିସ ଜଗତ ପାଇଁଥିଲା ଶ୍ରେଷ୍ଠ ସଫଳତା । କିନ୍ତୁ ଯେ କୈଣସି ଗ୍ରାଣ୍ଡସ୍ଲାମରେ ପ୍ରଥମ ଟାଇଟଲ ଜିତି ମହେଶ ଭୂପତି ଭାରତ ପାଇଁ ସୃଷ୍ଟି କରିଥିଲେ ସଫଳତାର ନୂଆ ଅଧ୍ୟାୟ । [୫]

ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟରେ ଉଭୟ ଡବଲ୍ସ (ପୁରୁଷ ଏବଂ ମିକ୍ସଡ)ରେ ଭୂପତି ୧୨ଟି ଏବଂ ଲିଆଣ୍ଡର ପେସ ୧୩ଟି ଟାଇଟଲ ହାସଲ କରିଛନ୍ତି।ଏହା ମଧ୍ୟରୁ ଭାରତ ପାଇଁ ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା ମହେଶ ମିକ୍ସଡ ଡବଲ୍ସରେ ସର୍ବାଧିକ ୮ଟି ଟାଇଟଲ ଜିତିଛନ୍ତି । ଏହା ବ୍ୟତିତ ସେ ଚାରି ଥର ରନର୍ସ ଅଫ ମଧ୍ୟ ହେଇଛନ୍ତି । ଗ୍ରାଣ୍ଡସ୍ଲାମର ମିକ୍ସଡ ଡବଲ୍ସରେ ମହେଶଙ୍କର ପ୍ରାଧାନ୍ୟ ରହିଛି।ନିଜ କ୍ୟାରିଅରରେ ୯୦ଥର ବିଭିନ୍ନ ପ୍ରକାର ଆନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ଡବଲ୍ସ ଫାଇନାଲରେ ପ୍ରବେଶ କରିଥିବା ଭୂପତି ୫୦ଟି ଟାଇଟଲ ଜିତିଛନ୍ତି।ଏହା ମଧ୍ୟରେ ତାଙ୍କର ପାର୍ଟନର ଲିଆଣ୍ଡର ପେସ ଅଧିକ ଟୁର୍ଣ୍ଣାମେଣ୍ଟରେ ଟାଇଟଲ ଜିତିବାରେ ସହାୟତା କରିଛନ୍ତି।[୬]ଭୂପତିଙ୍କର ଖେଳର କୌଶଳ ଯାହା ହେଉନା କାହିଁକି ସେ ବିଶ୍ୱର ଶ୍ରେଷ୍ଠ ମହିଳା ଖେଳାଳୀଙ୍କ ସହ ଯୋଡ଼ିହେଇ ସଫଳତା ପାଇବାରେ ଆଗୁଆ ରହିଛନ୍ତି । ୨୦୦୬ରେ ସୁଇଜରଲ୍ୟାଣ୍ଡର ମାର୍ଟିନା ହିଙ୍ଗିସଙ୍କ ସହ ୱାଇଲ୍ଡ କାର୍ଡ ସହୟତାରେ ଅଷ୍ଟ୍ରେଲିଆନ ଓପନ ଖେଳିବାର ସୁଯୋଗ ପାଇ ଚାମ୍ପିୟନ ହେଇଥିଲେ । [୭]

କେବଳ ଗ୍ରାଣ୍ଡସ୍ଲାମ ନୁହେଁ, ଅନ୍ୟ ପ୍ରତିଯୋଗିତାରେ ମଧ୍ୟ ଭୂପତି ନିଜର କମାଲ ଦେଖାଇଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡାରେ ବ୍ରୋଞ୍ଜ,ଏସିଆନ ଗେମ୍ସରେ ୨ଟି ସ୍ୱର୍ଣ୍ଣ ପଦକ,୧୪ଟି ର୍ଔପ୍ୟ ଓ ୨ଟି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

ଭୂପତିଙ୍କ ଚାମ୍ପିଆନ ସହଯୋଗୀ[ସମ୍ପାଦନା]

ପୁରସ୍କାର ଓ ସଂଗଠନ[ସମ୍ପାଦନା]

୨୦୦୧ ମସିହାରେ ତାଙ୍କୁ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ କରାଯାଇଛି।[୯]ନିଜର ଏକ ସ୍ପୋର୍ଟସ ମ୍ୟାନେଜମେଣ୍ଟ କମ୍ପାନୀ ଗ୍ଲୋବା ସ୍ପୋର୍ଟ ମାଧ୍ୟମରେ ଭାରତୀୟ ଟେନିସର ଉନ୍ନତି ପାଇଁ ଚେଷ୍ଟାଚଳାଇଛନ୍ତି।ତାଙ୍କର ଅନ୍ୟ ଏକ ସଂସ୍ଥା ଭୂପତି ଟେନିସ ଏକଡେମୀ ବାଙ୍ଗାଲୋରରେ କାମ କରୁଛି।[୧୦]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Mahesh Bhupathi". ATP World Tour. Retrieved 21 ଜୁନ 2012.
  2. "Career Titles/Finals". ATP World Tour. Retrieved 21 ଜୁନ 2012.
  3. "Bopanna gains a place in doubles rankings, Bhupathi drops one". 23 ଜୁଲାଇ 2012.
  4. http://english.samaylive.com/entertainment-news/676482721/lara-dutta-mahesh-bhupathi-church-wedding-on-saturday.html
  5. http://www.iloveindia.com/sports/tennis/players/mahesh-bhupathi.html
  6. "ଆର୍କାଇଭ୍ କପି". Archived from the original on 13 ଫେବୃଆରୀ 2013. Retrieved 4 ଅଗଷ୍ଟ 2012. {{cite web}}: Cite has empty unknown parameter: |1= (help)
  7. http://www.wtatennis.com/3/global/includes/TrackIt.asp?file=http://www.sonyericssonwtatour.com/3/global/Pdfs/events/2006/melbourne_draws.pdf
  8. http://www.atpworldtour.com/Tennis/Players/Top-Players/Mahesh-Bhupathi.aspx
  9. http://www.atpworldtour.com/Tennis/Players/Top-Players/Mahesh-Bhupathi.aspx
  10. http://mbtaworld.com/

ବାହାର ଆଧାର[ସମ୍ପାଦନା]