କବିତା ଚୌଧୁରୀ
କବିତା ଚୌଧୁରୀ | |
---|---|
ଜନ୍ମ | ୧୯୫୬/୧୯୫୭ |
ମୃତ୍ୟୁ | (ବୟସ 67) |
ବୃତ୍ତି(ସମୂହ) | ଅଭିନେତ୍ରୀ, ଦୂରଦର୍ଶନ ନିର୍ଦ୍ଦେଶିକା, ପ୍ରଯୋଜିକା, ଲେଖିକା |
ସକ୍ରିୟ ବର୍ଷ | ୧୯୮୧–୨୦୨୪ |
ସମ୍ପର୍କୀୟ | କଞ୍ଚନ ଚୌଧୁରୀ ଭଟ୍ଟାଚାର୍ଯ୍ୟ (ଭଉଣୀ) |
କବିତା ଚୌଧୁରୀ (୧୯୫୬/୧୯୫୭ – ୧୫ ଫେବୃଆରୀ ୨୦୨୪) ଜଣେ ଭାରତୀୟ ଦୂରଦର୍ଶନ ଅଭିନେତ୍ରୀ, ନିର୍ଦ୍ଦେଶିକା, ନିର୍ମାତା ତଥା ଲେଖିକ ଥିଲେ । ସେ ଦୂରଦର୍ଶନରେ ପ୍ରସାରିତ ଧାରାବାହିକ ଉଡ଼ାନ୍ରେ ଆଇପିଏସ୍ ଅଧିକାରୀ କଲ୍ୟାଣୀ ସିଂହଙ୍କ ଭୂମିକା ପାଇଁ ଜଣାଶୁଣା ।[୧] ସେ ପୋଲିସ ଅଧିକାରୀ କାଞ୍ଚନ ଚୌଧୁରୀ ଭଟ୍ଟାଚାର୍ଯ୍ୟଙ୍କ ସାନ ଭଉଣୀ ଥିଲେ ।[୧]
ସେ ୟୋର୍ ଅନର୍[୨] ଏବଂ ଆଇପିଏସ୍ ଡାଏରୀ ଭଳି ଧାରାବାହିକରେ ମଧ୍ୟ କାମ କରିଥିଲେ ।[୩] ସେ ୧୯୮୦ ଦଶକରେ ଭାରତରେ ହିନ୍ଦୁସ୍ଥାନ ଇଉନିଲିଭର୍ ଲିମିଟେଡ୍ କମ୍ପାନୀରର ଲୁଗା ସଫାକରା ସାବୁନ ଗୁଣ୍ଡ ସର୍ଫ ପାଇଁ ପ୍ରସାରିତ ବିଜ୍ଞାପନର ପ୍ରସିଦ୍ଧ ଚେହେରା ଥିଲେ, ଯେଉଁଥିରେ ସେ ଜଣେ ଗୃହିଣୀ ଲଳିତା ଜୀ ଭୂମିକାରେ ଅଭିନୟ କରୁଥିଲେ ।[୪]
ଜନ୍ମ
[ସମ୍ପାଦନା]କବିତା ୧୯୫୬/୧୯୫୭ ମସିହାରେ ଜନ୍ମଗ୍ରହଣ କରିଥିଲେ ।
ଅଭିନୟ ଜୀବନ
[ସମ୍ପାଦନା]କବିତା ଜଣେ ମଡେଲ୍ ଭାବରେ ୧୯୮୦ ଦଶକରେ ସର୍ଫର ବିଜ୍ଞାପନରେ କାମ କରିଥିଲେ, ଯାହାକି ତାଙ୍କୁ ଲୋକପ୍ରିୟତା ଦେଇଥିଲା । ୧୯୮୧ ମସିହାରେ ସେ ଦୂରଦର୍ଶନ ଧାରାବାହିକ ଅପରାଧି କୌନ୍ରେ ଅଭିନୟ କରିଥିଲେ ଏବଂ ପରେ ୧୯୮୯ରୁ ୧୯୯୧ ମସିହା ଯାଏଁ ଉଡ଼ାନ୍ ଧାରାବାହିକରେ ଆଇପିଏସ୍ କଲ୍ୟାଣୀ ସିଂହ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୀତ ଧାରାବାହିକ
[ସମ୍ପାଦନା]ବର୍ଷ | ଧାରାବାହିକ | ଭୂମିକା | ଚେନାଲ୍ | ମନ୍ତବ୍ୟ |
---|---|---|---|---|
୧୯୮୧–୧୯୮୨ | ଅପରାଧି କୌନ୍! | |||
୧୯୮୯-୧୯୯୧ | ଉଡ଼ାନ୍ | ଆଇପିଏସ୍ ଅଧିକାରୀ କଲ୍ୟାଣୀ ସିଂହ | ଡିଡି ନ୍ୟାସ୍ନାଲ୍ | |
୨୦୦୦ | ୟୋର୍ ଅନର୍ | |||
୨୦୧୫ | ଆଇପିଏସ୍ ଡାଏରୀ | ଉପସ୍ଥାପିକା |
ମୃତ୍ୟ
[ସମ୍ପାଦନା]ହୃଦ୍ଘାତରେ ପୀଡ଼ିତ ହୋଇ ୨୦୨୪ ମସିହାର ଫେବୃଆରୀ ୧୫ ତାରିଖରେ କବିତା ଅମୃତସରର ଏକ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିଲେ ।[୫] ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା ।[୬]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "The woman who inspired a generation". Rediff.com. Retrieved 23 June 2016.
- ↑ "Kavita Choudhry soars again". Mid-Day. 17 August 2000. Archived from the original on 5 March 2016. Retrieved 23 June 2016.
- ↑ "Doordarshan brings four new TV shows for prime time". 15 October 2015. Retrieved 23 June 2016.
- ↑ "Jingle Bells: Inside Lalitaji's linen cupboard". The Hindu (in Indian English). 26 October 2014. ISSN 0971-751X. Retrieved 23 June 2016.
- ↑ Udaan actor Kavita Chaudhary, India’s beloved ‘Lalitaji’, dies of heart attack
- ↑ Jain, Ravi. "Udaan Actor Kavita Chaudhary Passes Away At 67". ABP Live. Retrieved 16 February 2024.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ କବିତା ଚୌଧୁରୀ
- ୟୁଟ୍ୟୁବରେ ସର୍ଫ ବିଜ୍ଞାପନରେ ଲଳିତା ଜୀ