Jump to content

ଏମ‌ଭିଏ-ବିଏନ ବସନ୍ତ ଟିକା

ଉଇକିପିଡ଼ିଆ‌ରୁ
(MVA-BN smallpox vaccineରୁ ଲେଉଟି ଆସିଛି)
ଏମ‌ଭିଏ-ବିଏନ ବସନ୍ତ ଟିକା
Vaccine description
TypeAttenuated virus
Clinical data
Trade namesImvanex, Imvamune, Jynneos
SynonymsLive modified Vaccinia virus Ankara,[] modified vaccinia Ankara - Bavarian Nordic smallpox vaccine[]
AHFS/Drugs.commonograph
Routes of
administration
Subcutaneous injection
Legal status
Legal status

ଏମ‌ଭିଏ-ବିଏନ ବସନ୍ତ ଟିକା (MVA-BN smallpox vaccine) ହେଉଛି ଏକ ପ୍ରକାର ବସନ୍ତ ଟିକା ଯାହା ଯାହା ବସନ୍ତ ରୋଗମଙ୍କିପକ୍ସ‌କୁ ରୋକିବା ପାଇଁ ବ୍ୟବହୃତ ହୁଏ ।[] [] ସଂସ୍ପର୍ଶରେ ଆସିବା ପରେ ଏହି ରୋଗ ହେବାର ଆଶଙ୍କା ଥିବା ଲୋକଙ୍କଠାରେ ଏହା ଦିଆଯାଏ ।[] [] ଏହା ପୂର୍ବରୁ ମଙ୍କିପକ୍ସ ବିରୁଦ୍ଧରେ ୮୫%ରୁ ଅଧିକ ପ୍ରଭାବଶାଳୀ ବୋଲି ଆକଳନ କରାଯାଇଥିଲା ।[] ୪ ସପ୍ତାହ ଅନ୍ତରରେ ପୃଥକ ଭାବରେ ଏହାର ଦୁଇଟି ମାତ୍ରା ଚର୍ମ ତଳେ ଇଞ୍ଜେକସନ ଆକାରରେ ଦିଆଯାଏ ।[]

ପାର୍ଶ୍ୱ ପ୍ରତିକ୍ରିୟା ସାଧାରଣତଃ ସାମାନ୍ୟ ହୋଇଥାଏ ।[] ସାଧାରଣତଃ ଇଞ୍ଜେକସନ ସ୍ଥାନରେ ଯନ୍ତ୍ରଣା, ମାଂସପେଶୀ ଯନ୍ତ୍ରଣା, ମୁଣ୍ଡବିନ୍ଧା, ଥକାପଣ ଏବଂ ଅଇ ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍‌ସିସ ଅନ୍ତର୍ଭୁକ୍ତ ହୋଇପାରେ ।[] ଏକଜିମା କିମ୍ବା ଦୁର୍ବଳ ପ୍ରତିରକ୍ଷା ଥିବା ଲୋକଙ୍କ ପାଇଁ ଏସିଏଏମ ୨୦୦୦ ଅପେକ୍ଷା ଏମ‌ଭିଏ-ବିଏନ ସୁରକ୍ଷିତ ଅଟେ ।[] ଗର୍ଭାବସ୍ଥାରେ କ୍ଷତିର କୌଣସି ପ୍ରମାଣ ନଥିଲେ ମଧ୍ୟ ଏହାର ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ ।[] ଏହା ଏକ ଜୀବନ୍ତ ଟିକା ଯାହା ନିଜକୁ ନକଲ କରିପାରିବ ନାହିଁ ।[]

