କମଳାକାନ୍ତ ନାୟକ

ଉଇକିପିଡ଼ିଆ‌ରୁ
(Kamala Kanta Nayakରୁ ଲେଉଟି ଆସିଛି)
କମଳାକାନ୍ତ ନାୟକ
ବିଧାୟକ: ୧୪ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୪
ପୂର୍ବ ଅଧିକାରୀଶମ୍ଭୁନାଥ ନାୟକ
ପର ଅଧିକାରୀମଙ୍ଗଳ ସିଂ ମୁଦି
ନିର୍ବାଚନ ମଣ୍ଡଳୀଜଶୀପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1954-02-01)୧ ଫେବୃଆରୀ ୧୯୫୪
ମୃତ୍ୟୁ୧୮ ମଇ ୨୦୨୧(2021-05-18) (ବୟସ ୬୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ବିଜୁ ଜନତା ଦଳ, ତୃଣମୂଳ କଂଗ୍ରେସ, ଜନତା ଦଳ
ଜୀବନ ସାଥୀକବିତା ନାୟକ
ବାପା/ବୋଉମହେନ୍ଦ୍ରନାଥ ନାୟକ (ବାପା)
ବୃତ୍ତିରାଜନୀତିଜ୍ଞ

କମଳାକାନ୍ତ ନାୟକ (୧ ଫେବୃଆରୀ ୧୯୫୪ - ୧୮ ମଇ ୨୦୨୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ ଓ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୨୦୦୯ ମସିହାରେ ସେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ଜଶୀପୁର ନିର୍ବାଚନ ମଣ୍ଡଳୀରୁ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

କମଳାକାନ୍ତ ନାୟକ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାସ୍ଥିତ ରରୁଆଁ ବ୍ଲକ ଅନ୍ତର୍ଗତ ବୈଦ୍ୟନାଥ ଗ୍ରାମପଞ୍ଚାୟତର ଜାମୁନ୍ତି ଗ୍ରାମରେ ୧୯୫୪ ମସିହାର ଫେବୃଆରୀ ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ମହେନ୍ଦ୍ରନାଥ ନାୟକ । ସେ କବିତା ନାୟକଙ୍କୁ ବିବାହ କରିଥିଲେ । କଳାରେ ସ୍ନାକକୋତ୍ତର ଡ଼ିଗ୍ରୀ ହାସଲ କରିବା ପରେ ସେ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌)ରେ ଯୋଗଦେଇଥିଲେ । ଚାକିରୀ କାଳ ମଧ୍ୟରେ କେନ୍ଦୁଝର ଓ ମୟୂରଭଞ୍ଜର ବିଭିନ୍ନ ସ୍ଥାନରେ ବିଡ଼ିଓ ଓ ତହସିଲଦାର ରୂପେ କାର୍ଯ୍ୟ କରିଥିଲେ ।

ରାଜନୈତିକ ଜୀବନ[ସମ୍ପାଦନା]

୧୯୯୫ ମସିହାରେ ସ୍ୱେଚ୍ଛାକୃତ ଭାବେ ଓଡ଼ିଶା ପ୍ରଶାସନିକ ସେବା ଚାକିରୀରୁ ଅବସର ନେବା ପରେ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ଜନତା ଦଳରେ ଯୋଗ ଦେଇଥିଲେ ।[୨] ସେହିବର୍ଷ ସେ ପ୍ରଥମେ ଜନତା ଦଳରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ । ପଟ୍ଟନାୟକଙ୍କ ମୃତ୍ୟୁ ପରେ ଜନତା ଦଳ ବିଜୁ ଜନତା ଦଳରେ (ବିଜେଡି) ପରିଣତ ହେବା ପରେ ସେ ବିଜେଡି-ଭାଜପା ମେଣ୍ଟ ପାଇଁ ମିଳିତ ଭାବେ ନିର୍ବାଚନ ଲଢ଼ିଥିଲେ । ୨୦୦୦ ନିର୍ବାଚନରେ ସେ ଭାଜପାରୁ ଟିକେଟ ପାଇଁ ଆଶାୟୀ ଥାଇ ହାରିଥିଲେ । ପରେ ସେ ତୃଣମୂଳ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ । ଏହାପରେ ପୁଣି ୨୦୦୪ ମସିହାରେ ସ୍ୱାଧୀନ ପ୍ରାର୍ଥୀ ରୂପେ ପ୍ରତିଦ୍ୱନ୍ଦୀତା କରିଥିଲେ । ୨୦୦୯ ମସିହାରେ ସେ ବିଜୁ ଜନତା ଦଳରୁ ପ୍ରତିଦ୍ୱନ୍ଦିତା କରି ଓଡ଼ିଶା ବିଧାନ ସଭାର ବିଧାୟକ ହୋଇଥିଲେ । ୨୦୧୯ ନିର୍ବାଚନ ପୂର୍ବରୁ ସେ ବିଜୁ ଜନତା ଦଳ ଛାଡ଼ି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ।[୩]

ମୃତ୍ୟୁ[ସମ୍ପାଦନା]

କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ୨୦୨୧ ମସିହା ମଇ ୧୮ ତାରିଖ ଦିନ ହୃଦ୍‌ଘାତରେ କମଳାକାନ୍ତ ମୃତ୍ୟୁବରଣ କରିଥିଲେ ।[୪]

ଆଧାର[ସମ୍ପାଦନା]

  1. "Shri Kamala Kanta Nayak". odishaassembly.nic.in. Odisha Assembly. Retrieved 9 October 2019.
  2. "Former MLA Kamalakanat Nayak dies". outlookindia.com. Retrieved 25 May 2021.
  3. "ପୂର୍ବତନ ବିଧାୟକ କମଳାକାନ୍ତ ନାୟକଙ୍କ ପରଲୋକ". ସମ୍ବାଦ. Archived from the original on ୨୫ ମଇ ୨୦୨୧. Retrieved 25 May 2021. {{cite news}}: Check date values in: |archivedate= (help)
  4. "ପୂର୍ବତନ ବିଧାୟକ କମଳାକାନ୍ତ ନାଏକଙ୍କ ପରଲୋକ". ଧରିତ୍ରୀ. ୧୯ ମଇ ୨୦୨୧. Retrieved 25 May 2021. {{cite news}}: Check date values in: |date= (help)