କୋଣାର୍କ ଟେଲିଭିଜନ

ଉଇକିପିଡ଼ିଆ‌ରୁ
(Konark Televisionରୁ ଲେଉଟି ଆସିଛି)
କୋଣାର୍କ ଟେଲିଭିଜନ‌
ପ୍ରକାରସରକାରୀ
ପ୍ରତିଷ୍ଠିତ ସ୍ଥାନ୧୯୭୩-୭୪
ପ୍ରତିଷ୍ଠାତାଓଡ଼ିଶା ସରକାର
ମୁଖ୍ୟ କାର୍ଯ୍ୟାଳୟମଞ୍ଚେଶ୍ୱର, ଭୁବନେଶ୍ୱର
ଉତ୍ପାଦଟେଲିଭିଜନ‌

କୋଣାର୍କ ଟେଲିଭିଜନ ଉଦ୍ୟୋଗଟି ଓଡ଼ିଶା ସରକାରଙ୍କଦ୍ୱାରା ୧୯୭୩-୭୪ ମସିହାରେ ପ୍ରତିଷ୍ଠା କରାଯାଇଥିଲା ।[୧] ଏହା ଉଭୟ କଳାଧଳା ଓ ରଙ୍ଗୀନ ଟେଲିଭିଜନ ନିର୍ମାଣ କରୁଥିଲା । ଭୁବନେଶ୍ୱରର ମଞ୍ଚେଶ୍ୱରରସୁଲଗଡ଼ଠାରେ ଥିବା କାରଖାନାରେ ଏହି ଟେଲିଭିଜନ ନିର୍ମାଣ କରାଯାଉଥିଲା ।[୨] ୧୯୮୬-୮୭ ମସିହା ବେଳକୁ ଏହି ସଂସ୍ଥା ଉନ୍ନତମାନର ଟେଲିଭିଜନ ଉତ୍ପାଦନ କରି ଜାତୀୟ ସ୍ଥରରେ ଖୁବ ଖ୍ୟାତି ଅର୍ଜନ କରିଥିଲା ।[ଆଧାର ଲୋଡ଼ା] ୧୯୮୯-୯୦ ବେଳକୁ ଭାରତରେ ପ୍ରବେଶ କରିସାରିଥିବା ବିଦେଶୀ ଟେଲିଭିଜନଗୁଡ଼ିକ ସହ ମୁକାବଲା କରି ନପାରି କୋଣାର୍କ ଟେଲିଭିଜନର ଅଧୋପତନ ଆରମ୍ଭ ହୋଇଥିଲା । ୧୯୮୮-୮୯ ବିତ୍ତିୟ ବର୍ଷରେ ଏହି ସଂସ୍ଥା ସର୍ବାଧିକ ୪୧.୨୩କୋଟି ଟଙ୍କାର କାରବାର କରିଥିଲା ତଥା ୧,୨୩,୪୨୨ଟି ଟେଲିଭିଜନ ବିକ୍ରି କରିପାରିଥିଲା ବେଳେ ୧୯୮୯-୯୦ରେ ଏହାର କାରବାର ୨୫.୧୬କୋଟିକୁ ଖସିଆସିଥିଲା ।[୩] ଋଣବୃଦ୍ଧି ଓ ଅଧିକ ଖର୍ଚ୍ଚ ଯୋଗୁଁ କ୍ରମେ ଏହି ସଂସ୍ଥା ରୁଗଣ ହୋଇପଡ଼ିଥିଲା ଓ ଟେଲିଭିଜନ ନିର୍ମାଣ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା ।[୪]

ଆଧାର[ସମ୍ପାଦନା]

  1. http://www.telegraphindia.com/1120314/jsp/odisha/story_15246881.jsp#.U8ZkwEDc1eE
  2. http://expressindia.indianexpress.com/fe/daily/19971215/34955133.html
  3. Business India. A. H. Advani. January 1991.
  4. ସମାଜ ୧୬/୦୭/୨୦୧୪ ପୃଷ୍ଠା ୨