୨୦୧୩ରେ କାନାଡା ଏବଂ ୟୁରୋପରେ ୨୦୧୯ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଏମ‌ଭିଏ-ବିଏନ ଅନୁମୋଦିତ ହୋଇଥିଲା ।[] ଏହା ଜିନ୍ନେଓସ, ଇମଭାମୁନ, ଏବଂ ଇମଭାନେକ୍ସ ନାମରେ ବିକ୍ରି ହୁଏ । [] ୨୦୨୨ ସୁଦ୍ଧା ବିଶ୍ୱରେ ପ୍ରାୟ ୧୬ ନିୟୁତ ମାତ୍ରା ଉପଲବ୍ଧ ଅଛି, ଯେଉଁଥିରୁ କେବଳ ଆମେରିକା ୧୪ ନିୟୁତ ପାଇବ । [] [] ୨୦୦୦ ଦଶକରେ ସରକାର ଏକ ମାତ୍ରା ବାବଦ ପ୍ରାୟ ୨୯ ଡଲାର ଖର୍ଚ୍ଚ କରିଥିଲେ । [୧୦] ବାଭାରିଆନ ନର୍ଡିକ୍ (Bavarian Nordic) ଏହି ପେଟେଣ୍ଟର ମାଲିକ ଅଟନ୍ତି; ଯଦିଓ ଏହାର ବିକାଶ ପାଇଁ ଆମେରିକା ସରକାରଙ୍କଠାରୁ ୨୦୦ ନିୟୁତ ଡ଼ଲାର ପାଇଛି ।[]

  1. ୧.୦ ୧.୧ ୧.୨ ୧.୩ "Imvanex EPAR". European Medicines Agency (EMA). Archived from the original on 27 April 2022. Retrieved 2014-10-02.
  2. ୨.୦ ୨.୧ ୨.୨ "MVA-BN smallpox vaccine". www.cancer.gov (in ଇଂରାଜୀ). 2 February 2011. Archived from the original on 14 October 2020. Retrieved 21 May 2022.
  3. ୩.୦ ୩.୧ ୩.୨ "Monkeypox and Smallpox Vaccine Guidance | Monkeypox | Poxvirus". www.cdc.gov (in ଆମେରିକୀୟ ଇଂରାଜୀ). 29 November 2019. Archived from the original on 19 May 2022. Retrieved 20 May 2022.
  4. "Meeting proceedings". WHO Advisory Committee on Variola Virus Research: report of the twenty-third meeting, virtual meeting, 3-4 November 2021 (in ଇଂରାଜୀ). World Health Organization. 2022. pp. 14–18. ISBN 978-92-4-004674-0. Archived from the original on 20 May 2022. Retrieved 20 May 2022.
  5. ୫.୦ ୫.୧ ୫.୨ "Smallpox and Monkeypox Vaccine Live Monograph for Professionals". Drugs.com (in ଇଂରାଜୀ). Archived from the original on 2 February 2023. Retrieved 8 August 2022.
  6. ୬.୦ ୬.୧ Saleh, Amr; Qamar, Shahraz; Tekin, Aysun; Singh, Romil; Kashyap, Rahul (July 2021). "Vaccine Development Throughout History". Cureus. 13 (7): e16635. doi:10.7759/cureus.16635. ISSN 2168-8184. PMID 34462676. Archived from the original on 2022-05-21. Retrieved 2022-05-21.
  7. "Smallpox and monkeypox vaccine (Jynneos) Use During Pregnancy". Drugs.com (in ଇଂରାଜୀ). Retrieved 8 August 2022.
  8. "Monkeypox". www.who.int (in ଇଂରାଜୀ). World Health Organization. Archived from the original on 21 April 2022. Retrieved 22 May 2022.
  9. ୯.୦ ୯.୧ "Exclusive: Closure Of World's Only Manufacturing Plant For Monkeypox Vaccine Raises Questions About World's Ability To Meet Rising Demand - Health Policy Watch". 31 July 2022. Archived from the original on 7 August 2022. Retrieved 8 August 2022.
  10. Lambert de Rouvroit, Axel; Heegaard, Erik D. (January 2016). "Total costs associated with replicating and non-replicating smallpox vaccines". Global Security: Health, Science and Policy. 1 (1): 3–9. doi:10.1080/23793406.2016.1171944.