କବିତା ଚୌଧୁରୀ

ଉଇକିପିଡ଼ିଆ‌ରୁ
କବିତା ଚୌଧୁରୀ
୨୦୧୧ ମସିହାରେ କବିତା ଚୌଧୁରୀ
ଜନ୍ମ୧୯୫୬/୧୯୫୭
ମୃତ୍ୟୁ (ବୟସ  67)
ବୃତ୍ତି(ସମୂହ)ଅଭିନେତ୍ରୀ, ଦୂରଦର୍ଶନ ନିର୍ଦ୍ଦେଶିକା, ପ୍ରଯୋଜିକା, ଲେଖିକା
ସକ୍ରିୟ ବର୍ଷ୧୯୮୧–୨୦୨୪
ସମ୍ପର୍କୀୟକଞ୍ଚନ ଚୌଧୁରୀ ଭଟ୍ଟାଚାର୍ଯ୍ୟ (ଭଉଣୀ)

କବିତା ଚୌଧୁରୀ (୧୯୫୬/୧୯୫୭ – ୧୫ ଫେବୃଆରୀ ୨୦୨୪) ଜଣେ ଭାରତୀୟ ଦୂରଦର୍ଶନ ଅଭିନେତ୍ରୀ, ନିର୍ଦ୍ଦେଶିକା, ନିର୍ମାତା ତଥା ଲେଖିକ ଥିଲେ । ସେ ଦୂରଦର୍ଶନରେ ପ୍ରସାରିତ ଧାରାବାହିକ ଉଡ଼ାନ୍‌ରେ ଆଇପିଏସ୍ ଅଧିକାରୀ କଲ୍ୟାଣୀ ସିଂହଙ୍କ ଭୂମିକା ପାଇଁ ଜଣାଶୁଣା ।[୧] ସେ ପୋଲିସ ଅଧିକାରୀ କାଞ୍ଚନ ଚୌଧୁରୀ ଭଟ୍ଟାଚାର୍ଯ୍ୟଙ୍କ ସାନ ଭଉଣୀ ଥିଲେ ।[୧]

ସେ ୟୋର୍ ଅନର୍[୨] ଏବଂ ଆଇପିଏସ୍ ଡାଏରୀ ଭଳି ଧାରାବାହିକରେ ମଧ୍ୟ କାମ କରିଥିଲେ ।[୩] ସେ ୧୯୮୦ ଦଶକରେ ଭାରତରେ ହିନ୍ଦୁସ୍ଥାନ ଇଉନିଲିଭର୍ ଲିମିଟେଡ୍ କମ୍ପାନୀରର ଲୁଗା ସଫାକରା ସାବୁନ ଗୁଣ୍ଡ ସର୍ଫ ପାଇଁ ପ୍ରସାରିତ ବିଜ୍ଞାପନର ପ୍ରସିଦ୍ଧ ଚେହେରା ଥିଲେ, ଯେଉଁଥିରେ ସେ ଜଣେ ଗୃହିଣୀ ଲଳିତା ଜୀ ଭୂମିକାରେ ଅଭିନୟ କରୁଥିଲେ ।[୪]

ଜନ୍ମ[ସମ୍ପାଦନା]

କବିତା ୧୯୫୬/୧୯୫୭ ମସିହାରେ ଜନ୍ମଗ୍ରହଣ କରିଥିଲେ ।

ଅଭିନୟ ଜୀବନ[ସମ୍ପାଦନା]

କବିତା ଜଣେ ମଡେଲ୍ ଭାବରେ ୧୯୮୦ ଦଶକରେ ସର୍ଫର ବିଜ୍ଞାପନରେ କାମ କରିଥିଲେ, ଯାହାକି ତାଙ୍କୁ ଲୋକପ୍ରିୟତା ଦେଇଥିଲା । ୧୯୮୧ ମସିହାରେ ସେ ଦୂରଦର୍ଶନ ଧାରାବାହିକ ଅପରାଧି କୌନ୍‌‌ରେ ଅଭିନୟ କରିଥିଲେ ଏବଂ ପରେ ୧୯୮୯ରୁ ୧୯୯୧ ମସିହା ଯାଏଁ ଉଡ଼ାନ୍ ଧାରାବାହିକରେ ଆଇପିଏସ୍ କଲ୍ୟାଣୀ ସିଂହ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୀତ ଧାରାବାହିକ[ସମ୍ପାଦନା]

ବର୍ଷ ଧାରାବାହିକ ଭୂମିକା ଚେନାଲ୍ ମନ୍ତବ୍ୟ
୧୯୮୧–୧୯୮୨ ଅପରାଧି କୌନ୍!
୧୯୮୯-୧୯୯୧ ଉଡ଼ାନ୍ ଆଇପିଏସ୍ ଅଧିକାରୀ କଲ୍ୟାଣୀ ସିଂହ ଡିଡି ନ୍ୟାସ୍‌ନାଲ୍
୨୦୦୦ ୟୋର୍ ଅନର୍
୨୦୧୫ ଆଇପିଏସ୍ ଡାଏରୀ ଉପସ୍ଥାପିକା

ମୃତ୍ୟ[ସମ୍ପାଦନା]

ହୃଦ୍‌ଘାତରେ ପୀଡ଼ିତ ହୋଇ ୨୦୨୪ ମସିହାର ଫେବୃଆରୀ ୧୫ ତାରିଖରେ କବିତା ଅମୃତସରର ଏକ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିଲେ ।[୫] ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା ।[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ "The woman who inspired a generation". Rediff.com. Retrieved 23 June 2016.
  2. "Kavita Choudhry soars again". Mid-Day. 17 August 2000. Archived from the original on 5 March 2016. Retrieved 23 June 2016.
  3. "Doordarshan brings four new TV shows for prime time". 15 October 2015. Retrieved 23 June 2016.
  4. "Jingle Bells: Inside Lalitaji's linen cupboard". The Hindu (in Indian English). 26 October 2014. ISSN 0971-751X. Retrieved 23 June 2016.
  5. Udaan actor Kavita Chaudhary, India’s beloved ‘Lalitaji’, dies of heart attack
  6. Jain, Ravi. "Udaan Actor Kavita Chaudhary Passes Away At 67". ABP Live. Retrieved 16 February 2024.

ବାହାର ଲିଙ୍କ୍[ସମ୍ପାଦନା]