କମଳାକାନ୍ତ ନାୟକ
କମଳାକାନ୍ତ ନାୟକ | |
---|---|
ବିଧାୟକ: ୧୪ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୯ – ୨୦୧୪ | |
ପୂର୍ବ ଅଧିକାରୀ | ଶମ୍ଭୁନାଥ ନାୟକ |
ପର ଅଧିକାରୀ | ମଙ୍ଗଳ ସିଂ ମୁଦି |
ନିର୍ବାଚନ ମଣ୍ଡଳୀ | ଜଶୀପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧ ଫେବୃଆରୀ ୧୯୫୪ |
ମୃତ୍ୟୁ | ୧୮ ମଇ ୨୦୨୧ | (ବୟସ ୬୭)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ବିଜୁ ଜନତା ଦଳ, ତୃଣମୂଳ କଂଗ୍ରେସ, ଜନତା ଦଳ |
ଜୀବନ ସାଥୀ | କବିତା ନାୟକ |
ବାପା/ବୋଉ | ମହେନ୍ଦ୍ରନାଥ ନାୟକ (ବାପା) |
ବୃତ୍ତି | ରାଜନୀତିଜ୍ଞ |
କମଳାକାନ୍ତ ନାୟକ (୧ ଫେବୃଆରୀ ୧୯୫୪ - ୧୮ ମଇ ୨୦୨୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ ଓ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୨୦୦୯ ମସିହାରେ ସେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ଜଶୀପୁର ନିର୍ବାଚନ ମଣ୍ଡଳୀରୁ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]କମଳାକାନ୍ତ ନାୟକ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାସ୍ଥିତ ରରୁଆଁ ବ୍ଲକ ଅନ୍ତର୍ଗତ ବୈଦ୍ୟନାଥ ଗ୍ରାମପଞ୍ଚାୟତର ଜାମୁନ୍ତି ଗ୍ରାମରେ ୧୯୫୪ ମସିହାର ଫେବୃଆରୀ ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ମହେନ୍ଦ୍ରନାଥ ନାୟକ । ସେ କବିତା ନାୟକଙ୍କୁ ବିବାହ କରିଥିଲେ । କଳାରେ ସ୍ନାକକୋତ୍ତର ଡ଼ିଗ୍ରୀ ହାସଲ କରିବା ପରେ ସେ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍)ରେ ଯୋଗଦେଇଥିଲେ । ଚାକିରୀ କାଳ ମଧ୍ୟରେ କେନ୍ଦୁଝର ଓ ମୟୂରଭଞ୍ଜର ବିଭିନ୍ନ ସ୍ଥାନରେ ବିଡ଼ିଓ ଓ ତହସିଲଦାର ରୂପେ କାର୍ଯ୍ୟ କରିଥିଲେ ।
ରାଜନୈତିକ ଜୀବନ
[ସମ୍ପାଦନା]୧୯୯୫ ମସିହାରେ ସ୍ୱେଚ୍ଛାକୃତ ଭାବେ ଓଡ଼ିଶା ପ୍ରଶାସନିକ ସେବା ଚାକିରୀରୁ ଅବସର ନେବା ପରେ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ଜନତା ଦଳରେ ଯୋଗ ଦେଇଥିଲେ ।[୨] ସେହିବର୍ଷ ସେ ପ୍ରଥମେ ଜନତା ଦଳରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ । ପଟ୍ଟନାୟକଙ୍କ ମୃତ୍ୟୁ ପରେ ଜନତା ଦଳ ବିଜୁ ଜନତା ଦଳରେ (ବିଜେଡି) ପରିଣତ ହେବା ପରେ ସେ ବିଜେଡି-ଭାଜପା ମେଣ୍ଟ ପାଇଁ ମିଳିତ ଭାବେ ନିର୍ବାଚନ ଲଢ଼ିଥିଲେ । ୨୦୦୦ ନିର୍ବାଚନରେ ସେ ଭାଜପାରୁ ଟିକେଟ ପାଇଁ ଆଶାୟୀ ଥାଇ ହାରିଥିଲେ । ପରେ ସେ ତୃଣମୂଳ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ । ଏହାପରେ ପୁଣି ୨୦୦୪ ମସିହାରେ ସ୍ୱାଧୀନ ପ୍ରାର୍ଥୀ ରୂପେ ପ୍ରତିଦ୍ୱନ୍ଦୀତା କରିଥିଲେ । ୨୦୦୯ ମସିହାରେ ସେ ବିଜୁ ଜନତା ଦଳରୁ ପ୍ରତିଦ୍ୱନ୍ଦିତା କରି ଓଡ଼ିଶା ବିଧାନ ସଭାର ବିଧାୟକ ହୋଇଥିଲେ । ୨୦୧୯ ନିର୍ବାଚନ ପୂର୍ବରୁ ସେ ବିଜୁ ଜନତା ଦଳ ଛାଡ଼ି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ।[୩]
ମୃତ୍ୟୁ
[ସମ୍ପାଦନା]କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ୨୦୨୧ ମସିହା ମଇ ୧୮ ତାରିଖ ଦିନ ହୃଦ୍ଘାତରେ କମଳାକାନ୍ତ ମୃତ୍ୟୁବରଣ କରିଥିଲେ ।[୪]
ଆଧାର
[ସମ୍ପାଦନା]- ↑ "Shri Kamala Kanta Nayak". odishaassembly.nic.in. Odisha Assembly. Retrieved 9 October 2019.
- ↑ "Former MLA Kamalakanat Nayak dies". outlookindia.com. Retrieved 25 May 2021.
- ↑ "ପୂର୍ବତନ ବିଧାୟକ କମଳାକାନ୍ତ ନାୟକଙ୍କ ପରଲୋକ". ସମ୍ବାଦ. Archived from the original on ୨୫ ମଇ ୨୦୨୧. Retrieved 25 May 2021.
{{cite news}}
: Check date values in:|archivedate=
(help) - ↑ "ପୂର୍ବତନ ବିଧାୟକ କମଳାକାନ୍ତ ନାଏକଙ୍କ ପରଲୋକ". ଧରିତ୍ରୀ. ୧୯ ମଇ ୨୦୨୧. Retrieved 25 May 2021.
{{cite news}}
: Check date values in:|date=
(help)